ଶିଶୁଙ୍କ ମୁତ୍ରରେ ଅଣ୍ଡା ସିଝାଇ ଖାଉଛନ୍ତି ଏହି ଦେଶର ଲୋକେ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

Published By : Prameya-News7 Bureau | June 26, 2019 IST

ବିଶ୍ୱରେ ଲୋକଙ୍କ ଜୀବନଶୈଳୀ ଓ ଅଭ୍ୟାସ ସବୁଠାରେ ସମାନ ନୁହେଁ। କିନ୍ତୁ ଆପଣ କେବେ ଜାଣିଛନ୍ତି କି କେଉଁ ଦେଶରେ ଲୋକେ ମୁତ୍ରରେ ଅଣ୍ଡା ସିଝାଇ ଖାଆନ୍ତି ? ଆଶ୍ଚର୍ଯ୍ୟ ହେଲେ ବି ସତ, ଚୀନ ଡୋଙ୍ଗୟାଙ୍ଗରେ ଲୋକେ ବର୍ଷବର୍ଷ ଧରି ଛୋଟ ଶିଶୁଙ୍କ ମୁତ୍ରରେ ଅଣ୍ଡା ସିଝାଇ ଖାଉଛନ୍ତି। ଯାହାକୁ ସେମାନେ କହୁଛନ୍ତି ‘ଭର୍ଜିନ ବଏ ଏଗ’ । ଏଥି ପାଇଁ ସେମାନଙ୍କ ଯୁକ୍ତି ବି ଅଜବ। ସେମାନଙ୍କ କହିବା ଅନୁସାରେ ସାଦା ପାଣିରେ ଅଣ୍ଡା ସିଝାଇ ରେସିପି ପ୍ରସ୍ତୁତ କରିବା ଅପେକ୍ଷା ଛୋଟ ପୁଅଙ୍କ ମୁତ୍ରରେ ଅଣ୍ଡା ସିଝାଇ ରେସିପି ପ୍ରସ୍ତୁତ କଲେ ତାହା ଅଧିକ ସ୍ୱାଦିଷ୍ଟ ହୋଇଥାଏ। ତେବେ ଚୀନର ଏହି ପ୍ରାନ୍ତରେ ଲୋକେ ବର୍ଷବର୍ଷ ଧରି ଅଣ୍ଡାକୁ ଏଭଳି ସିଝାଇ ସେଥିରେ ବ୍ୟଞ୍ଜନ ପ୍ରସ୍ତୁତ କରିବା ସହ ଖାଉଛନ୍ତି ମଧ୍ୟ। ଏହି ପ୍ରାନ୍ତରେ କେବଳ ବସନ୍ତ ଋତୁରେ ଅଣ୍ଡା ପ୍ରସ୍ତୁତ ଏଭଳି ଖାଦ୍ୟ ଉପଲବ୍ଧ ହୋଇଥାଏ।

