ଆମେରିକା କୋର୍ଟରେ ହାରିଲା TCS, କ୍ଷତିପୂରଣ ବାବଦକୁ ଇପିକ୍‌ ସିଷ୍ଟମକୁ ଗଣିବ ୧୪୦ ମିଲିୟନ ଡଲାର

Published By : Prameya-News7 Bureau | August 21, 2020 IST

ୱାସିଂଟନ: ଭାରତର ଦିଗ୍ଗଜ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍‌ (ଟିସିଏସ୍)ଙ୍କୁ ଆମେରିକା ଫେଡେରାଲ ଆପିଲେଟ୍ କୋର୍ଟଙ୍କ ଝଟକା। ଆମେରିକୀୟ କମ୍ପାନୀ ଇପିକ୍‌ ସିଷ୍ଟମ ଟିସିଏସ୍‌ଙ୍କ ବିରୋଧରେ ଆଣିଥିବା ଇଣ୍ଟେଲକ୍ଚୁଆଲ ପ୍ରପର୍ଟି ରାଇଟ୍ ଦୂରୁପଯୋଗ ଅଭିଯୋଗ ମାମାଲାରେ ନିମ୍ନ ଅଦାଲତଙ୍କ ରାୟ ଫେଡେରାଲ ଆପିଲେଟ୍ କୋର୍ଟ କାୟମ ରଖିଛନ୍ତି।

ଟିସିଏସ୍ ଶୁକ୍ରବାର ସେୟାର ମାର୍କେଟ୍‌କୁ ରେଗୁଲେଟରୀ ଫାଇଲିଂ ବେଳେ ଦେଇଥିବା ସୂଚନା ଅନୁସାରେ ୟୁଏସ୍ କୋର୍ଟ ଅଫ ଅପିଲସ୍, ସପ୍ତମ ସର୍କିଟ୍ ଚିକାଗୋ ୨୮୦ ମିଲିୟନ ଡଲାରର ଦଣ୍ଡାତ୍ମକ କ୍ଷତିଭରଣା ବାସ୍ତବିକ ଅତ୍ୟାଧିକ ଓ ଅସମ୍ବିଧାନିକ ବୋଲି କହିଛନ୍ତି। ତେବେ ମାମଲାରେ ନିମ୍ନ ଅଦାଲତ ଦେଇଥିବା ୧୪୦ ମିଲିୟନ ଡଲାର କ୍ଷତିପୂରଣ ରାଶିକୁ କାୟମ ରଖିଛନ୍ତି।

ହେଲେ ଟିସିଏସ୍‌ଙ୍କ କହିବା କଥା ହେଲା ଇପିକ୍ ସିଷ୍ଟମ କରିଥିବା ଅଭିଯୋଗର କୌଣସି ପ୍ରମାଣ ନାହିଁ। ତେବେ ସେ ଜୋର ଜବରଦସ୍ତ ବୌଦ୍ଧିକ ସମ୍ପତ୍ତି ଚୋରି ଅଭିଯୋଗ କରିବା ସହ ଏକ ଉତ୍ପାଦ ପ୍ରସ୍ତୁତ କରିଥିବାର ଅଭିଯୋଗ କରିଛନ୍ତି। ଏଥିଲାଗି ଇପିକ୍ ସିଷ୍ଟମ ପ୍ରଥମେ ୯୪୦ ମିଲିୟନ ଡଲାରର ଜରିମାନା ଲାଗୁ କରିଥିଲେ। ତେବେ ୨୦୧୬ ମସିହାରେ ଏହାକୁ ହ୍ରାସ କରି ୪୨୦ ମିଲିୟନ ଡଲାର କରିଥିଲେ। ଏହା ବିରୋଧରେ ଟିସିଏସ୍ ୟୁଏସ୍ ଫେଡେରାଲ ଆପିଲେଟ୍‌ଙ୍କ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.