ହାଇପରସୋନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଆମେରିକା, ଶବ୍ଦଠାରୁ ପାଞ୍ଚ ଗୁଣା ଅଧିକ ଏହାର ବେଗ
17/05/2022 at 9:59 PM

ନୂଆଦିଲ୍ଲୀ: ହାଇପରସୋନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିବା ନେଇ ଆମେରିକା ବାୟୁସେନା ଦାବି କରିଛି। ଆମେରିକା ବାୟୁସେନା ଏନେଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି, ୟୁଏସ ଏୟାର ଫୋର୍ସ ଭି-52 ଏଚ ଷ୍ଟ୍ରେଟୋଫୋଟ୍ରେସ ମେ ୧୪ ତାରିଖରେ ଦକ୍ଷିଣ କାର୍ଲିଫର୍ନିଆ ଉପକୂଳରେ ଏଜିଏମ-୧୮୩ଏ ଏୟାର-ଲଞ୍ଚ ରାପିଡ୍ ରେସପନ୍ସ ୱେପନ ଅର୍ଥାତ ARRWର ସଫଳ ପରୀକ୍ଷଣ କରିଛି।
ଆମେରିକା ବାୟୁ ସେନା କହିଛି, ବିମାନରେ ଅଲଗା ହେବା ପରେ ARRWର ବୁଷ୍ଟର ପ୍ରଜ୍ୱଳିତ ହୋଇଥିଲା ଏବଂ ସଠିକ ସମୟ ଯାଏଁ ଜଳିଥିଲା। ଏହାପରେ ଶବ୍ଦର ଗତିଠାରୁ ପାଞ୍ଚ ଗୁଣା ଅଧିକ ବେଗରେ ପହଞ୍ଚିଥିଲା ହାଇପରସୋନିକର ଗତି।
୪୧୯ ତମ ଏଫଏଲଟିଏସ କମାଣ୍ଡର ଲେଫ୍ଟନାଣ୍ଟ କର୍ଣ୍ଣଲ ମାଇକଲ ଜୁଙ୍ଗାକ୍ୱିଷ୍ଟ କହିଛନ୍ତି, ଏହି ପରୀକ୍ଷଣରେ ଯେପରି କୌଣସି ତ୍ରୁଟି ନ ରୁହେ ତାହା ସୁନିଶ୍ଚିତ କରିଥିଲା ପୂରା ଟିମ। ସେ କହିଛନ୍ତି, ଆମର କୁଶଳୀ ଟିମ ଏହି ହାଇପରସୋନିକ କ୍ଷେପଣାସ୍ତ୍ରର ପରୀକ୍ଷଣ ସହ ଇତିହାସ ରଚିଛି। ଏହି ହତିଆର ସହ ୱାରଫାଇଟର ଯାଏଁ ପହଞ୍ଚିବାରେ ସବୁ ସମ୍ଭବ ପ୍ରୟାସ କରୁଛୁ।
ଉଲ୍ଲେଖଯୋଗ୍ୟ ଯେ, ଆମେରିକା, ଚୀନ ଏବଂ ରୁଷ ହାଇପରସୋନକ ହତିଆର ନିର୍ମାଣ କରିବାରେ ସବୁଠୁ ଆଗରେ ରହିଛନ୍ତି। ଏହାର ଗତି ଯୋଗୁଁ ଏହାକୁ ଟ୍ରାକ କରିବା ଏବଂ ଧରିବା ଅସମ୍ଭବ।