suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବେଙ୍ଗଲ ଦଙ୍ଗା ଉପରେ ଫିଲ୍ମ କରିବ ବିଜେପି, ସ୍ବାଧୀନତା ସମୟରେ କଲିକତା ସ୍ଥିତିର ମିଳିବ ଝଲକ
  • ||
  • ଶେଷ ପର୍ଯ୍ୟନ୍ତ ଲଢ଼ି ଅଷ୍ଟ୍ରେଲିଆ ‘ଏ’ କୁ ୨-୧ରେ ହରାଇଲା ଭାରତୀୟ ମହିଳା ହକି ଦଳ
  • ||
  • କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ରାମଦେବ, କହିଲେ ମା’ଭଉଣୀଙ୍କ ବିଷୟରେ ବେକାର କଥା କହୁଥିବା ବ୍ରିଜ ଭୂଷଣଙ୍କୁ ଗିରଫ କର
  • ||
  • ଦିଲ୍ଲୀ ୟୁନିଭର୍ସିଟି ସିଲାବସରୁ ହଟିଲା ‘ସାରେ ଜାହାଁ ସେ ଆଚ୍ଛା’ର ଲେଖକ ମହମ୍ମଦ ଇକ୍‌ବାଲଙ୍କ ବିଷୟ
  • ||
  • ଏବେ ଉତ୍ତରାଖଣ୍ଡ ସଂଲଗ୍ନ LACରେ ଦ୍ରୁତ ଗତିରେ ଗାଁ ଗଢି ଚାଲିଛି ଚୀନ, ସୈନ୍ୟ ଶିବିର ବି ନିର୍ମାଣ କରୁଛି
  • ||
  • ହାଇଦ୍ରାବାଦ: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେଜରିଓ୍ଵାଲ
  • ||
  • ନୂଆଦିଲ୍ଲୀ: ଜବାହରଲାଲ ନେହେରୁଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାହୁଲ ଗାନ୍ଧୀ
  • ||
  • IPL 2023: ମୁମ୍ବାଇକୁ ହରାଇ ଲଗାତାର ୨ୟ ଥର ଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସ, ରବିବାର ଚେନ୍ନାଇ ସହ ଟାଇଟଲ୍ ମୁକାବିଲା
  • ||
  • ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ କଲା କଂଗ୍ରେସ
  • ||
  • ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍କେଡ୍‌ ଉପରେ ଆକ୍ରମଣ, ଇଟା ଫିଙ୍ଗି ଭାଙ୍ଗିଲେ ମନ୍ତ୍ରୀଙ୍କ କାର୍ କାଚ
  • ||

ଫେସ୍ ଆପ୍‌କୁ ନେଇ ବଢୁଛି କ୍ରେଜ୍, ହେଲେ ଆପ୍ ଡାଉନଲୋଡ୍ କଲେ ତଥ୍ୟ ଚୋରୀ ହେବାର ରହିଛି ଭୟ, ଆମେରିକା କରିସାରିଲାଣି ବ୍ୟାନ୍

19/07/2019 at 5:21 PM

ନୂଆଦିଲ୍ଲୀ ୧୯|୭: ଫେସ୍‌ ଆପ୍‌କୁ ନେଇ ଚାଲିଛି ନୂଆ ଟ୍ରେଣ୍ଡ । ଭବିଷ୍ୟତରେ ବୁଢା ବୟସରେ ଆପଣ କିଭଳି ଦେଖାଯିବେ ତାକୁ ନେଇ ସମସ୍ତଙ୍କ ମନରେ ଉତ୍ସୁକତା ଥାଏ। ଆଉ ଏହି ଉତ୍ସୁକତାର ଫାଇଦା ନେଇଛି ଏହି ଫେସ୍‌ ଆପ୍‌। ଏହି ପ୍ଲାଟଫର୍ମ ଲଞ୍ଚ ହେବାର କିଛି ଘଣ୍ଟା ମଧ୍ୟରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଛି। ତେବେ ଏହା କେତେ ସୁରକ୍ଷିତ, ତା’କୁ ନେଇ ଏବେ ପ୍ରଶ୍ନ ଉଠିଛି। ଏହି ଆପର ପ୍ରଚଳନକୁ ଆମେରିକାରେ ନିଶିଦ୍ଧ କରାଯାଇଛି ।

ଦେଶରେ ଏବେ ଚାଲିଛି ଫେସ୍‌ ଆପ୍‌ର ଟ୍ରେଣ୍ଡ । ସମସ୍ତେ ନିଜ ଆଣ୍ଡ୍ରୋଏଡ ମୋବାଇଲରେ ଏହି ଆପ୍‌କୁ ଡାଉନ୍‌ଲୋଡ୍‌ କରିବାକୁ ଇଚ୍ଛୁକ । ତେବେ ଏହାକୁ ଡାଉନ୍‌ଲୋଡ୍ କରିବାର କାରଣ କଣ । ଏହି ଆପ୍‌ ଦ୍ବାରା ଆପଣ ଜାଣିପାରିବେ ଭବିଷ୍ୟତରେ ଆପଣ କିପରି ଦେଖାଯିବେ । ଅର୍ଥାତ୍‌ ବୁଢାବେଳେ ହେଉ କି ୟଙ୍ଗ ଏଜ୍‌ରେ ଆପଣଙ୍କ ଫେସ୍‌ କେମିତି ଦେଖାଯିବ ।

