ନିଜ ବନ୍ଧୁଙ୍କ ବିବାହରେ ଲକ୍ଷାଧିକ ଟଙ୍କାର ଶାଢ଼ୀ ପିନ୍ଧିଲେ ଉର୍ବଶୀ : ପସନ୍ଦ କଲେ ତାଙ୍କ ପ୍ରଶଂସକ

Published By : Prameya-News7 Bureau | December 18, 2020 IST

ମୁମ୍ବାଇ ୧୮/୧୨: ବଲିଉଡ ଇଣ୍ଡଷ୍ଟ୍ରିର ଫ୍ୟାଶନ୍ କୁଇନ୍ ଉର୍ବଶୀ ରୌତେଲା ନିଜ ଫ୍ୟାଶନ୍ ସେନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କ ଡ୍ରେସର ମୂଲ୍ୟ ସବୁବେଳେ ଲକ୍ଷାଧିକ ଟଙ୍କା ହୋଇଥାଏ। ଯେକୌଣସି ପାର୍ଟି ହେଉ କିମ୍ବା ଫଙ୍କସନ୍ ହେଉ ଉର୍ବଶୀଙ୍କ ଲୁକ୍ ସବୁବେଳେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରନ୍ତି। ନିକଟରେ ପୁଣି ଥରେ ଉର୍ବଶୀଙ୍କ ଲୁକ୍ ଦେଖି ତାଙ୍କ ପ୍ରଶଂସକ ଦିଓ୍ବାନା ହୋଇଯାଇଛନ୍ତି। କେବଳ ଏତିକି ନୁହେଁ ଉର୍ବଶୀଙ୍କ ଡ୍ରେସର ମୂଲ୍ୟ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

{"id":379087,"sizeSlug":"large","linkDestination":"none"}

ନିକଟରେ ଉର୍ବଶୀ ବନ୍ଧୁ ବିବାହରେ ଲକ୍ଷ ଟଙ୍କାର ଶାଢ଼ୀ ପିନ୍ଧିଥିଲେ। ଏହାର ଫଟୋ ମଧ୍ୟ ଉର୍ବଶୀ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଏହି ଲୁକରେ ଉର୍ବଶୀ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଉର୍ବଶୀ ଲାଇଟ୍ ଗ୍ରୀନ୍ କଲରର ଶାଢ଼ୀ ପିନ୍ଧିଛନ୍ତି ଏବଂ ଏହା ସହ ସେ ସୁନ୍ଦର ଗହଣା ପିନ୍ଧିଛନ୍ତି। ସେ ଲାଇଟ୍ ମେକଅପ୍ କରିଛନ୍ତି।

{"id":379088,"sizeSlug":"large","linkDestination":"none"}

ଉର୍ବଶୀଙ୍କ ଏହି ଶାଢ଼ୀର ମୂଲ୍ୟ ପାଖାପାଖି ୫ଲକ୍ଷ ଟଙ୍କା ଏବଂ ଗହଣାର ମୂଲ୍ୟ ୧୫ଲକ୍ଷ। ଏହି ଲୁକରେ ଉର୍ବଶୀ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଉର୍ବଶୀଙ୍କ ଏହି ଫଟୋକୁ ତାଙ୍କ ପ୍ରଶଂସକ ଖୁବ୍ ପସନ୍ଦ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.