IND Vs Pak: ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମ ପହଞ୍ଚିଲେ ଉର୍ବଶୀ ରୌତେଲା, ପନ୍ତ ଆଉଟ୍ ହେବା ମାତ୍ରେ ମିମ୍ସ ଭାଇରାଲ୍
4/09/2022 at 10:48 PM

ଦୁବାଇ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ର ସୁପର-୪ ମୁକାବିଲା ଖେଳାଯାଉଛି। ରବିବାର ଖେଳ ଦେଖିବାକୁ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ ପହଞ୍ଚିଛନ୍ତି ଉର୍ବଶୀ ରୌତେଲା। ଉର୍ବଶୀ ଏବଂ ଭାରତୀୟ କ୍ରିକେଟର ଋଷଭ ପନ୍ତ ସାମାଜିକ ଗଣମାଧ୍ୟମରେ କିଛି ଦିନ ପୂର୍ବେ ପରସ୍ପରକୁ ନିଶାଣ କରିଥିଲେ। ଏହା ପୂର୍ବରୁ ଅଗଷ୍ଟ ୨୮ ଭାରତ ଏବଂ ପାକିସ୍ତାନ ମୁକାବିଲା ସମୟରେ ମଧ୍ୟ ଉର୍ବଶୀ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଆଜିର ମୁକାବିଲାରେ ଋଷଭ ପନ୍ତ ଆଉଟ୍ ହେବା ପରେ ଉର୍ବଶୀଙ୍କ ନାମରେ ଖୁବ୍ ମିମ୍ସ ଦେଖିବାକୁ ମିଳିଛି।
ମ୍ୟାଚ୍ ସମୟରେ କ୍ୟାମେରା ଅନେକ ଥର ଉର୍ବଶୀ ରୌତେଲାଙ୍କୁ ଫୋକସ୍ କରିଥିଲା। ଭାରତୀୟ ଦଳକୁ ଉତ୍ସାହିତ କରିବା ପାଇଁ ନୀଳ ରଙ୍ଗର ଡ୍ରେସ୍ ପିନ୍ଧିଥିଲେ ଏବଂ ଏଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ଏପରିକି ଉର୍ବଶୀ କ୍ୟାମେରା ସାମ୍ନାରେ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି। ପ୍ରଶଂସକ ତାଙ୍କ ଲୁକ୍କୁ ବହୁତ ପସନ୍ଦ କରିଛନ୍ତି। ଷ୍ଟାଡିୟମରେ ଉର୍ବଶୀଙ୍କ ଭିଡିଓ ଭାଇରାଲ୍ ହୋଇଛି।
ହେଲେ ଆଜିର ମ୍ୟାଚ୍ରେ ଋଷଭ ପନ୍ତ ବିଫଳ ହୋଇ ୧୪ ରନ କରିଛନ୍ତି। ପନ୍ତ ଶୀଘ୍ର ଆଉଟ୍ ହେବା ମାତ୍ରେ ସାମାଜିକ ଗଣମାଧ୍ୟମରେ ୟୁଜର୍ସ ଉର୍ବଶୀ ରୌତେଲାଙ୍କୁ ପନ୍ତଙ୍କ ସହ ଯୋଡି ମଜାଦାର ମିମ୍ସ ସେୟାର କରୁଛନ୍ତି।




Urvashi Rautela mam Watching IND vs PAK match. pic.twitter.com/Q5fOZXFaCh
— Ayush Ranjan (@AyushRa15743279) September 4, 2022