କରୱାଚୌଥ୍‌ର ଶୁଭେଚ୍ଛା ଜଣାଇଲେ ଉର୍ବଶୀ, ୟୁଜର୍ସ କହିଲେ-କଣ ପନ୍ଥ ପାଇଁ ରଖିଛ କି ବ୍ରତ ?

Published By : Prameya-News7 Bureau | October 13, 2022 IST

ମୁମ୍ଵାଇ ୧୩।୧୦: ଉର୍ବଶୀ ରୌତେଲା ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ଗତ କିଛି ଦିନ ହେବ ସେ ରିଷଭ ପନ୍ତଙ୍କ ସହ ତାଙ୍କ ନାମ ଚର୍ଚ୍ଚାରେ ରହି ଆସିଛି। ନିକଟରେ ଅଷ୍ଟ୍ରେଲିଆ ଯିବା ପରେ ଉର୍ବଶୀ ବର୍ତ୍ତମାନ ତାଙ୍କ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ କରୱାଚୌଥ୍‌ ଶୁଭେଚ୍ଛା ଜଣାଇଛନ୍ତି।

ଉର୍ବଶୀ ଏକ ଧଳା ଟପ୍ ଏବଂ ନାଲି ରଙ୍ଗର ସ୍କର୍ଟ ପିନ୍ଧିଥିବା ବେଳେ ଏହି ଫଟୋ ସେୟାର କରି ଉର୍ବଶୀ ସମସ୍ତଙ୍କୁ କରୱାଚୌଥ୍‌ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, 'ଚନ୍ଦ୍ରର ଆଲୋକ ଆପଣଙ୍କ ଜୀବନକୁ ସୁଖ ଏବଂ ଆନନ୍ଦ, ଶାନ୍ତିରେ ପରିପୂର୍ଣ୍ଣ କରନ୍ତୁ। ୟୁଜର୍ସମାନେ ଉର୍ବଶୀଙ୍କ ଏହି ପୋଷ୍ଟରେ କମେଣ୍ଟ ଦେଉଚନ୍ତି କି ଆପଣ ବି କରୱାଚୌଥ୍‌ କରିବେ କି ? ଅନ୍ୟ ଜଣେ ପଚାରିଛନ୍ତି ରିଷଭ ପନ୍ତଙ୍କ ପାଇଁ ଉପବାସ କରିବେ କି?

ନିକଟରେ ଯେତେବେଳେ ଭାରତୀୟ କ୍ରିକେଟ୍ ଟିମ୍‌ ଅଷ୍ଟ୍ରେଲିଆରେ ପହଞ୍ଚିଲା, ସେତେବେଳେ ଉର୍ବଶୀ ଅଷ୍ଟ୍ରେଲିଆରୁ ତାଙ୍କ ଫଟୋ ସେୟାର କରି ଲେଖିଥିଲେ, 'ହୃଦୟକୁ ଫଲୋ କଲି, ସେ ମୋତେ ଅଷ୍ଟ୍ରେଲିଆ ଆଣିଦେଲା।' ଏହା ପରେ ଉର୍ବଶୀଙ୍କୁ ବହୁତ ଟ୍ରୋଲ କରାଯାଇଥିଲା । କେବଳ ଏତିକି ନୁହେଁ ତାଙ୍କର ଅନେକ ମିମ୍ ମଧ୍ୟ ତିଆରି କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.