ଟ୍ରମ୍ଫଙ୍କ ଭାରତ ଆଗମନ ପୂର୍ବରୁ ପହଞ୍ଚିଲା ସୁରକ୍ଷା ବ୍ୟବସ୍ଥା, ଆସିଛନ୍ତି ୨୦୦ CIA ସ୍ନାଇପର

Published By : Prameya-News7 Bureau | February 17, 2020 IST

ଅହମ୍ମଦାବାଦ ୧୭।୨:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଓ ମେଲେନିଆଙ୍କ ଭାରତ ଗସ୍ତ ଲାଗି ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ। ତେବେ ରାଷ୍ଟ୍ରପତିଙ୍କ ଗସ୍ତ ଆରମ୍ଭ ହେବା ପୂର୍ବରୁ ତାଙ୍କର ସୁରକ୍ଷା ବ୍ୟବସ୍ଥା ନେଇ ସୋମବାର ଭାରତ  ପହଞ୍ଚିଛି ଆମେରିକା ଏୟାରଫୋର୍ସର ହର୍କ୍ୟୁଲସ ବିମାନ। ଯେଉଁଥିରେ ଆସିଛନ୍ତି ୨୦୦ ସିଆଇଏ ଏଜେଣ୍ଟଙ୍କ ସମେତ ସ୍ନାଇପର୍ସ।

{"id":225604,"sizeSlug":"large"}

ଟ୍ରମ୍ଫ ଫେବୃଆରୀ ୨୪ରେ ଦୁଇ ଦିବସୀୟ ଭାରତ ଗସ୍ତରେ ଆସିବେ । ତାଙ୍କର ଏହି ଗସ୍ତକାର୍ଯ୍ୟକ୍ରମ ପଶ୍ଚିମ ରାଜ୍ୟ ଗୁଜରାଟରୁ ଆରମ୍ଭ ହେବ। ଏଥିଲାଗି ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ତାଙ୍କ ଲାଗି ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ସମୟରେ ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷା ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତାଙ୍କ ଲାଗି ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା କରିଛନ୍ତି ଭାରତ ସରକାର।

{"id":225605,"sizeSlug":"large"}

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଆମେରିକା ଏୟାରଫୋର୍ସର ହର୍କ୍ୟୁଲସ ବିମାନ ଅହମ୍ମଦାବାଦ ବିମାନବନ୍ଦରରେ ଅବତରଣ କରିଛି। ଏହି ବିମାନରେ ଟ୍ରମ୍ଫଙ୍କ ସୁରକ୍ଷା ଲାଗି ସମସ୍ତ ବାହନ ଥିବା ବେଳେ ସୁରକ୍ଷା କର୍ମୀ ବି ଅଛନ୍ତି। ଏଥିରେ ଟ୍ରମ୍ଫଙ୍କ ସୁରକ୍ଷା ଲାଗି ୨୦୦ ସିଆଇଏ ଏଜେଣ୍ଟ ଓ ସ୍ନାଇପର ବି ଅଛନ୍ତି, ଯେଉଁମାନେ ଭାରତ ଗସ୍ତ କାର୍ଯ୍ୟକ୍ରମ ବେଳେ ଅହମ୍ମଦାବାଦ ପୋଲିସ ଓ ଦେଶର ସୁରକ୍ଷା ଏଜେନ୍ସୀଙ୍କ ସହ ମିସି ରାଷ୍ଟ୍ରପତିଙ୍କ ସୁରକ୍ଷା ନିଶ୍ଚିତ କରିବେ।

{"id":225606,"sizeSlug":"large"}

ବିଦେଶୀ ସୁରକ୍ଷା କର୍ମୀମାନେ ମୋଟେରା ଷ୍ଟାଡିୟମ ପରିଦର୍ଶନ କରିବା ସହ ସେମାନଙ୍କ କଣ୍ଚ୍ରୋଲ ରୁମ ସ୍ଥାପନା କରିଛନ୍ତି। ଏଠାରେ ପୂର୍ବରୁ ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷା ଲାଗି ଏସପିଜି ଓ ଗୁଜୁରାଟ ପୋଲିସ ବି ନିଜନିଜର ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ଅହମ୍ମଦାବାଦ ବିମାନ ବନ୍ଦରକୁ ମଧ୍ୟ ପୂର୍ବରୁ ଅନ୍ୟ ବିମାନ ନିୟନ୍ତ୍ରଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ରାଷ୍ଟ୍ରପତିଙ୍କ ବିମାନ Air force-୧ର ଅବତରଣ ପୂର୍ବରୁ ଓ ପରେ ୩ ଘଣ୍ଟା ପର୍ଯ୍ୟନ୍ତ ବିମାନବନ୍ଦରକୁ ଅନ୍ୟ କୌଣସି ବିମାନ ଆଗମନ ଓ ପ୍ରସ୍ଥାନର ଅନୁମତି ମିଳିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.