ଉର୍ବଶୀ କିଣି ନାହାନ୍ତି ୧୯୦ କୋଟିର ବଙ୍ଗଳା, ଫେକ୍ ନ୍ୟୁଜ୍କୁ ନେଇ ଅଭିନେତ୍ରୀଙ୍କ ମାଆ କଲେ ଖୁଲାସା
2/06/2023 at 2:41 PM

ମୁମ୍ଵାଇ ୦୨।୦୬: ମଡେଲ୍ ତଥା ଅଭିନେତ୍ରୀ ଉର୍ବଶୀ ରୌତେଲା। ପ୍ରାୟତ ସେ ଗୋଟିଏ ଜିନିଷ ବିଷୟରେ ଆଲୋଚନାରେ ରହିଥା’ନ୍ତି । ତାଙ୍କ ସହ ଜଡିତ କିଛି ନା କିଛି ଖବର ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଏକ ମିଡିଆ ଆର୍ଟିକିଲରେ ଦାବି କରିଥିଲା ଯେ ଉର୍ବଶୀ ୧୯୦ କୋଟି ଟଙ୍କା ମୂଲ୍ୟର ଏକ ବଙ୍ଗଳା କିଣିଛନ୍ତି ଏବଂ ଖୁବ୍ ଶୀଘ୍ର ସ୍ଥାନାନ୍ତର ହେବେ। ତେବେ ଏହି ଖବର ମିଥ୍ୟା ବୋଲି ଉର୍ବଶୀଙ୍କ ମା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କହିଛନ୍ତି।
ଉର୍ବଶୀଙ୍କ ମା ମୀରା ରୌଉତେଲା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆର୍ଟିକିଲର ସ୍କ୍ରିନସଟ ସେୟାର କରି ଏହାକୁ ଏକ ଫେକ୍ଲେଖିଥିଲେ। ଏହା ଲେଖାଯାଇଥିଲା- ଉର୍ବଶୀ ରୌତେଲା ତାଙ୍କ ୧୯୦ କୋଟି ଜୁହୁ ଘରକୁ ଶିଫ୍ଟ ହୋଇଛନ୍ତି। ତାଙ୍କର ଚାରି ମହଲା ବଙ୍ଗଳାର ବିଷୟରେ ଜାଣନ୍ତୁ…ଏହା ଉପରେ ମୀରା ରୌତେଲା ତାଙ୍କ ପୋଷ୍ଟ ସହିତ କ୍ୟାପସନ୍ ଲେଖିଥିଲେ – ଇନଶାଆଲ୍ଲା ଖୁବ୍ ଶୀଘ୍ର ଏପରି ଦିନ ଆସୁ .. ଏବଂ ସମସ୍ତ # ନ୍ୟୁଜ୍ # ଚ୍ୟାନେଲର ପ୍ରାର୍ଥନା ପୁରା ହୋଇଯାଉ .. ଆମିନ୍
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ଲୁକ୍କୁ ନେଇ ସେ ଚର୍ଚ୍ଚାର ବିଷୟ ପାଲଟିଥିଲେ। ଉର୍ବଶୀ ତାଙ୍କ ମାଆଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଯିଏ କି ସୋସିଆଲ ମିଡିଆ ହ୍ୟାଣ୍ଡେଲରେ କାନ୍ସରୁ ଉର୍ବଶୀଙ୍କ ଅନେକ ଫଟୋ ସେୟାର କରିଥିଲେ। କାନ୍ସରେ ଅଭିନେତ୍ରୀ ପ୍ରତ୍ୟେକ ଲୁକ୍ ସହିତ ପ୍ରଶଂସକଙ୍କ ହୃଦୟ ଜିତିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା ।
You Can Read: