ଗୋଲ୍ଡେନ୍ ଡ୍ରେସ୍ରେ ହଟ୍ ଫଟୋ ସେୟାର କଲେ ଉର୍ବଶୀ, ଫ୍ୟାନ୍ସ କହିଲେ-ଆପଣ ଚାହୁଁଛନ୍ତି କ’ଣ ?
7/03/2023 at 12:41 PM

ମୁମ୍ବାଇ ୦୭।୦୩ : ଚର୍ଚ୍ଚାରେ ପୁଣି ଥରେ ଉର୍ବଶୀ ରୌତେଲା । କେତେବେଳେ ରିଷଭ ପନ୍ଥଙ୍କ ସହ ସଂପର୍କକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ତ ଆଉ କେତେବେଳେ ପାକିସ୍ତାନୀ କ୍ରିକେଟରଙ୍କ ସହ ଫଟୋ ସୁଟ୍ ନେଇ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଏବେ ନିଜର ହଟ୍ ଫଟୋ ସୁଟ୍ ଲାଗି ବେଶ୍ ଚର୍ଚ୍ଚାରେ ଅଛନ୍ତି । ଯାହାର ଫଟୋ ସେ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ।

ଉର୍ବଶୀ ରୌତେଲା ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏକ ଗୋଲଡେନ୍ ଡ୍ରେସ୍ରେ ସୁଟ୍ ପୋଷ୍ଟ କରିଛନ୍ତ । ଯାହାକୁ ନେଇ ଫ୍ୟାନ୍ସମାନେ ଉର୍ବଶୀଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି । ଏମିତିକି କିଛି ଫ୍ୟାନ୍ସ ଫଟୋ ତଳେ କମେଣ୍ଟ ଦେଇ କହିଛନ୍ତି ଯେ, ପାକିସ୍ତାନରେ ଚାଲିଥିବା ପିଏସ୍ଏଲ୍ ଟୁର୍ଣ୍ଣାମେଣ୍ଟରେ ନାସିମ୍ ସାହାଙ୍କ ଟିମ୍ ପରାସ୍ତ ହେଉଛି । ଆପଣଙ୍କ ଖରାପ ପ୍ରାର୍ଥନା ଲାଗି ପୁରା ଟିମ୍ ହାରୁଛି ।

ସେହିପରି ଆଉ କିଏ ଲେଖିଛନ୍ତି କି, ଏହି ଝିଅଟି ପନ୍ଥଙ୍କ କ୍ୟାରିୟର ବର୍ବାଦ କରିକି ହିଁ ଛାଡିବ । ତ ଆଉ କିଏ କହୁଛି ଯେ, ଆପଣ ଚାହୁଁଛନ୍ତି କ’ଣ ? । ସୋସିଆଲ୍ ମିଡିଆରେ ଏହିପରି ଭାବରେ ଉର୍ବଶୀଙ୍କୁ ଟ୍ରେଲ୍ କରୁଛନ୍ତି ୟୁଜର୍ସ ।

ଉତ୍ତରାଖଣ୍ଡରେ ଜନ୍ମିତ ଉର୍ବଶୀ ରୌତେଲା ବଲିଉଡ୍ରେ ୨୦୧୩ ମସିହାରେ ପାଦ ଥାପିଥିଲେ । ସନ୍ନି ଦେଓଲଙ୍କ ଅଭିନୀତ ସିଂ ସାହବ ଦ ଗ୍ରେଟ୍ ଜରିଆରେ ବି-ଟାଉନ୍ରେ ଏଣ୍ଟ୍ରି କରିିଥିଲେ । ତାପରଠାରୁ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି ଉର୍ବଶୀ । ସେହି ସବୁ ଫିଲ୍ମ ଆଖିଦୃଶିଆ ସଫଳ ହୋଇନଥିଲେ ମଧ୍ୟ ସବୁବେଳେ ବିବାଦ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି ଉର୍ବଶୀ ।

ତେବେ ନିକଟରେ ଭାରତୀୟ କ୍ରିକେଟରଙ୍କ ରିଷଭ ପନ୍ଥଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲେ । ରିଷଭ ପନ୍ଥ ନିଜ ଆଡୁ ଉର୍ବଶୀଙ୍କ ସହିତ ସଂପର୍କକୁ ନେଇ ରୋକଠୋକ୍ ମନା କରିଦେଇଥିଲେ । ଯାହା ପରେ ଆହୁରି ଟ୍ରୋଲ ହୋଇଥିଲେ ଉର୍ବଶୀ । ସେହିପରି ପରେ ପାକିସ୍ତାନ କ୍ରିକେଟର ନାସିମ୍ ସାହାଙ୍କ ସହ ଏକ ଫଟୋ ନେଇ ବେଶ୍ ଭାଇରାଲ ହୋଇଥିଲା ।
