ମୁମ୍ଵାଇ ୧୫।୦୯: ନିକଟରେ ଉର୍ବଶୀ ରୌତେଲା ଏବଂ ରିଷଭ୍ ପନ୍ତଙ୍କୁ ନେଇ ଖୁବ୍ ଚର୍ଚ୍ଚା ଲାଗିରହିଛି । ଅଭିନେତ୍ରୀଙ୍କ କିଛି ମନ୍ତବ୍ୟ ବିବାଦ ଘେରକୁ ଟାଣି ହୋଇଥିଲା। ଯେଉଁଥିପାଇଁ ଦୁହେଁ ପରୋକ୍ଷ ଭାବରେ ବିଭିନ୍ନ ଅବସରରେ ଦୁହିଁଙ୍କୁ ସମାଲୋଚନା କରୁଥିଲେ। ଘଟଣାଟି ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଉର୍ବଶୀ ତାଙ୍କୁ ଦିଲ୍ଲୀରେ ଦେଖା କରିବାକୁ ଅନୁରୋଧ କରିଥିଲେ। ଯାହାକୁ ନେଇ ସେହି ଦିନର ଘଟଣାକୁ ସର୍ବ ସମ୍ମୁଖରେ ସେୟାର କରିଥିଲେ।
{"id":684238,"width":826,"height":824,"sizeSlug":"full","linkDestination":"none"}ତେବେ ବଲିଉଡ୍ ହଙ୍ଗାମା ସହ ଏକ ସାକ୍ଷାତକାରରେ ଉର୍ବଶୀ କହିଥିଲେ ଯେ ଆର୍.ପି ତାଙ୍କୁ ଦେଖା କରିବାପାଇଁ ଲବିରେ ଅପେକ୍ଷା କରିଥିଲେ। ତାଙ୍କ ମନ୍ତବ୍ୟ ପରେ, ଭାରତୀୟ କ୍ରିକେଟର୍ ରିଷଭ୍ ପନ୍ତ ନିଜ ସୋସିଆଲ୍ ମିଡିଆରେ ଘଟଣାକୁ ନେଇ କାହାର ନାଁ ନ ନେଇ ଲେଖିଲେ, “ସେଲିବ୍ରିଟିମାନେ ସାକ୍ଷାତକାରରେ ମିଛ କହୁଛନ୍ତି।” ଏହାର ପ୍ରତି ଉତ୍ତରରେ ଅନେକ ସମୟ ଧରି ବ୍ଲେମ୍ ଗେମ୍ ଚାଲିଲା। ଆଉ ଏବେ ଉର୍ବଶୀ ଏକ ଭିଡିଓରେ ଆର୍.ପି.ଙ୍କୁ କ୍ଷମା ମାଗିଛନ୍ତି।
ନିକଟରେ ଇନଷ୍ଟାଣ୍ଟ ବଲିଉଡ୍ ତାର ସୋସିଆଲ୍ ମିଡିଆରେ ଏକ ଭିଡିଓ ଅପ୍ଲୋଡ୍ କରିଛି। ଯେଉଁଥିରେ ତାଙ୍କୁ ଆର୍.ପି.ଙ୍କୁ କିଛି ମେସେଜ୍ ଦେବା ପାଇଁ ପଚରାଗଲା। ଏହାର ପ୍ରତିକ୍ରୟାରେ ଉର୍ବଶୀ କହିଲେ, ସିଧୀ ବାତ ନୋ ବକ୍ବାସ୍। ଏଥିପାଇଁ ମୁଁ କିଛି ଅଯଥା କଥା ହେବି ନାହିଁ। ମୁଁ କେବଳ ଏତିକି କହିବାକୁ ଚାହୁଁଛି....କଣ କହିବି...କିଛି ନୁହେଁ...ସରି...ମୋତେ କ୍ଷମା କରିଦିଅ। କିନ୍ତୁ ପରେ ସେ ଏହି ସବୁ ଭାଇରାଲ୍ ହେବା ପରେ ଗତ କାଲି ସୋସିଆଲ୍ ମିଡିଆରେ ଲେଖିଥିଲେ କି ମୋ ସରି କହିବାମାନେ ତାହା ନୁହେଁ। ବର୍ତ୍ତମାନ ତାଙ୍କ ଏହି ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି । ହେଲେ ପର୍ଯ୍ୟନ୍ତ ଉର୍ବଶୀଙ୍କ ଏହି କ୍ଷମା ପ୍ରାର୍ଥନା ମନ୍ତବ୍ୟ ପରେ ରିଷଭ୍ କଣ ପ୍ରତିକ୍ରିୟା ରଖିବେ ତାକୁ ହିଁ ସମସ୍ତଙ୍କର ଅପେକ୍ଷା।