Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ଦୁର୍ଘଟଣାର ଶିକାର ହେଲେ ଉର୍ବଶୀ ଢୋଲକିଆ, ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ        

5/02/2023 at 8:14 AM

ମୁମ୍ଵାଇ ୦୫।୦୨: ଛୋଟ ପରଦାର ଜଣାଶୁଣ ଅଭିନେତ୍ରୀ ଉର୍ବଶୀ ଢୋଲକିଆ । ବର୍ତ୍ତମାନ ତାଙ୍କୁ ନେଇ ଏକ ବଡ ଖବର ଆସୁଛି । ମିଳିଥିବା ସୂଚନା ଅନୁଯାୟୀ, ଉର୍ବଶୀଙ୍କର ମୁମ୍ବାଇରେ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ହେଲେ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇନାହାଁନ୍ତି। ଏହା ଜଣା ଯେ ଉର୍ବଶୀ ସୁପରଷ୍ଟାର ସଲମାନ ଖାନଙ୍କ ରିଆଲିଟି ଟିଭି ସୋ ବିଗ୍ ବସ୍ -୬ର ବିଜେତା ହୋଇଛନ୍ତି।

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ଉର୍ବଶୀଙ୍କର ଏହି ଦୁର୍ଘଟଣା ଶନିବାର ଘଟିଛି। ସେ ଶୋ’ର ସୁଟିଂ ପାଇଁ ତାଙ୍କ କାରରେ ବସି ମୁମ୍ବାଇର ମିରା ରୋଡ୍ ଫିଲ୍ମ ଷ୍ଟୁଡିଓ ଆଡକୁ ଯାଉଛନ୍ତି। ତା’ପରେ ପିଲାମାନଙ୍କ ପରିପୂର୍ଣ୍ଣ ଏକ ସ୍କୁଲ ବସ୍ ପଛରୁ ଆସି ଉର୍ବଶୀଙ୍କ କାରକୁ ଧକ୍କା ଦେଇଥିଲା। ତେବେ ଉର୍ବଶୀ ଏବଂ ତାଙ୍କ କର୍ମଚାରୀମାନେ ଏହି ଦୁର୍ଘଟଣାରେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହା ମଧ୍ୟ କୁହାଯାଉଛି ଯେ ଏକ ସ୍କୁଲ ବସ୍ ହୋଇଥିବାରୁ ଏହି ମାମଲାରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ଉର୍ବଶୀ।

ତେବେ ସଡ଼କ ଦୁର୍ଘଟଣାରେ ଉର୍ବଶୀ  କୌଣସି ଗୁରୁତର ଆଘାତ ସମ୍ପର୍କରେ ସୂଚନା ମିଳିନାହିଁ। ସୂତ୍ରରୁ ପ୍ରକାଶ ଯେ, ଉର୍ବଶୀଙ୍କୁ କିଛି ଦିନ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଦୁର୍ଘଟଣାର ଖବର ଶୁଣି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

   Related Posts