୫୦ ଲକ୍ଷର ଗାଉନ୍‌ ପିନ୍ଧି ଆୱାର୍ଡ ଶୋ’ରେ ପହଞ୍ଜିଲେ ଉର୍ବଶୀ, ପନ୍ତଙ୍କ ନାଁରେ ହେଲେ ଟ୍ରୋଲ

Published By : Prameya-News7 Bureau | November 24, 2022 IST

ମୁମ୍ଵାଇ ୨୪।୧୧: ନିକଟରେ ଦୁବାଇରେ ଅନୁଷ୍ଠିତ ଫିଲ୍ମଫେୟାର ମିଡିଲ୍‌  ଇଷ୍ଟ ଆୱାର୍ଡରେ ପହଞ୍ଚିଥିଲେ ବଲିଉଡ୍‌ ବିଉଟି ଉର୍ବଶୀ  ରୌତେଲା । ଗୋଲାପି ଟ୍ୟୁବ୍‌ ବଡିକନ୍‌ ଡ୍ରେସ୍‌ରେ  ଆସିଥିଲେ ନଜର । ଏହି ପୋଷାକର ମୂଲ୍ୟ ୫୦ ଲକ୍ଷ ଟଙ୍କା  ବୋଲି ଚର୍ଚ୍ଚା ହେଉଛି । କାର୍ଯ୍ୟକ୍ରମର ଫଟୋ ସାମ୍ନାକୁ ଆସିବା  ପରେ ଉର୍ବଶୀଙ୍କ ଫ୍ୟାନ୍‌  ଖୁବ୍‌  ପ୍ରଶଂସା କରୁଛନ୍ତି ।

କେବଳ ସେତିକି ହିଁ ନୁହେଁ ଅନେକ ତାଙ୍କୁ ଋଷଭ ପନ୍ତଙ୍କ ନାଁରେ  ମଧ୍ୟ ଟ୍ରୋଲ୍‌କରୁଛନ୍ତି ।  ଗତ ୧୯ ତାରିଖରେ ହୋଇଥିବା ଏହି ଆୱାର୍ଡ ଶୋ’ରେ ଉର୍ବଶୀଙ୍କର ଜଲ୍‌ୱା  ଦେଖିବାକୁ ମିଳିଥିଲା। ସ୍ମୋକି ଆଖି ମେକ୍‌ଅପ,  ହୀରା କାନଫୁଲ ସହିତ ସେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ। ଏନେଇ ସେ ସୋସିଆଲ ମିଡିଆରେ ନିଜର  କିଛି ଫଟୋ ସେ ସେୟାର କରିଛନ୍ତି । ତାଙ୍କୁ  ଦେଖିବା ମାତ୍ରେ ଲୋକେ ଋଷଭ ପନ୍ତଙ୍କୁ  ମନେପକାଇଛନ୍ତି । ତା’ପରଠୁ ଉର୍ବଶୀଙ୍କୁ  ସମାଲୋଚନା ଥମିବାର ନାଁ ଧରୁନି ।

ଜଣେ  ୟୁଜର୍‌ର୍ସ ତାଙ୍କ ପୋଷ୍ଟ୍‌ରେ କମେଣ୍ଟ ଦେଇ  କହିଛନ୍ତି ‘ଋଷଭ ପନ୍ତ ଇମ୍ପ୍ରେସ୍‌ ହେବେ  ନାହିଁ, ବିଲକୁଲ୍‌ ଚେଷ୍ଟା କରନାହିଁ ।’ ଆଉ ଜଣେ  ଲେଖିଛନ୍ତି ‘ଋଷଭ ପନ୍ତଙ୍କ ପିଛା  ଛାଡ଼ିଦିଅ। ଏମିତି ଅନେକ ୟୁଜର୍ସ  ତାଙ୍କୁ ଟ୍ରୋଲ୍‌ କରିଛନ୍ତି ।  ନିକଟରେ କ୍ରିକେଟର୍‌ ଶୁଭମନ  ଗିଲ୍‌ଙ୍କର ଏକ ସାକ୍ଷାତକାର  ଚର୍ଚ୍ଚାକୁ ଆସିଥିଲା ।  ଏଥିରେ ତାଙ୍କୁ ପନ୍ତ ଓ  ଉର୍ବଶୀଙ୍କୁ ନେଇ ପ୍ରଶ୍ନ  କରାଯାଇଥିଲା-  ଆଜିକାଲି ଋଷଭଙ୍କୁ  ଜଣେ ଅଭିନେତ୍ରୀଙ୍କ  ନାଁରେ ବହୁତ  ଚିଡ଼ାଯାଉଛି । ଟିମ୍‌ରେ  କ’ଣ ତାଙ୍କୁ ଏଭଳି  ଚଡ଼ାଉଛନ୍ତି? ଏହାର  ଜବାବରେ ଶୁଭମନ କହିଥିଲେ  ‘ସେ (ଉର୍ବଶୀ) ନିଜେ ଏମିତି  କରୁଛନ୍ତି । ଋଷଭଙ୍କର ତାଙ୍କ  ସହ କୌଣସି ସମ୍ପର୍କ ନାହିଁ ।  ଋଷଭ ଏଥିରେ ଆଦୌ ଧ୍ୟାନ  ଦିଅନ୍ତି ନାହିଁ । ଏ ସବୁରେ  ତାଙ୍କୁ ଫରକ  ପଡ଼ିବ ନାହିଁ ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.