LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ୟୁପିଏସସି ସମାନ ନାଁ ବିବାଦ: ଦୁଇ ଠକ ପରୀକ୍ଷାର୍ଥୀଙ୍କ ବିରୋଧରେ ଆକ୍ସନ ନେବ UPSC

26/05/2023 at 8:19 PM

ନୂଆଦିଲ୍ଲୀ: ୟୁନିୟନ ପବ୍ଲିକ ସର୍ଭିସ କମିଶନ(ୟୁପିଏସସି)ରେ ନିଜର ଚୟନ ହୋଇଥିବା ଦାବି କରିଥିବା ୨ ପରୀକ୍ଷାର୍ଥୀଙ୍କ ମୁସ୍କିଲ ବଢିପାରେ। ନିକଟରେ ସିଭିଲ୍ ସର୍ଭିସ୍ ରେଜଲ୍ଟ ପ୍ରକାଶ ପାଇଥିଲା। ଏଥିରେ ସମାନ ନାମ ଏବଂ ରୋଲ୍ ନମ୍ବର ଥିବା ଦୁଇ ଜଣ ପରୀକ୍ଷାର୍ଥୀ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଦାବି କରିଥିଲେ। ଏହାକୁ ନେଇ ୟୁପିଏସସି ଉକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ନାମରେ ଅପରାଧିକ ଏବଂ  ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଚାର କରୁଛି।

ୟୁପିଏସସି ଆନୁଷ୍ଠାନିକ ବିବୃତି ଜାରି କରି କହିଛି ଯେ, ଦୁଇ ପରୀକ୍ଷାର୍ଥୀ ମଧ୍ୟ ପ୍ରଦେଶର ଆୟଶା ମକରାନି ଏବଂ ହରିୟାଣାର ତୁଷାର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମିଥ୍ୟା ଦାବି କରିଥିଲେ। ଉଭୟ ବ୍ୟକ୍ତି ମିଥ୍ୟାବାଦୀ। ସେମାନେ ନିଜର ଦାବିକୁ ମଜବୁତ କରିବା ପାଇଁ ନିଜ ପକ୍ଷରେ ଜାଲ୍ ଦସ୍ତାବିତ ପ୍ରସ୍ତୁତ କରିଥିଲେ।

ଏହି ଦୁଇ ଜଣ ସାମ୍ନାକୁ ଆସି ଘୋଷଣା କରିଥିଲେ ଯେ, ସେମାନେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି। କାରଣ ତାଙ୍କର ରୋଲ୍ ନମ୍ବର ପାସ୍ ହୋଇଥିବା ରୋଲ୍ ନମ୍ବର ସମାନ ରହିଛି। ତେବେ ୟୁପିଏସସିର ପରୀକ୍ଷା  ପ୍ରଣାଳୀ ଏବଂ ସଞ୍ଚାଳନ ବହୁତ ମଜବୁତ ଏବଂ ପ୍ରମାଣସିଦ୍ଧ। ଏଥିରେ ଟିକେ ବି ତ୍ରୁଟି ରହିବାର ସମ୍ଭାବନା ନାହିଁ ବୋଲି ଆୟୋଗ କହିଛନ୍ତି।

ୟୁପିଏସସିର ବିଜ୍ଞପ୍ତି ଅନୁଯାୟୀ, ସଲିମୁଦ୍ଦୀନ ମକରାନିଙ୍କ ଝିଅ ଆୟଶା ମକରାନି ଜାଲି ଦସ୍ତାବିଜ ପ୍ରସ୍ତୁତ କରିଛନ୍ତି। ସେ ଗତ ବର୍ଷ ଜୁନରେ ଅନୁଷ୍ଠିତ ପ୍ରିଲିମନାରୀ ପରୀକ୍ଷା ଦେଇଥିଲେ ଏବଂ ଗୋଟିଏ ପେପରରେ କ୍ଵାଲିଫାଏ କରି ପାରିନଥିଲେ। ଏପରିକି କଟ୍‌ ଅଫ୍ ମାର୍କ ତୁଳନାରେ ବହୁତ କମ ନମ୍ବର ରଖିଥିଲେ। ତେବେ ଫାଇନାଲ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୧୮୪ ରାଙ୍କ ପାଇଥିବା ତାଙ୍କର ଦାବି ସମ୍ପୁର୍ଣ୍ଣ ମିଛ।

ଆଉ ଏକ କେସ୍ ହେଉଛି ତୁଷାର କୁମାର। ସେ ହରିୟାଣାର ରେଓ୍ଵାରି ପରିବାରର ଏବଂ ଅନ୍ୟ ପରୀକ୍ଷାର୍ଥୀ ବିହାରର ଭାଗଲପୁରର। ଆୟୋଗ ସ୍ପଷ୍ଟ କରିଛନ୍ତି ଯେ, ବିହାରର ପରୀକ୍ଷାର୍ଥୀ ତୁଷାର କୁମାର ୪୪ତମ ରାଙ୍କ ସହ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ହରିୟାଣାର ପରୀକ୍ଷାର୍ଥୀ ପ୍ରିଲିମନାରୀରେ ଫେଲ୍ ହୋଇଛନ୍ତି, ଯାହା ଗତ ବର୍ଷ ଜୁନରେ ଆୟୋଜିତ ହୋଇଥିଲା। ସେ ଗୋଟିଏ ପେରରରେ ନେଗେଟିଭ୍ ମାର୍କ ରଖିବା ସହିତ କଟ୍‌ଅଫ୍‌ ନମ୍ବରଠୁ ବହୁତ ଦୂରରେ ଥିଲେ।

ଉଭୟ ପରୀକ୍ଷାର୍ଥୀ ମିଥ୍ୟା କହି ଏବଂ ଜାଲ୍ ଦସ୍ତାବିଜ ପ୍ରସ୍ତୁତ କରି ସିଭିଲ୍ ସର୍ଭିସ୍ ପରୀକ୍ଷାର ନିୟମର ଉଲ୍ଲଂଘନ କରିଛନ୍ତି। ତେଣୁ ୟୁପିଏସସି ଜାଲିଆତି ପାଇଁ ଉଭୟଙ୍କ ବିରୋଧରେ ଅପରାଧିକ ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ୟୁପିଏସସି ବିଚାର କରୁଛି।

   Related Posts