ବାପାଙ୍କ ସ୍ୱପ୍ନକୁ ପୂରଣ କଲେ ଲକି : ଆଇପିଏସ୍ ଅଫିସର ହୋଇ କରୁଛନ୍ତି ଦେଶ ସେବା

Published By : Prameya-News7 Bureau | August 23, 2021 IST

ନୂଆଦିଲ୍ଲୀ ୨୩/୦୮ ଆଇପିଏସ୍ ଅଫିସର ହେବାକୁ କାହାର ବା ଇଚ୍ଛା ନଥାଏ । ଏଥିପାଇଁ ସଭିଏଁ ଛୋଟରୁ ନିଜକୁ ପ୍ରସ୍ତୁତ କରିଥାନ୍ତି । ହେଲେ ସେ ସଫଳତାର ସୁଯୋଗ ସମସ୍ତଙ୍କୁ ମିଳିନଥାଏ । ଏମିତି ଜଣେ ମହିଳା ଅଛନ୍ତି ଯିଏ କି ତାଙ୍କ ପିଲା ବେଳର ଲକ୍ଷ୍ୟକୁ ପୂରା କରିଛନ୍ତି । ସେ ହେଉଛନ୍ତି ଆଇପିଏସ୍ ଲକି ଚୌହାନ୍ ।

ଲକି ଚୌହାନ୍ ଉତ୍ତର ପ୍ରଦେଶର ବୁଲନ୍ଦ ସହର ସ୍ଥିତ ଖୁରଜା ଗ୍ରାମରେ ଜନ୍ମିତ । ଲକି ବର୍ତ୍ତମାନ ଅଧିକାରୀ ଭାବରେ ଦେଶ ସେବାରେ ନିୟୋଜିତ ଅଛନ୍ତି । ହେଲେ ଆଇପିଏସ୍ ହେବାର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ତାଙ୍କ ପାଇଁ ସହଜ ନଥିଲା । ଲକିଙ୍କ ପିତା ଜଣେ ଛୋଟ ବ୍ୟବସାୟ ଓ ମାଆ ଜଣେ ଶିକ୍ଷୟତ୍ରୀ । ଲକି ପିଲା ଦିନୁ ପାଠପଢାରେ ଖୁବ୍ ଆଗ୍ରହ ରଖୁଥିଲେ ଏବଂ ସେ ଖୁବ୍ ସ୍ମାଟ୍ ମଧ୍ୟ ଥିଲେ ।

ନର୍ସରୀରେ ପଢୁଥିବାବେଳେ  ପ୍ରତିଯୋଗିତାରେ ଭାଗ ନେଇ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେତେବେଳେ ତାଙ୍କୁ ଡିଏମ୍  ଏବଂ ଏସପି ଏକ ପୁରସ୍କାର ପ୍ରଦାନ କରିଥିଲେ । ଏହାକୁ ଦେଖିବା ପରେ ତାଙ୍କ ପିତା ତାଙ୍କୁ କହିଥିଲେ ଯେ ଲକି ତମେ ବଡ ହେଲେ ତୁମକୁ  ବଡ  ପୋଲିସ ଅଫିସର ହେବାକୁ ପଡିବ ।  ଲକି  ଏଇ କଥାକୁ ଗଣ୍ଠିକରି ଧରି ପ୍ରଥମେ ଯୁକ୍ତ ଦୁଇ ବିଜ୍ଞାନ ପଢିଥିଲେ ।

ପରେ ଆଇପିଏସ ହେବା ପାଇଁ ସେ ଇଂରାଜୀ ଲିଟରେଚର ଓ ଇତିହାସରେ ବି.ଏ କରିଥିଲେ । ଏହା ପଢିବା ପରେ ଲକିଙ୍କୁ ସରକାରୀ ଚାକିରୀ ମିଳିଥିଲା । ହେଲେ ଏଥିରେ ମଧ୍ୟ ତାଙ୍କର ମନ ଲାଗି ନଥିଲା । ସେ ଆଉ କିଛି କରିବାକୁ ଭାବିଥିଲେ । ଏଥିପାଇଁ ଲକି ଏହି ଚାକିରୀ କରିବା ସହ ଆଗକୁ ପଢିବା ପାଇଁ ୟୁପଏସସିର ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ । ତିନି ବର୍ଷର କଠିନ ପରିଶ୍ରମ କରିବା ପରେ ୟୁପିଏସି ୨୦୧୨ରେ ୨୭୬ ରାଙ୍କ ରଖି ନିଜର ସ୍ଥାନ ହାସଲ କରିଥିଲେ । 

ଏହା ପରେ ଲକି ଚୌହାନ ଜଣେ ଆଇପିଏସ୍ ଅଧିକାରୀ ହୋଇଥିଲେ । ଟ୍ରେନିଂ ସମୟରେ ତାଙ୍କର ଯୋଗ୍ୟତାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ତରଫରୁ ତ୍ରିପୁରା କ୍ୟାଡର ଦିଆଯାଇଥିଲା । ଲକି ରାଜ୍ୟର ଅନେକ ଗୁରୁତ୍ବପୂର୍ଣ୍ଣ ପଦବୀରେ ମଧ୍ୟ କାର୍ଯ୍ୟ କରିଛନ୍ତି । କିନ୍ତୁ ଏବେ ଲକି ତ୍ରିପୁରାରର ଗୋମତି ଜିଲ୍ଲାର ଉଦୟପୁରର ଏସପି ଏବଂ ଦେଶ ସେବା ମଧ୍ୟ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.