{"id":127448,"width":579,"height":386}

ତେବେ ବାସ୍ତବ କଥା ହେଲା ଚୀନରେ ଇଷ୍ଟରକୁ ଇସାୟୀ ଧର୍ମାବଲମ୍ବୀମାନେ ବେଶ୍ ଧୁମଧାମରେ ପାଳନ କରିଥାନ୍ତି। ଏହି ଉତ୍ସବ ଖୁସିରେ ଚୀନର କିଛି ଜଣାସୁଣା ସେଫ ଡୋଙ୍ଗୟାଙ୍ଗ ପ୍ରୋଭିନ୍ସର ଏହି ଲୋକପ୍ରୀୟ ବ୍ୟଞ୍ଜନକୁ ନୂଆ ରୂପେ ପ୍ରସ୍ତୁତ କରିଛନ୍ତି।ଏଥିପାଇଁ ସେମାନେ ସାନସାନ ପୁଅଙ୍କ ମୁତ୍ରରେ ଅଣ୍ଡା ସିଝାଇ ରେସିପି ପ୍ରସ୍ତୁତ କରୁଛନ୍ତି । ଏପରି କରିବା ଦ୍ୱାରା ଅଣ୍ଡା ସାମାନ୍ୟ ଲୁଣିଆ ରହେ ବୋଲି କହନ୍ତି ସେଫ। ଏଭଳି ବ୍ୟଞ୍ଜନ ପ୍ରସ୍ତୁତି ନିମନ୍ତେ ସେଫମାନଙ୍କୁ ବିଶେଷ କଷ୍ଟ ମଧ୍ୟ କରିବାକୁ ପଡେ ନାହିଁ। ନିକଟବର୍ତ୍ତି ଅଞ୍ଚଳର ସ୍କୁଲକୁଯାଇ ପୁଅ ପିଲାଙ୍କ ମୁତ୍ରସଂଗ୍ରହ କରି ଆଣି ଅଣ୍ଡାକୁ ସିଝାଇ ବ୍ୟଞ୍ଜନ ପ୍ରସ୍ତୁତ କରୁଛନ୍ତି ଭର୍ଜିନ ବଏ ଏଗ’।  

{"id":127449,"width":579,"height":434}

ତେବେ ଭର୍ଜିନ ବଏ ଏଗ’ର ସ୍ୱାଦ ବେଶ ବଢିଆ ବୋଲି କହନ୍ତି ଏହାକୁ ଖାଉଥିବା ଲୋକେ। ଏଭଳି ଅଣ୍ଡା ପ୍ରସ୍ତୁତ ଖାଦ୍ୟ ଖାଇବା ପାଇଁ ସେମାନେ ବେଶ ଉତ୍ସୁକତାର ସହ ଅପେକ୍ଷା କରି ରହିଥାନ୍ତି ବୋଲି କହନ୍ତି। ବର୍ଷର କେବଳ ବସନ୍ତ ଋତୁରେ  ଏହି ସୁଆଦିଆ ଅଣ୍ଡା ଖାଇବାକୁ ମିଳିଥାଏ।  ଯାହା କେବଳ ସୁସ୍ୱାଦୁ ନୁହେଁ ଶରୀରକୁ ଶକ୍ତି ପ୍ରଦାନ କରିବା ସହ ରକ୍ତ ସଞ୍ଚାଳନ ମଧ୍ୟ ସ୍ୱଭାବିକ କରେ ବୋଲି ଏହି ଅଣ୍ଡା ଖାଉଥିବା ଲୋକେ କହନ୍ତି।କେବଳ ଏତିକି ନୁହେଁ ଆଗାମୀ ଗ୍ରୀଷ୍ମ ଋତୁରେ ଏଭଳି ଅଣ୍ଡା ଖାଉଥିବା ଲୋକେ ଅଂଶୁଘାତରେ ଆକ୍ରାନ୍ତ ହେବାର  ମଧ୍ୟ ସମ୍ଭାବନା ରହେ ନାହିଁ  ବୋଲି କହନ୍ତି  ୫୧ ବର୍ଷ ବୟସ୍କ ଗେ ୟାଓହୁଆ । ତେବେ କାରଣ ଯାହାବି ହେଉ ନା କାହିଁକି ଲୋକଙ୍କ ଖାଇବା ଋଚି ଅନୁସାରେ ସେଫମାନେ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ତେବେ ତାର ସ୍ୱାଦ ଓ ଶରୀର ଉପରେ ପ୍ରଭାବ ଖାଉଥିବା ଲୋକେ ହିଁ ଜାଣନ୍ତି। ତେବେ ଚୀନ ଲୋକଙ୍କ ଏଭଳି ଖାଦ୍ୟ ଋଚି କିନ୍ତୁ ଆଶ୍ଟର୍ଯ୍ୟକରେ ବିଶ୍ୱର ଅନ୍ୟ ଦେଶରଲୋକଙ୍କୁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.