ଫ୍ରାନ୍ସ ଫୁଟବଲର କରିମଙ୍କୁ ଡେଟ୍ କରୁଛନ୍ତି ଉର୍ବଶୀ ! ସୋସିଆଲ ମିଡିଆରେ ଭାଇରାଲ ହେଉଛି ପୋଷ୍ଟ

Published By : Prameya-News7 Bureau | April 15, 2024 IST

ମୁମ୍ଵାଇ ୧୫।୦୪: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା । ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖୁବ୍‌ ଚର୍ଚ୍ଚାରେ ରୁହନ୍ତି।  ସୋସିଆଲ ମିଡିଆରେ ଅଭିନେତ୍ରୀ ପୋଷ୍ଟ କରିଥିବା ତାଙ୍କର କିଛି ଫଟୋ ଏବେ ଆଲୋଚନାର କାରଣ ପାଲଟିଛି। ଏହି ଫଟୋ ଗୁଡ଼ିକରେ ଅଭିନେତ୍ରୀ ଫ୍ରାନ୍ସର ଫୁଟବଲର୍ କରିମ୍ ବେଞ୍ଜେମାଙ୍କ ସହ ନଜର ଆସିଛନ୍ତି। ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉର୍ବଶୀ କରିମଙ୍କୁ ଡେଟ କରୁଛନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଛି।

ସୂଚନାଯୋଗ୍ୟ ଯେ ଏହି ଫଟୋ ଗୁଡ଼ିକ ଏକ ପାର୍ଟୀରୁ ଆସିଛି ବୋଲି ଜଣାପଡୁଛି ଯେଉଁଥିରେ ଉର୍ବଶୀ ଏବଂ କରିମ ମଧ୍ୟ ଏକାଠି ମଜା କରୁଥିବା ନଜର ଆସିଛନ୍ତି। ହଲିଉଡ୍‌ର ସନସେନ୍‌ ସିଙ୍ଗର ରିହାନ୍ନାଙ୍କ ପୂର୍ବତନ ପ୍ରେମିକ।  ପ୍ରଥମେ ଗୁଜବ ଆରମ୍ଭ ହୋଇଥିଲା ଯେତେବେଳେ ଉର୍ବଶୀ ସ୍ପେନର ମାଦ୍ରିଦ୍‌ର ଜଣେ 'ମିଷ୍ଟ୍ରି ମ୍ୟାନ୍‌ ସହିତ ନଜର ଆସିଥିଲେ। ଏହା ପରେ ଅଭିନେତ୍ରୀ କରିମ ବେଞ୍ଜେମାଙ୍କ ସହ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। କରିମ୍ ଜଣେ ଲୋକପ୍ରିୟ ଫୁଟବଲର୍ ଏବଂ ରିଅଲ୍ ମାଦ୍ରିଦ୍ ପାଇଁ ଖେଳନ୍ତି । ସେ ପାଞ୍ଚ ଥର କ୍ଲବ ବିଶ୍ୱକପ ଜିତିଛନ୍ତି ।

ତେବେ ଉର୍ବଶୀ କିମ୍ବା କରିମ ଏହି ଗୁଜବକୁ ନିଶ୍ଚିତ କରି ନାହାଁନ୍ତି। ଫ୍ରାନ୍ସର ଫୁଟବଲର୍ ପୂର୍ବରୁ ଉର୍ବଶୀ ଭାରତୀୟ କ୍ରିକେଟର ଋଷଭ ପନ୍ଥଙ୍କୁ ଡେଟ କରୁଥିବା ନେଇ ଶୁଣିବାକୁ ମିଳିଥିଲା। କିନ୍ତୁ ପରେ ସୋସିଆଲ ମିଡିଆରେ ଯେତେବେଳେ ଋଷଭ ତାଙ୍କ ଗର୍ଲଫ୍ରେଣ୍ଡ ଇଶା ନେଗିଙ୍କ ଫଟୋ ସେୟାର କରିଥିଲେ ସେତେବେଳେ ସବୁ କଳ୍ପନା ଜଳ୍ପନାରେ ପୁର୍ଣ୍ଣଚ୍ଛେଦ ପଡିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.