scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୁମ୍ବାଇ ଆକ୍ରମଣର ଷଡ଼ଯନ୍ତ୍ରକାରୀ ତହବ୍ବୁର ରାଣାକୁ ଭାରତ ପ୍ରତ୍ୟର୍ପଣ ନେଇ ଅନୁମତି ଦେଲେ ଆମେରିକା କୋର୍ଟ

18/05/2023 at 5:28 PM

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାରେ ଅନ୍ୟ ତମ ଅଭିଯୁକ୍ତ ତହବ୍ବୁର ରାଣା ଆମେରିକାରୁ ଭାରତ ଫେରିବ। ରାଣାର ପ୍ରତ୍ୟେର୍ପଣ ନେଇ ଆମେରିକାର ଏକ କୋର୍ଟ ରାୟ ଅନୁମତି ଦେଇଛନ୍ତି। ଏବେ ଏନ୍‌ଆଇଏ ଆମେରିକା ସରକାରଙ୍କ ସହଯୋଗରେ ରାଣାକୁ ଶୀଘ୍ରାତି ଶୀଘ୍ର ଭାରତକୁ ଆଣିବାକୁ ବନ୍ଦୋବସ୍ତ କରିବ।

ତହବ୍ବୁର ରାଣା ମୁଳ ପାକିସ୍ତାନୀ କାନାଡ଼ା ନାଗରିକ। ସେ ତା’ର ପିଲାଦିନ ବନ୍ଧୁ ଲସ୍କର ଆତଙ୍କବାଦୀ ଡେଭିଡ୍ କୋଲମେ୍ୟାନ୍ ସହ ମିଶି ମୁମ୍ବାଇ ଆକ୍ରମଣ ଷଡ଼ଯନ୍ତ୍ର ରଚିଥିଲା। ଭାରତ ସରକାରଙ୍କର ଦାବିରେ ତହବ୍ବୁର ରାଣାକୁ ଆମେରିକା ସରକାର ଗିରଫ କରିଥିଲେ।  

୬୨ ବର୍ଷୀୟ ତହବ୍ବୁର ଗିରଫ ନେଇ ୨୦୨୦ ଜୁନ ୧୦ ତାରିଖରେ ଆବେଦନ କରିଥିଲା ଭାରତ। ଏହାପରେ ଆମେରିକାର ଜୋ ବାଇଡେନ୍ ପ୍ରଶାସନ ରାଣାକୁ ଭାରତ ପଠାଇବା ନେଇ ବି ସହମତି ପ୍ରକାଶ କରିବା ସହ ମଞ୍ଜୁରୀ ଦେଇଥିଲେ। ଗତକାଲି କାର୍ଲିଫର୍ଣ୍ଣିଆର ଏକ କୋର୍ଟ ମାମଲାର ଶୁଣାଣି କରି ରାଣାକୁ ଭାରତକୁ ପର୍ତ୍ୟର୍ପଣ କରିବାକୁ ଅନୁମତି ଦେଇଛନ୍ତି।  

In US crackdown on 26/11, Rana awaits extradition ruling, 4 on wanted list  | India News | Onmanorama
ଡେଭିଡ୍ ହେଡ୍‌ଲୀ ଓ ରାଣା

୪୮ ପୃଷ୍ଠାର ନିର୍ଦ୍ଦେଶରେ କ’ଣ କହିଲେ କୋର୍ଟ ?

