ଆମେରିକାରେ ଥମୁନି ଗୁଳିକାଣ୍ଡ, ୟାକିମା ରାଜ୍ୟ ସହଜ ସେଣ୍ଟରରେ ଗୁଳିମାଡ଼, ୩ ମୃତ
25/01/2023 at 10:44 AM

ନୂଆଦିଲ୍ଲୀ: ଆମେରିକାରେ ଥମିବାରେ ନାଁ ଧରୁନାହିଁ ହିଂସା । ନୂତନ ବର୍ଷ ସେଲିବ୍ରେସନ ଗୁଳିକାଣ୍ଡ ପରେ ଏ ପର୍ଯ୍ୟନ୍ତ ୩୯ଜଣଙ୍କ ମୃତ୍ୟୁ ହୋଇଛି। ପୁଣି ଥରେ ବୁଧବାର ଓ୍ବାସିଂଟନରେ ପାୟାରିଂ ହୋଇଛି । ୟାକିମା ସହରର ଏକ ସୁବିଧା ସେଣ୍ଟରରେ ଗୁଳିମାଡ଼ ହୋଇଛି । ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଅନେକ ଆହତ ହୋଇଛନ୍ତି । ଏହା ଗୋଟିଏ ଦିନ ପୂର୍ବରୁ ବନ୍ଧୁକଧାରୀଙ୍କ ଗୁଳିମାଡ଼ରେ ୧୧ଜଣଙ୍କ ମୃତ୍ୟୁ ହୋଇଥିଲା ।
ୟାକିମା ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ଜଣେ ବନ୍ଧୁକଧାରୀ ଅଚାନକ ସୁବିଧା ସେଣ୍ଟରରେ ପଶି ଅତର୍କିତ ଗୁଳିମାଡ଼ କରିଥିଲେ । ଏହି ଘଟଣାରେ ୨୧ଜଣଙ୍କ ଉପରେ ଗୁଳି ବାଜିଥିବାବେଳେ ୩ଜଣଙ୍କ ମୃତ୍ୟୁ ହୋଇଛି । ଖବର ମିଳିବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଅନ୍ୟପଟେ ବନ୍ଧୁକଧାରୀ ଗୁଳିମାଡ଼ କରିବା ପରେ ଫେରାର୍ ହୋଇଯାଇଛି । ପୋଲିସ ଦୁର୍ବୃତ୍ତଙ୍କୁ ଗିରଫ କରିବାକୁ ଉଦ୍ୟମ ଚଳାଇଛି।
ଏହାର ଗୋଟିଏ ଦିନ ପୂର୍ବରୁ ଆମେରିକାରେ ଭିନ୍ନ ଭିନ୍ନ ତିନୋଟି ସ୍ଥାନରେ ଗୁଳିମାଡ଼ ହୋଇଥିଲା । ଏଥିରେ ୧୧ ଜଣଙ୍କ ମୄତ୍ୟୁ ହୋଇଛି । ଉତ୍ତର କାଲିର୍ଫଣ୍ଣିଆର ୨ଟି ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ସେହିପରି ଆୟୋବା ରାଜ୍ୟରେ ବନ୍ଧୁକଧାରୀମାନେ ଭିଡ଼ ସ୍ଥାନରେ ଗୁଳିମାଡ଼ କରିଥିଲେ । ଏଥିରେ ୨ଜଣ ପ୍ରାଣ ହରାଇଛନ୍ତି । ୭୨ ଘଣ୍ଟା ପୂର୍ବରୁ ଲାଁସ ଏଞ୍ଜିଲ୍ସରେ ଗୁଳିକାଣ୍ଡ ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିଲା ।