scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆମେରିକାରେ ବଢୁଛି କରୋନା ପ୍ରକୋପ, ୧୮%କୁ ପହଞ୍ଚିଲା ଦୈନିକ ସଂକ୍ରମଣ ହାର

23/11/2021 at 7:06 PM

ୱାସିଂଟନ : ଆମେରିକାରେ ପୁଣି ବଢ଼ିଲା କରୋନା ସଂକ୍ରମଣ। ଗତ ୭ ଦିନରେ ଦୈନିକ ସଂକ୍ରମଣ ହାରାହାରି ୧୮ ପ୍ରତିଶତକୁ ବୃଦ୍ଧି ହୋଇଥିବା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ (ସିଡିସି) କହିଛନ୍ତି। ହ୍ୱାଇଟହାଉସ୍ ବ୍ରିଫିଙ୍ଗରେ ସିଡିସି ନିର୍ଦ୍ଦେଶକ ରୋଚେଲ ଭାଲେନସ୍କି ଏହି ସୂଚନା ଦେଇଥିବା ବେଳେ ଏହି ୭ ଦିନରେ ଦୈନିକ ୯୨ ହଜାର ଲେଖାଏଁ ଲୋକେ କୋଭିଡି ପଜିଟିଭ ଚିହ୍ନଟ ହେଉଥିବା କହିଛନ୍ତି।

ସେହିପରି ସଂକ୍ରମିତଙ୍କ ହସ୍ପିଟାଲରେ ଭର୍ତ୍ତି ହାର ମଧ୍ୟ ଏବେ ବଢିବାରେ ଲାଗିଥିବା ନିର୍ଦ୍ଦେଶକ କହିଛନ୍ତି। ଏବେ ହସ୍ପିଟାଲରେ ଆଡମିଟ ହେଉଥିବା ଲୋକଙ୍କ ସଂଖ୍ୟା ୬ ପ୍ରତିଶତରେ ପହଞ୍ଚିଥିବାର ସେ ସୂଚିତ କରିଛନ୍ତି। ସେ କହିଛନ୍ତି ଯେ ଶୀତ ଋତୁରେ ଭୂତାଣୁ ବ୍ୟାପିବାର ସମ୍ଭାବନା ଅଧିକ ଥାଏ। ଏଣୁ ଆଗକୁ ଦେଶରେ ଆରମ୍ଭ ହେବାକୁ ଯାଉଥିବା ଅବକାଶରେ ଲୋକଙ୍କ ଯାତ୍ରା, ଅନ୍ୟ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମକୁ ଏବେଠୁ ନିୟନ୍ତ୍ରିତ କରିବା ଜରୁରି ହୋଇପଡିଛି ବୋଲି କହିଛନ୍ତି। 

ସେ କହିଛନ୍ତି ଯେ ଦେଶରେ ଟିକାକରଣ କରିନଥିବା ଲୋକଙ୍କ ଯୋଗୁ ସଂକ୍ରମଣ ଜାରି ରହିବ। କରୋନା ଟିକାକରଣ କରିନଥିବା ଲୋକଙ୍କ ଠାରେ ସଂକ୍ରମଣର ସମ୍ଭାବନା ୬ଗୁଣା  ଅଧିକ । ସେହିପରି ଏପରି ଲୋକେ ସଂକ୍ରମିତ ହେଲେ ସେମାନଙ୍କ ମୃତ୍ୟୁ ସମ୍ଭାବନା ମଧ୍ୟ ୧୪ଗୁଣା ଅଧିକ। ଦେଶରେ ଏବେବି ୪.୭ କୋଟି ଯୋଗ୍ୟ ବୟସ୍କ ଲୋକେ ନିଜର କୋଭିଡ ଟିକାକରଣ କରି ନାହାନ୍ତି। ସେହିପରି ୧.୨କୋଟି କିଶୋରଙ୍କର ମଧ୍ୟ ଏପର୍ଯ୍ୟନ୍ତ ଟିକାକରଣ ହୋଇପାରିନି।

ଆମେରିକା ମଙ୍ଗଳବାର ବିଶ୍ୱରେ କରୋନାରେ ଗୁରୁତର ପ୍ରଭାବିତ ଦେଶଙ୍କ ସୂଚୀର ପ୍ରଥମ ସ୍ଥାନରେ ରହିଛି। ଦେଶରେ ସର୍ବାଧିକ ୪୭,୮୮୬,୭୯୮ ଲୋକେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବିଶ୍ୱର ସବୁ ଦେଶଙ୍କୁ ଟପି ଯାଇଛି। କରୋନାରେ ଆମେରିକାରେ ଏପର୍ଯ୍ୟନ୍ତ ୭୭୨,୪୧୪ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି।  

   Related Posts