ଆକ୍ସନରେ ଆମେରିକା ଓ ବ୍ରିଟେନ୍ ସେନା; ୟମେନରେ ୧୮ ହୁତି ବିଦ୍ରୋହୀ ଠିକଣା ଧ୍ବଂସ

Published By : Prameya-News7 Bureau | February 25, 2024 IST

ନୂଆଦିଲ୍ଲୀ: ୟମେନର ହୁତି ବିଦ୍ରୋହୀ ଠିକଣାରେ ହମଲା । ଆମେରିକା ଓ ବ୍ରିଟେନ୍ ମିଳିତ ଭାବେ ଆକ୍ରମଣ କରିଛନ୍ତି । ଆମେରିକା ସେଣ୍ଟ୍ରାଲ୍ କମାଣ୍ଡ୍‌ର ସୂଚନା ମୁତାବକ, ୟମେନର ରାଜଧାନୀ ସନା ଏବଂ ହୁତି ବିଦ୍ରୋହୀ ଠିକଣାକୁ ଟାର୍ଗେଟ୍ କରି ମିଳିତ ସେନା ମିସାଇଲ୍ ମାଡ଼ କରିଛି । ଏଥିରେ ୧୮ଟି ହୁତି ଆତଙ୍କୀ ଠିକଣା ଧ୍ବଂସ ହୋଇଯାଇଛି ।  

ହ୍ବାଇଟ୍ ହାଉସ୍ କହିଛି, ହୁତି ଆତଙ୍କୀ ଲୋହିତ ସାଗରରେ କମର୍ଶିଆଲ୍ ଜାହାଜଗୁଡ଼ିକ ଉପରେ ଆକ୍ରମଣ କରୁଥିଲେ ଏବଂ ୟମେନକୁ ଯେଉଁ ମାନବୀୟ ସହାୟତା ଦିଆଯାଉଥିଲା ତାକୁ ମଧ୍ୟ ରୋକିବାକୁ ଚେଷ୍ଟା କରୁଥିଲେ । ତେଣୁ ତାଙ୍କୁ ଟାର୍ଗେଟ୍ କରାଯାଇଛି ବୋଲି ପେଣ୍ଟାଗନ କହିଛି । ଆମେରିକା ଏବଂ ବ୍ରିଟେନ୍ ସେନା ବ୍ୟତୀତ ଆଷ୍ଟ୍ରେଲିଆ, ବାହାରିନ୍, କାନାଡ଼ା, ଡେନମାର୍କ, ନେଦରଲାଣ୍ଡ୍ସ ଏବଂ ନ୍ୟୁଜିଲାଣ୍ଡ ଫୋର୍ସ ମଧ୍ୟ ଏଥିରେ ସାମିଲ ହୋଇଥିଲା ।

wp:embed {"url":"https://www.prameyanews7.com/pm-modi-gujarat-visit-jamnagar-roadshow-foundation-stone-of-52-thousand-crores-projects/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pm-modi-gujarat-visit-jamnagar-roadshow-foundation-stone-of-52-thousand-crores-projects/
/wp:embed

ଲୋହିତ ସାଗରରେ ହୁତି ବିଦ୍ରୋହୀ ଉତ୍ପାତ ଯୋଗୁ ବୈଶ୍ବିକ ବ୍ୟାପାରରେ ସମସ୍ୟା ଦୃଷ୍ଟି ହେଉଥିଲା । ଆମେରିକାର ବାରମ୍ବାର ଚେତାବନୀ ସତ୍ତ୍ବେ ଆତଙ୍କୀମାନେ ଏଥିରୁ ବିରତ ରହୁନଥିଲେ । ତେଣୁ ଏହି ହମଲା ହୋଇଛି । ଏହି ଆକ୍ରମଣକୁ ସମର୍ଥନ ଦେଇଥିବା ଦେଶମାନଙ୍କ ପକ୍ଷରୁ ମିଳିତ ଭାବେ ଏକ ବୟାନ ଜାରି କରାଯାଇଛି । ଜଏଣ୍ଟ ମିଲିଟାରୀ ଆକ୍ସନରେ ୧୮ଟି ହୁତି ଠିକଣା ନଷ୍ଟ ହୋଇଛି ବୋଲି କୁହାଯାଇଛି । ଆମେରିକା ପ୍ରତିରକ୍ଷା ସଚିବ ଲାଁୟଡ ଆଷ୍ଟିମ୍ କହିଛନ୍ତି, ଆମ ଉଦ୍ଦେଶ୍ୟ ଲୋହିତ ସାଗରରେ ଇରାନ ସମର୍ଥିତ ହୁତି ବିଦ୍ରୋହୀ ଗୋଷ୍ଠୀଙ୍କୁ ଶକ୍ତିହୀନ କରିବା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.