suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଋଷଭ କେମିତି ଅଛନ୍ତି ? ପ୍ରଶ୍ନ ଶୁଣି ରାଗିଗଲେ ଉର୍ବଶୀ, ଦେଲେ-ଏମିତି ଉତ୍ତର..

26/03/2023 at 8:41 AM

ମୁମ୍ଵାଇ ୨୬।୦୩: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା । ସୋସିଆଲ ମିଡିଆରେ ବେଶ ଆକ୍ଟିଭ ।  ଗତ କିଛି ଦିନ ହେବ ଉର୍ବଶୀ ଓ କ୍ରିକେଟର ଋଷଭ ପନ୍ଥଙ୍କ ନାଁ ବେଶ ଚର୍ଚ୍ଚାକୁ ଆସିଛି। ଉଭୟ ନିଜ ସମ୍ପର୍କକୁ ନେଇ ମିଡିଆ ଆଗରେ କିଛି ଖୁଲାସା କରି ନ ଥିବା ବେଳେ ଉର୍ବଶୀ ନିଜ ସୋସିଆଲ ମିଡିଆରେ ଋଷଭଙ୍କୁ ନେଇ କିଛି ନା କିଛି ପୋଷ୍ଟ କରୁଛନ୍ତି । ଯାହାକୁ ନେଇ ୟୁଜର୍ସମାନେ ମଧ୍ୟ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି।  

ବର୍ତ୍ତମା ଉର୍ବଶୀ ପୁଣି ଥରେ ଋଷଭଙ୍କ କାରଣରୁ ଲାଇମଲାଇଟକୁ ଆସିଛନ୍ତି। ଉର୍ବଶୀ ଯେ କୌଣସି ପୋଷ୍ଟ ସେୟାର କଲେ ବି ଲୋକଙ୍କୁ କ୍ରିକେଟରଙ୍କ କଥା ମନେ ପଡ଼ି ଯାଇଥାଏ। ନିକଟରେ ଅଭିନେତ୍ରୀଙ୍କ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। କାହିଁକି ନା କ୍ରିକେଟ୍‌ ଋଷଭ ଏକ ବଡ ଦୁର୍ଘଟଣାର ସାମ୍ନା କରିବା ପରେ ଏବେ ବିଶ୍ରାମ ନେଉଛନ୍ତି। ଆଇପିଏଲ୍‌ରେ ଋଷଭ ଦିଲ୍ଳୀ ଟିମ୍‌ର ଅଧିନାୟକ ହୋଇଥାନ୍ତେ। ତାଙ୍କ ଦାୟିତ୍ବ ଏବେ ସମ୍ଭାଳିବେ ଡେଭିଡ୍‌ ୱାର୍ଣ୍ଣର୍‌।

ଏହି ସମୟରେ ଅଭିନେତ୍ରୀ ଏକ ଇଭେଣ୍ଟରେ ପହଞ୍ଚିଥିଲେ। ସେଠାରେ ଜଣେ ରିପୋର୍ଟର ଉର୍ବଶୀଙ୍କୁ ଋଷଭ ପନ୍ତଙ୍କ ବିଷୟରେ ପଚାରିବାରୁ ସେ ରାଗିଯାଇଥିଲେ। ପ୍ରଶ୍ନରେ ଉତ୍ତର ଦେଇ ଉର୍ବଶୀ କହିଥିଲେ ‘ଆପଣଙ୍କୁ କ’ଣ ଦରକାର? ଆପଣଙ୍କୁ ଦରକାର ଟିଆର୍‌ପି, ଟିଆର୍‌ପି ଆଉ ଟିଆର୍‌ପି। ଏହା ମୁଁ ହେବାକୁ ଦେବିନି। ମୋତେ ଏହି ସବୁ ବିଷୟରେ କାହିଁକି ପଚାରୁଛ । ଏହା ପରେ ସେ କୌଣସି ମତ ନଦେଇ ସେଠାରୁ ଚାଲିଗଲେ।  ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

   Related Posts