ଋଷଭଙ୍କ ପାଇଁ ସ୍ପେଶାଲ ପୋଷ୍ଟ କଲେ ଉର୍ବଶୀ, ଲେଖିଲେ-ପ୍ରାର୍ଥନା କରୁଛି….
30/12/2022 at 12:48 PM

ମୁମ୍ଵାଇ ୩୦।୧୨: ଭାରତର ଷ୍ଟାର କ୍ରିକେଟର ଋଷଭ ପନ୍ତ । ତାଙ୍କର ଏକ ଭୟଙ୍କର କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଯେଉଁଥିପାଇଁ ସେ ଗୁରୁତର ଆହାତ ହୋଇଛନ୍ତି। ଋଷଭଙ୍କ ନିକଟ ସୂତ୍ର ଅନୁଯାୟୀ, ରୁଡକୀରୁ ଘରକୁ ଫେରୁଥିବା ବେଳେ ତାଙ୍କର ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଥିଲା।
ଋଷଭଙ୍କ ମୁଣ୍ଡ, ପିଠି ଏବଂ ଗୋଡରେ ଆଘାତ ଲାଗିଛି। କିନ୍ତୁ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି। ଦୁର୍ଘଟଣାର ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ଏବଂ ସେଲିବ୍ରେଟମାନେ ତାଙ୍କ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରିଦେଇଛନ୍ତି। ହେଲେ ଏହି ସମୟରେ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କର ଏକ ପୋଷ୍ଟ ଭାଇରାଲ୍ ହେଉଛି ।
କ’ଣ ଉର୍ବଶୀଙ୍କ ପୋଷ୍ଟ ?
ବାସ୍ତବରେ ଉର୍ବଶୀ ରାଉତେଲା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସହିତ ଉର୍ବଶୀ କ୍ୟାପସନରେ ଲେଖିଛନ୍ତି – ‘ପ୍ରାର୍ଥନା (ପ୍ରାର୍ଥନା ଜାରି ରହିଛି)।’ ତାଙ୍କ କ୍ୟାପ୍ସନରେ ଧଳା ହୃଦୟର ଏକ ଇମୋଜି ବ୍ୟବହାର କରିଛନ୍ତି ଏବଂ ହ୍ୟାସଟ୍ୟାଗରେ # LOVE ଲେଖିଛନ୍ତି । କିନ୍ତୁ ତାଙ୍କ ପୋଷ୍ଟରେ କାହାର ନାମ ଲେଖି ନାହାଁନ୍ତି। ହେଲେ ସୋସିଆଲ ମିଡିଆ ୟୁଜର୍ସ କହିଛନ୍ତି ଯେ ଅଭିନେତ୍ରୀଙ୍କ ଏହି ପୋଷ୍ଟ କେବଳ ଋଷଭଙ୍କ ପାଇଁ।

ଅନ୍ୟପଟେ କହିବାକୁ ଗଲେ ନ୍ୟୁଜ୍ ଏଜେନ୍ସିରୁ ପ୍ରକାଶ ଯେ, “ଦିଲ୍ଲୀ ନରସନ ବର୍ଡରରେ କାରଟି ଡିଭାଇଡରକୁ ଧକ୍କା ଦେଇଥିଲ। ସେହି ସମୟରେ ଗାଡିଟି ଦ୍ରୁତଗତି ଆସୁଥିଲା । ଯାହାଫଳରେ ଏହି ଘଟଣା ଘଟିଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ତାଙ୍କର ଅଧିକ ଚିକିତ୍ସା ପାଇଁ ମ୍ୟାକ୍ସ ହସ୍ପିଟାଲକୁ ନିଆଯିବ।
ଅନ୍ୟପକ୍ଷରେ, ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୋଲିସ କହିଛି ଯେ ରିଷଭଙ୍କର ହଠାତ୍ ନିଦ ହୋଇଯାଇଥିଲା, ଯେଉଁ କାରଣରୁ ଦୁର୍ଘଟଣା ଘଟିଥିଲା, ତାଙ୍କ ସହ ସାଥୀ କିମ୍ବା ଡ୍ରାଇଭର ନଥିଲେ, ସେ ନିଜେ କାରକୁ ଏକାକୀ ରୁଡକୀରୁ ଦିଲ୍ଲୀ ଯାଉଥିଲେ। ବର୍ତ୍ତମାନ ସେ ସୁସ୍ଥ । କଥା ହେବା ସ୍ଥିତିରେ ଅଛନ୍ତି ଏବଂ ଠିକ୍ ଭାବରେ କଥାବାର୍ତ୍ତା ମଧ୍ୟ କରୁଛନ୍ତି।