ୟୁଏସ୍‌ ଡିଷ୍ଟ୍ରିକ୍ଟ କୋର୍ଟ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ ଅଫ୍ କାଲିଫର୍ଣ୍ଣିଆର ୟୁଏସ୍ ମାଜିଷ୍ଟ୍ରେଟ୍ ଜଜ୍ ଜ୍ୟାକିଲନ ଚୁଲିଜିଆନ ସବୁ ଦସ୍ତାବେଜ୍‌ରେ ସମୀକ୍ଷା କରିଥିଲେ। ସମସ୍ତ ଦସ୍ତାବେଜ ଓ ତର୍କର ସମୀକ୍ଷା କରିବା ପରେ ମଙ୍ଗଳବାର(୧୬ ମେ) ୪୮ ପୃଷ୍ଠା ବିଶିଷ୍ଠ ନିର୍ଦ୍ଦେଶ ଜାରି କରି ତହବ୍ବୁର ରାଣାକୁ ଭାରତ ପ୍ରତ୍ୟର୍ପଣ ନେଇ ମଞ୍ଜୁରୀ ଦେଇଥିଲେ। କୋର୍ଟ କହିଥିଲେ ଯେ ରାଣା ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ବିଚାର କରିବା ପରେ ଜଣାପଡ଼ିଲା ଯେ ରାଣାକୁ ଭାରତ ପ୍ରତ୍ୟର୍ପଣ ଆଇନଗ ସଂଗତ। ତେଣୁ ରାଜ୍ୟ ସଚିବ ରାଣାର ପ୍ରତ୍ୟର୍ପଣକୁ ଅନୁମତି ଦେଉଛି। ଭାରତର ଅଭିଯୋଗ ପରେ ଆମେରିକା ସରକାର ରାଣାକୁ ଗିରଫ କରିଥିଲେ ବୋଲି କୋର୍ଟ କହିଛନ୍ତି।

26/11:US court clears extradition of accused Tahawwur Rana to India

କୋର୍ଟରେ ଶୁଣାଣି ବେଳେ ଆମେରିକାର ଓକିଲ ତର୍କ ଉପସ୍ଥାପନା କରି କହିଥିଲେ ଯେ ରାଣା ଜାଣିଥାଲ ଯେ ତା’ ପିଲାଦିନର ସାଙ୍ଗ ମୁଳପାକିସ୍ତାନୀ ନାଗରିକ ଡେଭିଡ୍ କୋଲମ୍ୟାନ୍ ହେଡ୍‌ଲୀ ଲସ୍କର-ଏ- ତାଇବା ସହ ମିଶିଥିଲା। ହେଡ୍‌ଲୀ କାହା ସହ ବୈଠକ କରୁଥିଲା କଣ ସବୁ ଆଲୋଚନା କରୁଥିଲା ଏସବୁ ଜାଣିଥିଲା ରାଣା। ଏହାସତ୍ତ୍ୱେ ବି ସେ ହେଡ୍‌ଲୀକୁ ସୁରକ୍ଷା ଦେଉଥିଲା। ସମ୍ଭବତଃ ଆକ୍ରମଣରେ ପୂରା ହାତ ରାଣାର ଥିଲା ଆମେରିକା ଓକିଲ କୋର୍ଟରେ ମତ ରଖିଥିଲେ। ଅନ୍ୟପଟେ ରାଣାଙ୍କ ଓକଲି କିନ୍ତୁ ପ୍ରତ୍ୟର୍ପଣ ଅନୁମତିକୁ ବିରୋଧ କରିଛନ୍ତି।

ଭାରତର ବଡ଼ ସଫଳତା  

ସରକାରୀ ଓକଲି ଉଜ୍ଜ୍ୱଳ ନିକମଙ୍କ ଅନୁସାରେ ତବବ୍ବୁର ରାଣା ୨୬/୧୧ ମୁମ୍ବାଇ ଆକ୍ରମଣ ଷଡ଼ଯନ୍ତ୍ରକାରୀ ଥିଲା। ଲସ୍କର ଆତଙ୍କବାଦୀ ଡେଭିଡ୍ ହେଡ୍‌ଲୀଙ୍କୁ ପଚାରିବାରୁ ସେ ରାଣା ମୁମ୍ବାଇ ଆକ୍ରମଣ ସହ ପୂରା ଲିଙ୍କ କହିଥିଲା। ରାଣା ଆତଙ୍କବାଦୀଙ୍କ ଆକ୍ରମଣ ପାଇଁ ଲଜିଷ୍ଟିକ୍ ସପୋର୍ଟ ପହଞ୍ଚାଇଥିଲା। ତା ସହିତ ସେ ପାକିସ୍ତାନ ସେନାର ସମ୍ପର୍କରେ ବି ଥିଲା। ତଦନ୍ତ ସମୟରେ ହେଡ୍‌ଲୀ ମୁମ୍ବାଇ ସେସନ କୋର୍ଟରେ ସାକ୍ଷୀ ହୋଇ ସବୁ ସତକଥା କହିଥିଲେ।

