Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଉର୍ବଶୀ ରୌତେଲାଙ୍କ ପୁଣି ଫ୍ୟାସନ୍ ଜଲଓ୍ୱା, ମିସ୍ ୟୁନିଭର୍ସ ୨୦୨୧ ଇଭେଣ୍ଟରେ ପିନ୍ଧିଲେ ୪୦ ଲକ୍ଷ ଟଙ୍କାର ଡ୍ରେସ୍

20/12/2021 at 9:05 AM

ନୂଆଦିଲ୍ଲୀ ୨୦/୧୨: ବଲିଉଡର ସବୁଠୁ ସୁନ୍ଦର ଅଭିନେତ୍ରୀ ଉର୍ବଶୀ ରୌତେଲା ନିକଟରେ ମିସ୍ ୟୁନିଭର୍ସ ୨୦୨୧ ରେ ଜଜ୍ ଭାବରେ ଯୋଗ ଦେଇଥିଲେ। ଏହି ସମୟରେ ସେ ପିନ୍ଧିଥିବା ପୋଷାକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ପୋଷାକର ମୂଲ୍ୟ ଏତେ ଥିଲା ଯେ ଯେଉଁଥିରେ ଆପଣ ଆରାମରେ ଏକ ଘର କିଣି ପାରିବେ। ଏହି ଲୁକରେ ଉର୍ବଶୀ ଜଣେ ରାଜକୁମାରୀ ପରି ଦେଖାଯାଉଥିଲେ। ସେ ଏହି ପୋଷାକରେ ଅନେକ ଫଟୋ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ତାଙ୍କର ଲୁକକୁ ସମସ୍ତେ ପ୍ରଶଂସା କରୁଛନ୍ତି।

ମିସ୍ ୟୁନିଭର୍ସ ୨୦୨୧ ରେ ଜଜ୍ ଭାବରେ ଯୋଗ ଦେଇଥିବା ଉର୍ବଶୀଙ୍କ ପୋଷାକ ଚର୍ଚ୍ଚାରେ ରହିଥିଲା। ଏହି ସମୟରେ ଅଭିନେତ୍ରୀ ମାଇକେଲ ସିନକୋଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ୪୦ ଲକ୍ଷ ଟଙ୍କାର ଡ୍ରେସ ପିନ୍ଧିଥିଲେ। ଉର୍ବଶୀ ହଲ୍ଟର ଡିପ୍ ନେକ ଏବଂ ଅଫ୍ ସେଲ୍ଡର ଶିମିରି ବ୍ଲାକ୍ ଡ୍ରେସରେ ଖୁବ୍ ସୁନ୍ଦର ଦେଖାଯାଉଥିଲେ। ତାଙ୍କ ଡ୍ରେସ୍ ବହୁତ ଅଲଗା ଏବଂ ଅନନ୍ୟ ଥିଲା। ଏହି ଲୁକରେ ଅଭିନେତ୍ରୀ ବହୁତ ଗ୍ଲାମରସ୍ ଦେଖାଯାଉଥିଲେ। ଏହି ଡ୍ରେସ୍ ସହିତ ସେ ଅନନ୍ୟ ମେକଅପ୍ ନେଇଥିଲେ। ସ୍ମୋକି ବ୍ଲାକ୍ ଆଇ ଲୁକ୍, ଗ୍ଲସି ବେସ୍ ଏବଂ ପିଙ୍କ୍ ଗ୍ଲସି  ଲିପଷ୍ଟିକରେ ତାଙ୍କ ସୌନ୍ଦର୍ଯ୍ୟରେ ଆହୁରି ଚମକି ଉଠୁଥିଲା।

ଉର୍ବଶୀ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ତାଙ୍କ ଲୁକ୍ ର ଅନେକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି। ଏହି ପୋଷାକ ସହିତ ଅଭିନେତ୍ରୀ ହୀରା ମୁଦି ଏବଂ ହୀରା କାନଫୁଲ ପିନ୍ଧିଛନ୍ତି। ପ୍ରଶଂସକ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି ଏବଂ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି।

   Related Posts