ପାକିସ୍ତାନୀ କ୍ରିକେଟରଙ୍କ ପ୍ରେମରେ ଉର୍ବଶୀ ! ରିଷଭକୁ ନେଇ ମଜାଦାର ଟ୍ଵିଟ୍ ସେୟାର କଲେ ଫ୍ୟାନ୍ସ
7/09/2022 at 12:23 PM

ମୁମ୍ଵାଇ ୦୭।୦୯: ବର୍ତ୍ତମାନ ଭାରତୀୟ କ୍ରିକେଟ୍ର ଏସିଆ କପ ପାଇଁ ଖେଳୁଛନ୍ତି। ଏବଂ ଦୁଇଟି ଚମତ୍କାର ବିଜୟ ପରେ ଏହା ପାକିସ୍ତାନ ଏବଂ ଶ୍ରୀଲଙ୍କା ଠାରୁ ହାରି ଯାଇଛି । କହିବାକୁ ଗଲେ ଏସିଆ କପରେ ଭାରତୀୟ ଖେଳାଳିଙ୍କ ବ୍ୟତୀତ ପ୍ରଶଂସକମାନେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌଉତେଲାଙ୍କୁ ଉପରେ ଅଧିକ ନଜର ରଖିଛନ୍ତି। ଯିଏକି ବର୍ତ୍ତମାନ ଦୁବାଇରେ ଅଛନ୍ତି । ଲଗାତର ଷ୍ଟାଡିୟମରେ ପହଞ୍ଚି ଭାରତୀୟ କ୍ରିକେଟ୍ ଟିମ୍କୁ ଉତ୍ସାହିତ କରୁଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉଭୟ ମ୍ୟାଚରେ ଉର୍ବଶୀ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଉଭୟ ମ୍ୟାଚ୍ ସମୟରେ ସୋସିଆଲ ମିଡିଆରେ ପ୍ରାଧାନ୍ୟ ବିସ୍ତାର କରୁଥିଲେ। ସେହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପାକିସ୍ତାନୀ କ୍ରିକେଟର ନାସିମ ଶାହା ମଧ୍ୟ ନଜର ଆସିଛନ୍ତି।
Urvashi Rautela posted a video of herself and Naseem Shah on her Instagram story😂😂 pic.twitter.com/yH87gzEvH6
— Fatimah (@zkii25) September 6, 2022
ଉର୍ବଶୀ ଇନଷ୍ଟାଗ୍ରାମ ଷ୍ଟୋରୀରେ ଭାରତ-ପାକିସ୍ଥାନ ସହ ଜଡିତ ଅନେକ ଝଲକ ସେୟାର କରିଛନ୍ତ। ଯେଉଁଥିରେ ନାସିମ ଶାହା ମଧ୍ୟ ନଜର ଆସିଛନ୍ତି। ଏହି ଭିଡିଓରେ ନାସିମ ଶାହା ହସୁଥିବା ବେଳେ ଉର୍ବଶୀ ଲାଜେଇ ଯାଉଛନ୍ତି। ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ତାଙ୍କୁ ଏବଂ ପାକିସ୍ତାନୀ ଫାଷ୍ଟ ବୋଲରଙ୍କ ବିଷୟରେ ଅନେକ ମିମ୍ ତିଆରି କରୁଛନ୍ତି। କେହି ଉଭୟଙ୍କ ସମ୍ପର୍କ ବିଷୟରେ କହୁଛନ୍ତି। ଉର୍ବଶୀଙ୍କୁ ୨୮ବର୍ଷ ହୋଇଥିବାବେଳେ ନାସିମ ଶାହାଙ୍କୁ ୧୯ ବର୍ଷ ବୟସ ହୋଇଛି। ରିଷଭଙ୍କ ବିଷୟରେ କହିଲେ ତାଙ୍କୁ ମାତ୍ର ୨୪ବର୍ଷ । ଏହି ତିନି ଜଣଙ୍କ ତ୍ରିକୋଣୀୟ ପ୍ରେମକୁ ନେଇ ଅନେକ ମିମ୍ କରାଯାଇଛି । ଏବଂ କୁହାଯାଉଛି କି ରୁଷଭଙ୍କ ସ୍ଥାନରେ ନାସିମ୍ ଏଣ୍ଟ୍ରି କରିଛନ୍ତି ।
#NaseemShah Naseem shah India wricket #UrvashiRautela ki 🥰🥰🥰 pic.twitter.com/rISKsCMyj2
— Mr sixer 🔥 (@Kingofcricket0) September 6, 2022
Ary aunty door raho hamary larky se.#naseemshah #UrvashiRautela pic.twitter.com/IFHjfaXr1r
— Rab Nawaz 🇵🇰 (@RN31888) September 6, 2022
ସେଥିରେ କେହି ରିଷଭ ପନ୍ଥକୁ ନେଇ ମଧ୍ୟ କମେଣ୍ଟ କରି ହୃଦୟ ଭାଙ୍ଗି ଯାଉଥିବାର ଇମୋଜି ଦେଇଛନ୍ତି । କହିବାକୁ ଗଲେ ଯେ ଉର୍ବଶୀ ସୋସିଆଲ ମିଡିଆରେ ସେୟାର କରିଥିବା ଭିଡିଓଟି ଏଡିଟ୍ ହୋଇଛି ଏବଂ ଏହା ପରେ ପ୍ରଶଂସକମାନେ ଏହାକୁ ଖୁବ୍ ଜୋରରେ ସେୟାର କରୁଛନ୍ତି ।
Yaaaar 😭🤣
— Farhan Zaheer Khawaja (@fzk_94) September 6, 2022
Naseem Shah With Urvashi Rautella and Special Appearance 💀#UrvashiRautela #NaseemShah #RishabhPant pic.twitter.com/dLl9v9a88x