ଉର୍ମିଳା ମାତୋଣ୍ଡକର Birthday: ବଲିଉଡରେ ଏଣ୍ଟ୍ରି ଠାରୁ ଲଭ୍ ଷ୍ଟୋରି ପର୍ଯ୍ୟନ୍ତ ଜାଣନ୍ତୁ କିଛି ଖାସ କଥା

Published By : Prameya-News7 Bureau | February 04, 2021 IST

ମୁମ୍ବାଇ ୦୪/୦୧ : 'ରଂଗୀଲା ଗାର୍ଲ' ନାମରେ ଫେମସ ଉର୍ମିଳା ମାତୋଣ୍ଡକର ଆଜି ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଉର୍ମିଳା ହିନ୍ଦୀ ଫିଲ୍ମ ସମେତ ମରାଠୀ, ତେଲଗୁ, ତାମିଲ ଏବଂ ମଲାୟାଲମ ଫିଲ୍ମ ରେ ମଧ୍ୟ ତାଙ୍କର ଦମଦାର ଅଭିନୟ ପ୍ରଦର୍ଶନ କରିଛନ୍ତି । ଫିଲ୍ମ ସହିତ ଉର୍ମିଳା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅନେକ ଥର ଚର୍ଚ୍ଚାରେ ରହିଛନ୍ତି । ଆଜିର ଏହି ଖାସ ଅବସରରେ ଆସନ୍ତୁ ଜାଣିବା ଅଭିନେତ୍ରୀଙ୍କ ଜୀବନ ସହ ଜଡିତ କିଛି କଥା ।

{"id":403386,"sizeSlug":"large","linkDestination":"none"}


ଉର୍ମିଳା ମାତୋଣ୍ଡକର ୧୯୮୦ ମସିହାରେ ମରାଠୀ ଫିଲ୍ମ 'ଜାକୋଲ' ରୁ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ବଲିଉଡ ଫିଲ୍ମ 'କଲୟୁଗ' ୧୯୮୧ ରେ ରିଲିଜ୍ ହୋଇଥିଲା । ୧୯୮୩ରେ ରିଲିଜ୍ ହୋଇଥିବା ଫିଲ୍ମ 'ମାସୁମ' ରୁ ଉର୍ମିଳାଙ୍କ ପରିଚୟ ମିଳିଥିଲା । ଏହା ପରେ ଉର୍ମିଳା ଶିଶୁ କଳାକାର ଭାବରେ ଅନେକ ଫିଲ୍ମ ରେ ନିଜର ଅଭିନୟ ପ୍ରଦର୍ଶନ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ।

{"id":403387,"sizeSlug":"large","linkDestination":"none"}


ଶିଶୁ କଳାକାର ପରେ ଅଭିନେତ୍ରୀ ଉର୍ମିଳା ପ୍ରଥମ ଥର ଫିଲ୍ମ 'ଚାଣକ୍ୟ' (୧୯୮୯)ରେ ନଜରକୁ ଆସିଥିଲେ । ପରେ ହିନ୍ଦୀ ସିନେମାରେ ୧୯୯୧ ମସିହାରେ ଫିଲ୍ମ 'ନରସିମ୍ହା' ରୁ ଉର୍ମିଳାଙ୍କ ପରିଚୟ ମିଳିଥିଲା । ମୁଖ୍ୟ ଅଭିନେତ୍ରୀ ଭାବରେ ପ୍ରଥମ ଥର ୧୯୯୨ରେ ଫିଲ୍ମ ଚମତ୍କାର ରେ ନଜରକୁ ଆସିଥିଲେ । ଏହାପରେ ରଂଗୀଲା, ଜୁଦାଇ ,ସତ୍ୟା, କୌନ, ପ୍ୟାର ତୁନେ କ୍ୟା କିୟା , ଭୁତ ଓର ଏକ ହସିନା ଥି ସମେତ ଅନେକ ହିଟ୍ ଫିଲ୍ମ ଉର୍ମିଳା ବଲିଉଡ କୁ ଦେଇଛନ୍ତି । ୧୯୯୫ ରେ ରିଲିଜ୍ ହୋଇଥିବା ଫିଲ୍ମ 'ରଂଗୀଲା' ପାଇଁ ବେଷ୍ଟ ଆକ୍ଟ୍ରେସ ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା । ତହଜୀବ, ପିଞ୍ଜର, ମୈନେ ଗାନ୍ଧୀକୋ ନେହିଁ ମାରା, ବସ ଏକ ପଲ ଭଳି ଅଫ ବିଟ୍ ଫିଲ୍ମ ରେ ଉର୍ମିଳା ଦର୍ଶକଙ୍କ ହୃଦୟ ଜିତିଥିଲେ ।

{"id":403388,"sizeSlug":"large","linkDestination":"none"}


୨୦୧୬ ମସିହାରେ ଉର୍ମିଳା ମୋହନସୀନ ଅଖତର୍ ମୀର ଙ୍କୁ ବିବାହ କରିଥିଲେ । ମୋହନସୀନ ଉର୍ମିଳାଙ୍କ ଠାରୁ ୧୦ ବର୍ଷ ସାନ । ସୂଚନା ଅନୁସାରେ, ଉର୍ମିଳା ଏବଂ ମୋହନସୀନ ଙ୍କ ସାକ୍ଷାତ ତାଙ୍କ କମନ ଫ୍ରେଣ୍ଡ ମନୀଷ ମଲହୋତ୍ରାଙ୍କ ଦ୍ୱାରା ହୋଇଥିଲା । ମୋହନସୀନ ଅଖତର୍ ମୀର କାଶ୍ମୀର ର ଜଣେ ବଡ କପଡା ବ୍ୟବସାୟୀ, ଖାଲି ସେତିକି ନୁହେଁ ସେ ଜୋୟା ଅଖତର୍ ଙ୍କ ଫିଲ୍ମ 'ଲଭ୍ ବାଇ ଚାନ୍ସ' ରେ ଅଭିନୟ ମଧ୍ୟ କରିଛନ୍ତି ।

{"id":403389,"width":574,"height":537,"sizeSlug":"large","linkDestination":"none"}


ମୋହନସୀନ ଏବଂ ମନୀଷ ମଲହୋତ୍ରା ଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି । ମୋହସୀନ, ୨୦୦୭ ରେ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ଦ୍ୱିତୀୟ ରନ୍ ଅପ୍ ହୋଇଥିଲେ । କେବଳ ସେତିକି ନୁହେଁ ମୋହନସୀନ, ମନିଷ ମଲହୋତ୍ରାଙ୍କର ଅନେକ ସୋ ରେ ମଡ଼ଲିଙ୍ଗ ମଧ୍ୟ କରିଛନ୍ତି । ସୂଚନା ଅନୁଯାୟୀ, ଗୋଟିଏ ସମୟରେ ଉର୍ମିଳାଙ୍କ ନାମ ଡ଼ାଇରେକ୍ଟର ରାମ ଗୋପାଳ ବର୍ମାଙ୍କ ସହ ଯୋଡ଼ା ଯାଇଥିଲା କିନ୍ତୁ ଏହା କେତେ ସତ ତାହା କୁହା ଯାଇପାରିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.