ଉର୍ବଶୀ ରୌତେଲାଙ୍କୁ ପ୍ରଶ୍ନ, ନସୀମ ଶାହ କହିଲେ- ମୋତେ ଜଣା ନାହିଁ ସେ କିଏ ?

Published By : Prameya-News7 Bureau | September 10, 2022 IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ନାମ ସଂପ୍ରତି ପାକିସ୍ତାନ କ୍ରିକେଟର ନସୀମ ଶାହଙ୍କ ସହ ଯୋଡା ଯାଉଛି। ଉର୍ବଶୀ ନିକଟରେ ଏସିଆ କପ୍‌ରେ ଅଗଷ୍ଟ ୨୮ରେ ଭାରତ ସହିତ ପାକିସ୍ତାନ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମ ପହଞ୍ଚିଥିଲେ। ଏହାର କିଛି ଦିନ ପରେ ସେ ନିଜର ଇନଷ୍ଟାଗ୍ରାମରେ ଏକ ରୋମାଣ୍ଟିକ ଏଡିଟେଡ୍ ଭିଡିଓ ସେୟାର କରିଥିଲେ। ଭିଡିଓରେ ପାକିସ୍ତାନ ବୋଲର ନସୀମ ଶାହଙ୍କ ସହିତ ଉର୍ବଶୀଙ୍କୁ ଦେଖିବାକୁ ମିଳିଥିଲା। ଏହି କାରଣରୁ ଉର୍ବଶୀଙ୍କୁ ଟ୍ରୋଲ ହେବାକୁ ପଡିଥିଲା।

ଏହି ଖବରକୁ ନେଇ ଏବେ  ଦ୍ରୁତ ବୋଲର ନସୀମ ଶାହଙ୍କ ବୟାନ ସାମ୍ନାକୁ ଆସିଛି। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଉର୍ବଶୀ କିଏ ସେ ଜାଣି ନାହାନ୍ତି। କିଏ ଏହି ଉର୍ବଶୀ ତାଙ୍କୁ ଜଣା ନାହିଁ। ତାଙ୍କୁ ଯଦି କେହି ପସନ୍ଦ କରୁଛନ୍ତି ତେବେ ଭଲ କଥା। ମାତ୍ର ଏବେ ତାଙ୍କର ଯୋଜନା କ୍ରିକେଟ୍ ଖେଳିବା ଉପରେ ରହିଛି।

wp:html /wp:html

ନସୀମ ଶାହ ସାମ୍ବାଦିକଙ୍କ ଉପରେ ହସି କହିଛନ୍ତି, ଆପଣଙ୍କ ପ୍ରଶ୍ନକୁ ନେଇ ହସ ଲାଗୁଛି। କାରଣ ମୋତେ ଜଣା ନାହିଁ ଉର୍ବଶୀ କିଏ। ସେ କେଉଁଭଳି ଭିଡିଓ ସେୟାର କରିଛନ୍ତି, ମୋତେ ଜଣା ନାହିଁ। ମୋର ସେମିତି କିଛି ଯୋଜନା ନାହିଁ। ଏବେ କେବଳ କ୍ରିକେଟ୍ ଉପରେ ଧ୍ୟାନ।  ସୂଚନାଯୋଗ୍ୟ, ଉର୍ବଶୀଙ୍କ ବ୍ୟତୀତ ବଲିଉଡ ଅଭିନେତ୍ରୀ ସୁରଭି ଜ୍ୟୋତି ମଧ୍ୟ ନସୀମ ଶାହଙ୍କୁ ନେଇ ଚର୍ଚ୍ଚାରେ ରହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.