ସୂଚନା ଥାଉକି ୨୫ ଜୁନ ୧୯୯୭ ମସିହାରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ଓ ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଆଇ.କେ ଗୁଜରାଲଙ୍କ ମଧ୍ୟରେ ପ୍ରତ୍ୟର୍ପଣ ସନ୍ଧୀ ହୋଇଥିଲା। ଏହି  ସନ୍ଧୀ ଅନୁସାରେ ରାଣାକୁ ଭାରତ ପ୍ରତ୍ୟର୍ପଣ କରାଯିବା ଉଚିତ୍ ବୋଲି କୋର୍ଟ କହିଥିଲେ।

1993 Mumbai blasts case verdict: Abu Salem and five others found guilty -  South Asia News

୧୩ ବର୍ଷରେ ଭାରତକୁ ପ୍ରତ୍ୟର୍ପଣ ହୋଇଛନ୍ତି ୬୦ ପଳାତକ

ଫେବ୍ରୁଆରୀ ୨୦୦୦ ମସିହା ଠାରୁ ୬୦ ଜଣ ପଳତାକ ଭାରତକୁ ପ୍ରତ୍ୟର୍ପଣ ହୋଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ୱେବ୍‌ସାଇଟ୍‌ ଅନୁସାରେ, ଫେବ୍ରୁଆରୀ ୨୦୦୨ ଡିସେମ୍ବର ୨୦୧୫ ପର୍ଯ୍ୟନ୍ତ  ବିଦେଶୀ ସରକାରମାନେ ୬୦ ପଳାତକକୁ ଭାରତକୁ ଫେରାଇଛନ୍ତି ବୋଲି ୱେବ୍‌ସାଇଟ୍‌ରେ ତଥ୍ୟ ରହିଛି। ଏଥିରେ ୧୧ ଜଣ ଆମେରିକାରୁ ଆସିଥିବା ୧୭ ସଂଯୁକ୍ତ ଆରବ ଏମିରାଟ୍(ୟୁଏଇ)ରୁ, ୪ ଜଣ କାନାଡ଼ାରୁ ଓ ୪ ଜଣ ଥାଇଲାଣ୍ଡରୁ ପ୍ରତ୍ୟର୍ପିତ ହୋଇଛନ୍ତି।

1993 Bombay blasts: Memon family members who also faced trial - India Today

ସୂଚନା ଥାଉକି, ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ମାମଲାରେ ସଜା କାଟୁଥିବା ଅବୁ ସାଲେମ ୨୦୦୫ରେ ପର୍ତୁଗାଲରୁ ପ୍ରତ୍ୟର୍ପଣ ହୋଇଥିଲା। ସେହିପରି ମୁମ୍ବାଇ ଆକ୍ରମଣରେ ସାମିଲ୍ ଇକବାଲ ଶେଖ କସକର, ଇଜାଜ୍ ପଠାନ ଓ ମୁସ୍ତଫା ଅହମଦ ଉମର ଦୋସା ୨୦୦୩ରେ ଆରମ୍ଭରେ ୟୁଏଇରୁ ପ୍ରତ୍ୟର୍ପଣ ହୋଇଥିଲେ।  

 

  

   Related Posts