oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍ ତାହୱୁର ରାଣାର ଜାମିନ ଖାରଜ, ୨୦୦୬ରୁ କରିଥିଲେ ଆକ୍ରମଣ ଯୋଜନା, କୋର୍ଟ କହିଲେ ଏଭଳି ଲୋକ ସମାଜ ପାଇଁ ବିପଦ

14/12/2020 at 3:34 PM

ମୁମ୍ବାଇ ୧୪/୧୨ : ତାଜ ହୋଟେଲ ବିସ୍ଫୋରଣା ମାଷ୍ଟରମାଇଣ୍ଡ୍ ତାହୱୁର ରାଣାର ଜାମିନ ଆବେଦନ ଖାରଜ ହୋଇଛି । ଆମେରିକାର ଏକ ଆଦାଲତ ତାହୱୁର ରାଣାର ଜାମିନ ଆବେଦନକୁ ଖାରଜ କରିଦେଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ତାହୱୁର ରାଣା ଏବଂ ତାର ବନ୍ଧୁ ଡେଭିଡ୍ ହେଡଲୀ ୨୬/୧୧ ମୁମ୍ବାଇ ଆକ୍ରମଣ ପାଇଁ ଯୋଜନା କରିଥିଲେ । ଏହି ବିସ୍ଫୋରଣରେ ୧୬୬ ଜଣଙ୍କର ମୃତ୍ୟୁ ଘଟିଥିଲା ।

ଭାରତର ଅନୁରୋଧ କ୍ରମେ ପାକିସ୍ତାନରେ ରହୁଥିବା ଏହି କାନାଡା ବ୍ୟବସାୟୀକୁ ଆମେରିକାର ଲସ ଆଞ୍ଜେଲସରୁ ଜୁନ ୧୦ରେ ଗିରଫ କରାଯାଇଥିଲା । ଜାମିନ ଆବେଦନରେ ତାହୱୁର ରାଣା ଲସ୍ ଆଞ୍ଜେଲସ୍ ଜିଲ୍ଲା କୋର୍ଟରେ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଅଛି ଏବଂ ଏହା ବ୍ୟତୀତ ସେ ଜେଲରେ ଥିବାବେଳେ ଦୁଇଥର ହୃଦଘାତର ଶିକାର ମଧ୍ୟ ହୋଇଛନ୍ତି । ତେବେ କୋର୍ଟରେ ରାଣାଙ୍କ ଏହି ଯୁକ୍ତିକୁ ଆମେରିକା ସରକାର ବିରୋଧ କରିଛନ୍ତି । କୋର୍ଟ ମଧ୍ୟ ତାହୱୁର ରାଣାକୁ ଜାମିନକୁ ଖାରଜ କରିଦେଇଛନ୍ତି ।  

ଜାମିନ ଆବେଦନକୁ ଖାରଜ କରିବା ସହିତ ଆମେରିକା କୋର୍ଟ କହିଛନ୍ତି, ମୁମ୍ବାଇ ଆକ୍ରମଣରେ ତାହୱୁର ରାଣାର ଭୂମିକା ଅତ୍ୟନ୍ତ ଜଘନ୍ୟ ଥିଲା ଯେ ତାକୁ ଜାମିନରେ ଛଡାଯାଇପାରିବ ନାହିଁ । ଏହଳ ସମାଜ ପାଇଁ ବିପଦ ବୋଲି କୋର୍ଟ କହିଛନ୍ତି । ତାହୱୁର ରାଣା ଏବଂ ତାର ବନ୍ଧୁ ଡେଭିଡ୍ ହେଡଲୀ ଉଭୟ ୨୦୦୬ ମସିହାରୁ ମୁମ୍ବାଇରେ ଆକ୍ରମଣ କରିବା ପାଇଁ ଯୋଜନା କରିଥି​‌ଲେ ।

୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ପାକିସ୍ତାନୀ ଆତଙ୍କବାଦୀ ମୁମ୍ବାଇରେ ବଡ ଧରଣର ଆକ୍ରମଣ କରିଥିଲେ । ତେବେ ତାହୱୁର ରାଣାକୁ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ଦିଆଯାଇଥିବା ପିଟିସନକୁ ଆମେରିକା ସରକାର ଗ୍ରୀନ ସିଗନାଲ ଦେଇଥିବା ସୂଚନା ମିଳିଛି । ମୁମ୍ବାଇ ଆକ୍ରମଣ ମାମଲାରେ ସଂପୃକ୍ତି ଥିବା ଦର୍ଶାଇ ଭାରତ ପକ୍ଷରୁ ତାହୱୁର ରାଣା ବିରୁଦ୍ଧରେ ଏକ ଦସ୍ତାବିଜ୍ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ତାକୁ ଦୋଷୀ ବୋଲି ଅବିହିତ କରାଯାଇଛି ।  

   Related Posts