ଋଷଭ ପନ୍ତଙ୍କ ନାଁ'ରେ ଟ୍ରୋଲ୍‌ ହେଉଛି ଉର୍ବଶୀ, ଭିଡିଓ ସେୟାର କରି ଚେତାବନୀ ଦେଲେ ଅଭିନେତ୍ରୀ

Published By : Prameya-News7 Bureau | September 09, 2022 IST

ମୁମ୍ଵାଇ ୦୯।୦୯: ବଲିଉଡ୍‌ ବିଉଟି ଉର୍ବଶୀ ରୌତେଲା ଓ ଋଷଭ ପନ୍ତଙ୍କ ମଧ୍ୟରେ ଶୀତଳ  ଯୁଦ୍ଧ ସୋସିଆଲ ମିଡିଆ ୟୁଜର୍ସ ଓ ଗସିପ୍‌ ପ୍ରେମୀଙ୍କୁ ନୂଆ ମସଲା  ଦେଇଛି । ସୋସିଆଲ ମିଡିଆରେ ଲୋକେ ଉର୍ବଶୀଙ୍କୁ  ଋଷଭ ପନ୍ତଙ୍କ ନାମରେ ଟ୍ରୋଲ୍‌ କରୁଛନ୍ତି ।  ସାଧାରଣରେ ତାଙ୍କୁ ଦେଖିଲେ ଋଷଭ  ପନ୍ତ ନାଁରେ ଡାକୁଛନ୍ତି । ଏ ସବୁ ଦେଖି  ଉର୍ବଶୀଙ୍କ ମନ ଖରାପ ହୋଇଛି ।

ଗତ ବୁଧବାର ଉର୍ବଶୀ  ମୁମ୍ବାଇରେ ଆୟୋଜିତ ଗଣେଶ  ମହୋତ୍ସବରେ ପହଞ୍ଚିଥିଲେ । ପ୍ରବଳ  ଭିଡ଼ ଭିତରେ ସେଠାରେ ଗଣମାଧ୍ୟମ  କର୍ମୀ ମଧ୍ୟ ଥିଲେ । ଉର୍ବଶୀ ପେଣ୍ଡାଲରେ  ଏଣ୍ଟ୍ରି କରିବା ପରେ ଲୋକଙ୍କ ଧ୍ୟାନ ତାଙ୍କ  ଉପରୁ ହଟିଲା ନାହିଁ । ଭାରି ଲେହଙ୍ଗାରେ  ସେ ଖୁବ୍‌ ସୁନ୍ଦର ଦିଶୁଥିଲେ । କିନ୍ତୁ ଏତିକିବେଳେ ଏକ  ଅଜବ ଘଟଣା ଘଟିଲା, ଯାହା ଉର୍ବଶୀଙ୍କୁ ରଗାଇଦେଲା ।  ଭିଡ଼ ଭିତରେ ଥିବାବେଳେ ଲୋକେ କ୍ରିକେଟର୍‌ ଋଷଭ  ପନ୍ତଙ୍କ ନାଁ ନେଇ ଚିଲ୍ଲେଇବା ଆରମ୍ଭ କରିଦେଲେ । ଉର୍ବଶୀ ସେତେବେଳେ କୌଣସି ପ୍ରତିକ୍ରିୟା ଦେଲେ ନାହିଁ ।

କିନ୍ତୁ  ପରେ ଇନ୍‌ଷ୍ଟା ଷ୍ଟୋରୀରେ ଋଷଭ ପନ୍ତଙ୍କ ନାଁ ନେଇ ଚିତ୍କାର  କରୁଥିବା ଲୋକଙ୍କର ଏକ ଭିଡିଓ ସେୟାର କଲେ । ଭିଡିଓ ସହିତ ଲୋକଙ୍କୁ ଚେତାବନୀ ଦେଇ ଉର୍ବଶୀ  କ୍ୟାପ୍‌ସନ ଲେଖିଛନ୍ତି ‘ଏହା ବାସ୍ତବରେ ବନ୍ଦ ହେବା ଆବଶ୍ୟକ  ନଚେତ୍‌...’ । ଏଥିରୁ ବେଶ ଭଲଭାବେ ବୁଝିହେଉଛି ଯେ, ଲୋକଙ୍କର ଏହି  କାର୍ଯ୍ୟକଳାପକୁ ସେ ଆଦୌ ପସନ୍ଦ କରୁନାହାନ୍ତି । ଲୋକେ ତାଙ୍କ କଥାକୁ କେତେ  ଗମ୍ଭୀରତାର ସହ ଗ୍ରହଣ କରିବେ, ତାହା ଦେଖିବାକୁ ବାକି ରହିଲା । ଗତ କିଛି ଦିନରୁ  ସୋସିଆଲ ମିଡିଆରେ ଉର୍ବଶୀଙ୍କୁ ଋଷଭ ପନ୍ତଙ୍କ ନାଁରେ ଟ୍ରୋଲ୍‌ର ଶିକାର ହେବାକୁ  ପଡୁଛି । ସେଥିପାଇଁ ଭିଡ଼ରେ ଏଭଳି ସ୍ଥିତି ତାଙ୍କ ରାଗକୁ ଆହୁରି ବଢ଼ାଇଦେଲା ।

ଉର୍ବଶୀଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ  ‘ଦିଲ୍‌ ହୈ ଗ୍ରେ’, ‘ବ୍ଲାକ୍‌ ରୋଜ୍‌’ରେ ନଜର ଆସିବେ । ଶେଷ ଥର  ତେଲୁଗୁ ଫିଲ୍ମ ‘ଦ ଲେଜେଣ୍ଡ’ରେ ସେ ନଜର  ଆସିଥିଲେ । ଏହା ପୂର୍ବରୁ ହିନ୍ଦୀ ଫିଲ୍ମ ‘ଭର୍ଜିନ୍‌  ଭାନୁପ୍ରିୟା’ରେ ସେ ପରଦାକୁ ଆସିଥିଲେ । ଗାୟକ  ଜାସନ୍‌ ଡିରୁଲୋଙ୍କ ସହ ଏକ ମ୍ୟୁଜିକ୍‌ ଭିଡିଓରେ  ସେ ଖୁବ୍‌ଶୀଘ୍ର ନଜର ଆସିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.