ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ତାଲିବାନ୍‌କୁ ଆଉ ଏକ ବଡ଼ ଝଟ୍‌କା, ମନ୍ୟତା ଦେବାକୁ ସିଧାସିଧା ମନା କରିଦେଲା ୟୁରୋପିଆନ୍‌ ୟୁନିୟନ୍‌

21/08/2021 at 10:52 PM

କାବୁଲ୍‌, ୨୧/୦୮: ଆଫଗାନିସ୍ତାନକୁ କବ୍‌ଜାକୁ ନେବା ପରେ ତାଲିବାନ୍‌କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି । ୟୁରୋପିଆନ୍‌ ୟୁନିୟନ୍ ତାଲିବାନ୍‌କୁ ମାନ୍ୟତା ଦେବାକୁ ମନା କରିଦେଇଛି । ୟୁରୋପିଆନ୍‌ କମିଶନ ପ୍ରେସିଡେଣ୍ଟ ଉରସୁଲା ବୋନ ନିୟେନ୍ ଏନେଇ କହିଛନ୍ତି ଯେ, ତାଲିବାନ୍‌କୁ କେବଳ ମାନ୍ୟତା ଦିଆଯିବ ନାହିଁ ଏହାସହିତ ଆତଙ୍କବାଦୀଙ୍କ ସହିତ କୌଣସି ରାଜନୈତିକ କଥାବାର୍ତ୍ତା ମଧ୍ୟ ହେବ ନାହିଁ ।

ଆଫଗାନିସ୍ତାନକୁ ପାଖାପାଖି ସପ୍ତାହେ ପୂର୍ବରୁ ତାଲିବାନ୍‌ କବ୍‌ଜାକୁ ନେଇଛି । ଯାହାକୁ ନେଇ ୟୁନିଅନ୍‌ ଏହି ବୟାନ ଜାରି କରିଛି । ଲିୟେନ୍‌ କହିଛନ୍ତି ଯେ, ଚଳିତ ବର୍ଷ ଆଫଗାନିସ୍ତାନ ପାଇଁ ୫୭ ମିଲିୟନ୍‌ ୟୁରୋ ଦିଆଯିବାକୁ ଅନୁମତି ଦିଆଯାଇଥିଲା । ୟୁନିଅନ୍‌ ମାନବଧିକାରର ସୁରକ୍ଷା ଏବଂ ଏହାକୁ କାର୍ଯ୍ୟକାରୀ କରିବକୁ ପ୍ରତିବଦ୍ଧ । ସଂଖ୍ୟାଲଘୁଙ୍କୁ ଭଲରେ ଜୀବନ ଯାପନ କରିବା ଏବଂ ମହିଳା ଓ ଯୁବତୀ ମାନଙ୍କୁ ସମ୍ମାନ ଦେବା ପାଇଁ ୟୁନିୟନ୍‌ ସର୍ବଦା କାର୍ଯ୍ୟ କରିଆସୁଛି ।

ୟୁରୋପିଅନ୍‌ କମିଶନ୍‌ ଅଧ୍ୟକ୍ଷ ଆହୁରି କହିଛନ୍ତି ଯେ, ଆମେ ତାଲିବାନ୍‌ ଦ୍ୱାରା ଦିଆଯାଇଥିବା ଭଲ ପ୍ରତିଶୃତିକୁ ବିଚାର କରିପାରୁ କିନ୍ତୁ ଏହାର ପ୍ରତ୍ୟକ କାମକୁ ଆମେ ଭଲରେ ତର୍ଜମା କରିବୁ। କମିଶନ ୟୁରୋପିଅନ୍‌ ଦେଶଙ୍କୁ ଅର୍ଥ ଦେବାକୁ ପ୍ରସ୍ତୁତ ଥିଲା । ଯାହାକି ପ୍ରବାସୀ ମାନଙ୍କୁ ମଧ୍ୟ ସହାୟତା ହେଉଥିଲା । ପ୍ରବାସୀ ମାନଙ୍କୁ ପୁନର୍ବାସ କରିବାକୁ ନେଇ ପୁଣିଥରେ ଜି ସେଭେନ୍‌ ବୈଠକରେ ମୁଦ୍ଦା ଉଠାଇବେ ବୋଲି ନିୟେନ୍‌ କହିଛନ୍ତି ।     

   Related Posts