Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପରବିନ୍‌ ବବିଙ୍କ ବାୟୋପିକ୍‌ରେ ଉର୍ବଶୀ, କହିଲେ-ମୁଁ ଆପଣଙ୍କୁ ଗର୍ବିତ କରାଇବି…

4/06/2023 at 2:50 PM

ମୁମ୍ଵାଇ ୦୪।୦୬: ପରବିନ୍‌ ବବିଙ୍କ ବାୟୋପିକରେ ନଜର ଆସିବେ ଉର୍ବଶୀ ରୌତେଲା। ଏହି ଖବର ସାମ୍ନାକୁ ଆସିବା ଦିନଠାରୁ ସମସ୍ତଙ୍କ ଆଖି ତାଙ୍କ ଉପରେ ରହିଛି। ବର୍ତ୍ତମାନ ଅଭିନେତ୍ରୀ ତାଙ୍କର ଲାଟେଷ୍ଟ ପୋଷ୍ଟ ସହିତ ଏହାକୁ ନିଶ୍ଚିତ କରିଛନ୍ତି। ପୋଷ୍ଟରେ, ବାୟୋପିକ୍ ବିଷୟରେ ସୂଚନା ଦେବାବେଳେ ସେ ଗର୍ବ ଅନୁଭବ କରିବା ବିଷୟରେ ମଧ୍ୟ କହିଛନ୍ତି ।

ନିକଟରେ ଉର୍ବଶୀ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖା ହୋଇଛି, ‘ ଫିଲ୍ମ ବାୟ ୱାସିମ ଏସ ଖାନ । ଏହା ପରେ ଅଭିନେତ୍ରୀ ପରବିନ୍‌ ବବିଙ୍କ ନାମ ବୋଲ୍ଡ ଅକ୍ଷରରେ ଲେଖାଯାଇଛି । ଏହା ପରେ ଚଳଚ୍ଚିତ୍ରଟି ଅଭିନେତ୍ରୀଙ୍କ ଚଳଚ୍ଚିତ୍ର କ୍ୟାରିୟର ତଥା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବ ବୋଲି ଜଣାପଡିଛି। ଏହା ବ୍ୟତୀତ ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ‘ବଲିଉଡ ବିଫଳ ହୋଇଛି କିନ୍ତୁ ମୁଁ ଆପଣଙ୍କୁ ଗର୍ବିତ କରାଇବି ପରବିନ ବବି। ଓମ୍ ନାମ ଶିବ। ବାସ୍ତବରେ ଏହି ନୂତନ ଯାତ୍ରା ଖୁବ୍‌ ସୁନ୍ଦର । ପରବିନ୍‌ ବବିଙ୍କ ବାୟୋପିକରେ ଉର୍ବଶୀଙ୍କୁ ଦେଖିବାକୁ ପ୍ରଶଂସକମାନେ ଅପେକ୍ଷା କରିଛନ୍।

Kaalia Actress Parveen Babi Biopic Urvashi Rautela Will Play The Role Of  Deewar Actress - दीवार और कालिया फिल्मों की एक्ट्रेस की जिंदगी अब बड़े परदे  पर आएगी नजर, उर्वशी रौतेला ...

ପୋଷ୍ଟରେ ଚଳଚ୍ଚିତ୍ରର ସ୍କ୍ରିପ୍ଟ ସହ ଜଡିତ ପ୍ରଥମ ପୃଷ୍ଠା ମଧ୍ୟ ଉର୍ବଶୀ ସେୟାର କରିଛନ୍ତି। ଯେଉଁଥିରେ ପରବିନଙ୍କ ପିତାମାତା ଏବଂ ତାଙ୍କ ଜୀବନର ପ୍ରାରମ୍ଭିକ ଯାତ୍ରା ଦୃଶ୍ୟମାନ ହେଉଛି।  କୁହାଯାଇଛି ଯେ ଅଭିନେତ୍ରୀ ପିତାମାତାଙ୍କ ବିବାହର ୧୪ ବର୍ଷ ପରେ ଜନ୍ମ ହୋଇଥିଲେ, ତେଣୁ ସେ ତାଙ୍କ ପିତାମାତାଙ୍କର ପ୍ରିୟ ଥିଲେ ।

ପରବିନ୍‌ ୧୯୭୨ରେ ମଡେଲିଂ ସହିତ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ଏଥି ସହିତ ସେ ଫିଲ୍ମ ‘ଚରିତ୍ର’ ସହିତ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ। ବୃତ୍ତିଗତ ଅପେକ୍ଷା ବ୍ୟକ୍ତିଗତକୁ ନେଇ ଚର୍ଚ୍ଚାରେ ଥିଲେ। ତାଙ୍କ ନାମ ଅନେକ ସୁପରଷ୍ଟାରଙ୍କ ସହ ଜଡିତ ଥିଲା । ସେ ୨୨ଜାନୁୟାରୀ ୨୦୦୫ରେ ଦୁନିଆକୁ ଅଲବିଦା କହିଥିଲେ। ଦୁଃଖର ବିଷୟ ହେଉଛି ଯେ ତାଙ୍କର ଶେଷ ଯାତ୍ରାରେ ତାଙ୍କ ସହ କେହି ନଥିଲେ ଏବଂ ତାଙ୍କୁ ତାଙ୍କ ଫ୍ଲାଟରେ ମୃତଦେହ ମିଳିଥଲା।

You Can Read :

   Related Posts