ଉର୍ଫିଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ସସ୍‌ପେଣ୍ଡ, ଅଭିନେତ୍ରୀ କହିଲେ-ଅନେକ ଲୋକଙ୍କ ଇଚ୍ଛା ପୂରା ହେଲା

Published By : Prameya-News7 Bureau | December 04, 2023 IST

ମୁମ୍ଵାଇ ୦୪।୧୨: ସୋସିଆଲ ମିଡିଆର ସନ୍‌ସେନ୍ସ ଅଭିନେତ୍ରୀ ଉର୍ଫି ଜାଭେଦ। ନିଜର ଉତପଟାଙ୍ଗ ଅନ୍ଦାଜ ପାଇଁ ସବୁବେଳେ ଲାଇମ ଲାଇଟରେ ରହିଥାନ୍ତି।  ଇନଷ୍ଟାଗ୍ରାମରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି। ଉର୍ଫି ସବୁବେଳେ ନିଜର ଅତରଙ୍ଗୀ ଡ୍ରେସ କୋର୍ଡ ନେଇ ବେଶ୍ ଫେମସ । ଯେଉଁଥିପାଇଁ ସେ ଖୁବ୍‌ ଟ୍ରୋଲ ମଧ୍ୟ ହୁଅନ୍ତି। ସେ ପ୍ରାୟତଃ ସବୁବେଳେ କିଛି ନା କିଛି ଏଭଳି ଭିଡିଓ ଏବଂ ଫଟୋ ଫ୍ୟାନ୍ସମାନଙ୍କ ସହ ସେୟାର କରନ୍ତି।  ଯାହା ଖୁବ୍‌ ଭାଇରାଲ ମଧ୍ୟ ହୋଇଥାଏ। ହେଲେ ସେ ଆଉ ଫଟୋ କିମ୍ଵା ଭିଡିଓ ପକାଇ ପାରିବେ ନାହିଁ । କାହିଁକି ନା ବର୍ତ୍ତମାନ ତାଙ୍କର ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ ସସ୍‌ପେଣ୍ଡ୍‌ ହୋଇଯାଇଛି ।

ନିକଟରେ ଖବର ମିଳିଛି କି ଊର୍ଫିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ରଦ୍ଦ କରି ଦିଆଯାଇଛି। ଏହି ସୂଚନାକୁ ଊର୍ଫି ନିଜେ ପୋଷ୍ଟ ସେୟାର କରି କହିଛନ୍ତି, ‘ଇନଷ୍ଟାଗ୍ରାମ ପକ୍ଷରୁ ମୋତେ ୧୮୦ଦିନର ସସପେନସନ ନୋଟିସ ମିଳିଛି। ଯାହାଫଳରେ କି ମୁଁ ସେତିକି ଦିନ ପର୍ଯ୍ୟନ୍ତ ଆଉ କୌଣସି ପୋଷ୍ଟ ସେୟାର କରି ପାରିବି ନାହିଁ’। ଏଥିରେ ସମ୍ପୂର୍ଣ୍ଣ ଗାଇଡଲାଇନ ଉଲ୍ଲେଖ ରହିଛି। ଯାହାର ଏକ ସ୍କ୍ରିନ ସଟ ଊର୍ଫି ସେୟାର କରିଛନ୍ତି।

wp:html
/wp:html

ଏହା ଆଧାରରେ ତାଙ୍କୁ ୧୮୦ ଦିନର ସମୟ ଦିଆଯାଇଛି। ତେବେ ଏହା କାହିଁକି ଓ କେଉଁ ପୋଷ୍ଟ କାରଣରୁ ନିଆଯାଇଛି ସେନେଇ କୌଣସି ସୂଚନା ମିଳି ନାହିଁ। କିଛିଦିନ ତଳେ ଖବର ମିଳିଥିଲା କି ଊର୍ଫି ଛୋଟ ପୋଷାକ ପିନ୍ଧିଥିବାରୁ ପୋଲିସ ତାଙ୍କୁ ଥାନାକୁ ନେଇ ଯାଇଥିଲା।

wp:embed {"url":"https://www.prameyanews7.com/badshah-dating-pakistani-actress-hania-aamir/","type":"wp-embed","providerNameSlug":"prameya-news-7"}
https://www.prameyanews7.com/badshah-dating-pakistani-actress-hania-aamir/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.