ଭାରତ-ପାକ ମ୍ୟାଚ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉର୍ବଶୀଙ୍କ ମେସେଜ ନେଇ ଚର୍ଚ୍ଚା

Published By : Prameya-News7 Bureau | June 19, 2019 IST

ଉର୍ବଶୀ ରୌଟେଲା ଓ ହାର୍ଦିକ ପାଣ୍ଡ୍ୟାଙ୍କ ରିଲେସନ ନେଇ ପୁଣି ଉଠିଛି ଚର୍ଚ୍ଚା । ଏଥର ଚର୍ଚ୍ଚାର ଆଧାର ହେଉଛି ଭାରତ-ପାକ ମ୍ୟାଚ ପୂର୍ବରୁ  ହାର୍ଦିକଙ୍କୁ ଉର୍ବଶୀ ମେସେଜ କରିଥିବା ନେଇ। ରିପୋର୍ଟ ଅନୁସାରେ ଉର୍ବଶୀ ହାର୍ଦିକଙ୍କୁ ୱାଲର୍ଡ କପ୍‌ର ଭାରତ-ପାକ୍‌ ମ୍ୟାଚ୍‌ର ୨ଟି ଟିକେଟ୍‌ ମାଗିଥିଲେ। ତାଙ୍କ ମାଙ୍କ ସହ ସେ ଭାରତୀୟ ଟିମ୍‌କୁ ଚିୟର କରିବାକୁ ଚାହୁଁଥିଲେ। ସେଥିପାଇଁ ସେ ପାଣ୍ଡ୍ୟାଙ୍କୁ ମେସେଜ କରିଥିବା କୁହାଯାଉଛି । କିନ୍ତୁ ଏସବୁ ଗୁଜବ ବୋଲି ଉର୍ବଶୀ  କହିଛନ୍ତି।  

{"id":124823}

ଉର୍ବଶୀ କହିଛନ୍ତି ଯେ, ତଙ୍କ ପୂର୍ବତନ ମେନେଜର ତାଙ୍କୁ ବଦନାମ କରିବାକୁ ଚାହୁଁଥିବାରୁ ଏଭଳି ଗୁଜବ ପ୍ରଚାର କରୁଛନ୍ତି । ଉର୍ବଶୀ କହିଛନ୍ତି ଯେ, ବାରତ-ପାକ ମ୍ୟାଚ ଦିନ ସେ ଇଂଲଣ୍ଡରେ ଥିଲେ । କିନ୍ତୁ ଶୁଟିଂରେ ବ୍ୟସ୍ତ ଥିଲେ । ଲଣ୍ଡନରେ ତାଙ୍କର ଲୁଟିଂ ଚାଲିଥିଲା । ମ୍ୟାଚ୍‌ ମାଞ୍ଚେଷ୍ଟରରେ ହେଉଥିଲା । ଲଣ୍ଡନ ଓ ମାଞ୍ଚେଷ୍ଟର ମଧ୍ୟରେ ଦୂରତା ଅଧିକ ହୋଇଥିବାରୁ ସେ ଖେଳ ଦେଖିବାକୁ ଏତେ ଦୂରଯିବା ସମ୍ଭବ ନଥିଲା । ତେଣୁ ପାଣ୍ଡ୍ୟାଙ୍କୁ ମେସେଜ କରି ଟିକଟ ମାଗିବା ଖବର ସମ୍ପୂର୍ଣ୍ଣ କପୋଳ କଳ୍ପିତ । ଏଥିରେ କୌଣସି ସତ୍ୟତା ନାହିଁ ।

{"id":124824}

ଉର୍ବଶୀଙ୍କ ଏକ୍ସ ମ୍ୟାନେଜର କପିଲ ମିଶ୍ରାଙ୍କ ଦୁର୍ବ୍ୟବହାର କାରଣରୁ ସେ ତାଙ୍କୁ କାଢି ଦେଇଥିଲେ। ଫଲରେ ସେ ଏବେ ଉର୍ବଶୀଙ୍କୁ ବଦନାମ କରିବାରେ ଲାଗିଛନ୍ତି । କାକତାଳିକ ନ୍ୟାୟରେ ସେ ଲଣ୍ଡନରେ ଥିବାରୁ ହାର୍ଦ୍ଦିକଙ୍କ ସହ ତାଙ୍କୁ ଯୋଡିବା ପାଇଁ କପିଳ ମିଶ୍ରାଙ୍କୁ ମୌକା ମିଳିଗଲା ବୋଲି ଉର୍ବଶୀ କହିଛନ୍ତି । କଫି ୱିତ୍‌ କରନ ସୋ ରେ ମହିଳାମାନଙ୍କୁ ନେଇ ଦେଇଥିବା ବୟାନ ପାଇଁ ମଧ୍ୟ ହାର୍ଦିକ ପାଣ୍ଡ୍ୟା ବିବାଦରେ ଥିଲେ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.