ଲଗାଣ ବର୍ଷାରେ ବେହାଲ ସ୍ଥିତି: ରାସ୍ତା ଉପରେ ପଡ଼ିଛି ଗଛ, ଯାତାୟତ ବାଧାପ୍ରାପ୍ତ
10/09/2022 at 9:05 AM

ମୋହନା ୧୦/୦୯: ଲଗାଣ ବର୍ଷାରେ ବିରାଟ ଗଛ ଉପୁଡ଼ି ଦୋକାନ ଚୁରମାର । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଗୋବିନ୍ଦପୁର ଗାଁରେ । ଗାଁର ମୁଖ୍ୟ ରାସ୍ତାରେ ଜଣେ ବ୍ୟକ୍ତି ସେଲୁନ ଦୋକାନ କରିଛନ୍ତି ।
ତେବେ ଗତକାଲି ରାତିରେ ପ୍ରବଳ ବର୍ଷା ସହ ପବନ ବହିବା ଯୋଗୁଁ ଦୋକାନ ପାଖରେ ଥିବା ଏକ ବିରାଟ ଗଛ ଉପୁଡ଼ି ଦୋକାନ ଉପରେ ପଡ଼ିଛି l ମୁଖ୍ୟ ରାସ୍ତା ଉପରେ ଗଛ ପଡ଼ିଥିବା ଯୋଗୁଁ ଗୋବିନ୍ଦପୁର ଓ ବଡ଼ଗଡ କୁ ଯାତାୟତ ଠପ୍ ହୋଇଯାଇଛି l