କମିଯାଉଛି କି ଆପଣଙ୍କ ଜିଓର ଫୋର ଜି ସ୍ପିଡ୍ : ତେବେ ଏହି ସହଜ ଉପାୟରେ ବଢ଼ାନ୍ତୁ ନିଜ ସ୍ପିଡ୍

Published By : Prameya-News7 Bureau | December 19, 2018 IST

ନୂଆଦିଲ୍ଲୀ ୧୯/୧୨: ଜିଓ ନିଜ ଗ୍ରାହକଙ୍କୁ ଜବରଦସ୍ତ ଅଫରର ଲାଭ ଦେଉଛି, ଜିଓର ଫୋର ଜି ସ୍ପିଡ ପ୍ରକୃତରେ ଲାଭଦାୟକ ଅଟେ । କିନ୍ତୁ କିଛି ଦିନ ହେଲା ଅନେକ ଗ୍ରାହକ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ପୂର୍ବ ଭଳି ହାଇ ସ୍ପିଡ ଫୋର୍ ଜି ଡାଟା ମିଳିପାରୁନାହିଁ।

wp:gallery {"ids":[65169]} /wp:gallery

ପୂର୍ବରୁ ୨୫ରୁ ୩୦ ଏମବିପିଏସ୍ ସ୍ପିଡ ମିଳୁଥିଲା କିନ୍ତୁ ଏବେ ଏହା୪ ଏମବିପିଏସ ହୋଇ ରହିଯାଇଛି ଏହାର କାରଣ ଜିଓ ନେଟଓ୍ବାର୍କର ସମସ୍ୟା ନୁହେଁ ବରଂ ଏହାର କାରଣ ଆପଣଙ୍କ ସ୍ମାର୍ଟ ଫୋନ୍ ମଧ୍ୟ ହୋଇପାରେ। ଏଥିପାଇଁ ଫୋର ଜି ସ୍ପିଡର ଭରପୂର ମଜା ନେବା ପାଇଁ ଅବଲମ୍ବନ କରନ୍ତୁ ଏହି ସହଜ ଉପାୟ।

wp:gallery {"ids":[65170]} /wp:gallery

ଆପଣ ନିଜ ମୋବାଇଲ ସେଟିଂରେ ଯାଇ ପ୍ରିଫର୍ଡ ନେଟଓ୍ବାର୍କ ଟାଇପକୁ ପରିବର୍ତ୍ତନ କରି ଏଲଟିଇ କରି ଦିଅନ୍ତୁ ଯାହା ଦ୍ବାରା ଆପଣଙ୍କ ଡାଟା ସ୍ପିଡ ବଢ଼ିଯିବ।

wp:gallery {"ids":[65171]} /wp:gallery

ଆପଣ ପୁଣି ଥରେ ମୋବାଇଲ୍ ସେଟିଙ୍ଗ୍ ଯାଇ ଆକ୍ସେସ୍ ପଏଣ୍ଟ ନେମ୍ କୁ କ୍ଲିକ୍ କରନ୍ତୁ ଏବଂ ଆସୁଥିବା ଅପ୍ସନରେ ଏପିଏନ୍ ପ୍ରୋଟୋକଲ୍ ଅପ୍ସନ୍ ସିଲେକ୍ଟ କରି Ipv4/Ipv6 କରି ଦିଅନ୍ତୁ।

wp:gallery {"ids":[65172]} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.