କ’ଣ ରିଷଭଙ୍କୁ ଭେଟିବାକୁ ଯାଇଥିଲେ ଉର୍ବଶୀ ? ଇନଷ୍ଟାରେ ସେୟାର କଲେ ହସ୍ପିଟାଲ୍ର ଫଟୋ
6/01/2023 at 1:42 PM

ମୁମ୍ଵାଇ ୦୬।୦୧: ଭାରତୀୟ କ୍ରିକେଟ୍ ଦଳର ଦମ୍ଦାର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ । ୩୦ ଡିସେମ୍ଵରରେ ତାଙ୍କର ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ। ସେବେଠାରୁ ରିଷଭ ଲଗାତାର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ନିକଟରେ ତାଙ୍କୁ ଦେହରାଡୁନରୁ ଏୟାରଲିଷ୍ଟ ଯୋଗେ ମୁମ୍ବାଇର କୋକିଲାବେନ ଧୀରବାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସମୟରେ ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ଉର୍ବଶୀ ରାଉତେଲା ହସ୍ପିଟାଲର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ପନ୍ତଙ୍କ କାର ଦୁର୍ଘଟଣା ପରେ ଉର୍ବଶୀ ତାଙ୍କ ପାଇଁ ପ୍ରାର୍ଥନା ମଧ୍ୟ କରିଛନ୍ତି। କେବଳ ଏତିକି ନୁହେଁ, ଉର୍ବଶୀଙ୍କ ମା ମୀରା ମଧ୍ୟ ରିଷଭଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରିଛନ୍ତି। ବର୍ତ୍ତମାନ ମୁମ୍ବାଇର କୋକିଲାବେନ୍ ଧୀରବାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଏହି ସମୟରେ ଉର୍ବଶୀ କିପରି ଚର୍ଚ୍ଚାକୁ ନ ଆସି ପଛରେ ରହିପାରିବେ?

ବାସ୍ତବରେ, ଗୁରୁବାର ଦିନ ଉର୍ବଶୀ ଡାକ୍ତରଖାନାର ଫଟୋ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଯେଉଁଠାରେ ରିଷଭ ଚିକିତ୍ସିତ ହେଉଛନ୍ତି। ଏଭଳି ପରିସ୍ଥିତିରେ ଉର୍ବଶୀ ପନ୍ତଙ୍କୁ ଭେଟିବା ପାଇଁ ଡାକ୍ତରଖାନାରେ ପହଞ୍ଚିଛନ୍ତି କି ନାହିଁ ତାହା ଜଣା ନାହିଁ । କିନ୍ତୁ ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନେକ ୟୁଜର୍ସ ଏହି କାରଣରୁ ଉର୍ବଶୀଙ୍କୁ ଟ୍ରୋଲ କରୁଛନ୍ତି ।
Such a Cheap Tricks For Fame . He is Not Well went Through a Major accident . This is Not entertainment anymore this is mental Harassment !#RishabhPant #UrvashiRautela pic.twitter.com/R3VzCKAxb0
— Tanay (@tanay_chawda1) January 5, 2023
Ye ladki pagal hai ft. Urvashi Rautela. Next song by @Its_Badshah pls 🙏🏼😅 pic.twitter.com/qNU5Kwu8Bd
— Sagar 🕊️ (@imperfect_ocean) January 5, 2023
କୁହାଯାଉଛି କି ଉର୍ବଶୀ ଏପରି କରି ପନ୍ତଙ୍କ ନାମରେ ନିଜର ଫେମ୍ ବଢାଉଛନ୍ତି। ଜଣେ ଟ୍ୱିଟର ୟୁଜର୍ସ ଲେଖିଛନ୍ତି କି-ୟେ ଝିଅ ପାଗଳ କି ? ଆଉ ଜଣେ ଲେଖିଛନ୍ତି- ଫେମ୍ ହାସଲ କରିବାର ଖରାପ ଉପାୟ। ସେ ଏକ ବଡ ଦୁର୍ଘଟଣା ଦେଇ ଗତି କରିଥିବା ଜଣା ପଡିଛି। ଏହା ଆଉ ମନୋରଞ୍ଜନର ଉତ୍ସ ନୁହେଁ । ବରଂ ଏହା ମାନସିକ ନିର୍ଯ୍ୟାତନାର ବିଷୟ । ଏହିପରି, ଅନେକ ୟୁଜର୍ସ ତାଙ୍କୁ ନା ନା ପ୍ରକାରର କଥା ଶୁଣାଉଛନ୍ତି ।