କେବଳ ନିଜର ନୁହେଁ ଦେଶର ବଡବଡ ସେଲିବ୍ରିଟି ମାନଙ୍କ ଫଟୋ ମଧ୍ୟ ଏହି ଆପରେ ଲୋଡ୍‌କରି ସେମାନେ ଭବିଷ୍ୟତରେ କେମିତି ଦେଖାଯାଉଛନ୍ତି ତାହା ଦେଖୁଛନ୍ତି ପ୍ରଶଂସକ । ଭାରତୀୟ କ୍ରିକେଟ୍‌ ଟିମ୍‌ ସଦସ୍ୟ ହୁଅନ୍ତୁ କି ବଲିଉଡ୍‌ ଅଥବା ହଲିଉଡ୍‌ ଷ୍ଟାର ସମସ୍ତଙ୍କ ଫେସ୍‌ ଆପ୍‌ ଫଟୋ ଏବେ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେଉଛି । ସେମାନଙ୍କ ଫଟୋ ଦେଖି ଅନ୍ୟମାନେ ବି ଫେସ୍‌ ଆପ୍‌ ଜରିଆରେ ନିଜ ଫଟୋ ଡାଉନ୍‌ ଲୋଡ୍ କରି ଦେଖୁଛନ୍ତି ।

ତେବେ ଏହି ଆପ୍‌କୁ ନେଇ ଏବେ ଉଠିଛି ବଡ ପ୍ରଶ୍ନ । ଏହି ଆପ୍‌ ଦ୍ବାରା ଆପଣଙ୍କ ସମସ୍ତ ସିକ୍ରେଟ୍‌ ଲିକ୍‌ ହେବାର ଚାନ୍ସ ରହିଛି । ମୋବାଇଲରେ ଫେସ୍ ଆପ୍‌କୁ ଡାଉନଲୋଡ୍‌ କଲେ ଆପଣଙ୍କ ସମସ୍ତ ସିକ୍ରେଟ୍‌ ତଥ୍ୟ ଆଡମିନ ପାଖକୁ ଚାଲିଯିବ । ଆଉ ଆଡମିନ ଚାହିଲେ ସେହି ତଥ୍ୟକୁ ଯେଉଁଠାରେ ଚାହିଁବେ ସେଠାରେ ବ୍ୟବହାର କରିପାରିବେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ଏକ ଋଷୀୟ କମ୍ପାନୀ ଏହି ଆପ୍‌ ବାହାର କରିଥିବା କୁହାଯାଉଛି । ଏହି ଆପ୍ ଦ୍ବାରା ଆପଣଙ୍କ ଫଟୋର ବୟସ କେବଳ ବଢିବା ଦେଖାଯାଏ ନାହିଁ, ଆପଣଙ୍କ ବୟସ କମାଇବା ପରି ବ୍ୟବସ୍ଥା ବି ରହିଛି । ଏଥିରେ ଫଟୋକୁ ବିଭିନ୍ନ ରୂପ ଦିଆଯାଇ ପାରୁଛି । ଏହି ଆପକୁ ଆମେରିକାର ସିନେଟ ତାଙ୍କ ଦେଶରେ ବ୍ୟାନ କରିବାକୁ ପଦକ୍ଷେପ ନେଇଛନ୍ତି । ଭାରତରେ ଏହି ଆପ୍‌କୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ତେବେ ଏହି ଆପ୍ ଦ୍ବାରା ସେମାନେ ବିପଦରେ ପଡିବାରେ ଯଥେଷ୍ଟ ସମ୍ଭାବନା ବି ରହିଛି । ପୂର୍ବରୁ ମଧ୍ୟ ଏହିଭଳି ଆପକୁ ଡାଉନ୍‌ଲୋଡ୍‌ କରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଦେଶ ବିଦେଶର ଲୋକେ ।

ଏହି ଆପକୁ ଡାଉନଲୋଡ୍ କରିବା ପୂର୍ବରୁ ଜନସାଧାରଣ ଭଲକରି ଏହାର ନିୟମାବଳିକୁ ପଢନ୍ତୁ । ଯଦି ଏହି ଆପ ସେମାନଙ୍କୁ ଠିକ ଲାଗୁନାହିଁ ତେବେ ଏହାକୁ ଡାଉନଲୋଡ୍‌ କରିବାରୁ ନିବୃତ୍ତ ରୁହନ୍ତୁ ।

   Related Posts