UPSC Results 2023: ଜାଣନ୍ତୁ ଓଡ଼ିଶାରୁ ଆଉ କେତେ ଜଣ କୃତକାର୍ଯ୍ୟ ହୋଇଛନ୍ତି

Published By : Prameya-News7 Bureau | April 16, 2024 IST

ଭୁବନେଶ୍ଵର: କେନ୍ଦ୍ରୀୟ ପ୍ରଶାସନିକ ସେବା ଆୟୋଗ(ୟୁପିଏସସି) ପରୀକ୍ଷା ୨୦୨୩ର ଫଳାଫଳ ପ୍ରକାଶ ପାଇଛି। ସମଗ୍ର ଦେଶରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଉତ୍ତର ପ୍ରଦେଶର ଆଦିତ୍ୟ ଶ୍ରୀବାସ୍ତବ। ଦ୍ଵିତୀୟ ସ୍ଥାନରେ ଏଥର ଓଡ଼ିଶାର ଅନିମେଶ ପ୍ରଧାନ ବାଜି ମାରିଛନ୍ତି। ଅନନ୍ୟା ରେଡ୍ଡୀ ତୃତୀୟ, ପିକେ ସିଦ୍ଧାର୍ଥ ରାମ କୁମାର ଚତୁର୍ଥ ଓ ରୁହାନୀ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି। ଓଡ଼ିଶାରୁ ଆୟୁଷୀ ପ୍ରଧାନ ୩୬ତମ ସ୍ଥାନରେ ରହିଥିବା ବେଳେ ଜୟଶ୍ରୀ ପ୍ରଧାନ ୫୨ ତମ ଏବଂ ଅଭିମନ୍ୟୁ ମଲ୍ଲିକ ୬୦ତମ ସ୍ଥାନ ହାସଲ କରିଛନ୍ତି।

Also read: UPSC 2023: ଟପ୍ପର ହୋଇଥିବା କିଏ ଏହି ଆଦିତ୍ୟ ଶ୍ରୀବାସ୍ତବ ?

ୟୁପିଏସସି ୨୦୨୩ର ରେଜଲ୍ଟ upsc.gov.in ଓ upsconline.nic.inରେ ଓ୍ବେବସାଇଟରେ ଉପଲବ୍ଧ କରିଛି । ୨୦୨୩ରେ ମୋଟ୍ ୧୦୧୬ଜଣ ପରୀକ୍ଷା କୃତ୍ତକାର୍ଯ୍ୟ ହୋଇଛନ୍ତି । 

ଆଇଏଏସ, ଆଇପିଏସ୍ ଓ ଆଇଏଫଏସ ପାଇଁ ୧୧୪୩ ପଦରେ ୧୦୧୬ ଆଶାୟୀ କୃତକାର୍ଯ୍ୟ କରିଛନ୍ତି। ଏଥିରେ ୪୭୪ ସାଧାରଣ ବର୍ଗ, ୧୧୫ ଇଡବ୍ଲ୍ୟୁଏସ, ୩୦୩ ଓବିସି, ୧୬୫ ଏଏସି, ୮୬ ଏସଟି ବର୍ଗର ଅଟନ୍ତି। ସେମାନଙ୍କ ମଧ୍ୟରୁ ୧୮୦ ଜଣ ଆଇଏଏସ, ୨୦୦ ଜଣ ଆଇପିଏସ୍ ଓ ୩୭ ଜଣ ଆଇଏଫଏସ୍ ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଣ୍ଟ୍ରାଲ ସର୍ଭିସ୍ ଗ୍ରୁପ ଏ ପାଇଁ ୬୧୩, ଗ୍ରୁପ ବି ପାଇଁ ୧୧୩ ଜଣ ମନୋନୀତ ହୋଇଛନ୍ତି। 

ଓଡ଼ିଶାରୁ ୟୁପିଏସସିରେ କୃତକାର୍ଯ୍ୟ ହୋଇଥିବା ଆଶାୟୀ

୨୪- ପ୍ରଜ୍ଞାନନ୍ଦନ ଗିରି

୩୬- ଆୟୁଷୀ ପ୍ରଧାନ

୫୨- ଜୟଶ୍ରୀ ପ୍ରଧାନ

୬୦- ଅଭିମନ୍ୟୁ ମଲ୍ଲିକ

୧୧୦- ଅମ୍ରିତାଂଶୁ ନାୟକ

୧୧୫- ଯଶୋବନ୍ତ ମଲ୍ଲିକ

୧୭୬- ପଦ୍ମନାଭ ମିଶ୍ର

୨୦୪- ଶୁଭ୍ରା ପଣ୍ଡା

୨୬୯- ତାନିଆ ମିଶ୍ର

୨୮୦- ଅନନ୍ୟା ରଣା

୩୦୩- ତନିଶା ମିଶ୍ର

୩୧୯- ରଶ୍ମି ପ୍ରଧାନ

୩୪୩- ବିଶ୍ଵଜିତ୍ ପଣ୍ଡା

୩୮୭- ପ୍ରିୟଙ୍କା ପ୍ରିୟଦର୍ଶିନୀ

୪୦୯- ସନ୍ତୋଷ କୁମାର ପାତ୍ର

୪୬୬- ସୌରଭ ଦାସ

୫୭୫- ରାକେଶ କୁମାର ସାହୁ

୫୮୧- ନୟନ ରଞ୍ଜନ ଦାସ

୫୯୧- ସାଇରାଜ ମିଶ୍ର

୭୨୨- ହେମନ୍ତ ସାହୁ

୭୭୨- ବିଭ୍ରାଂଶୁ ରାୟ

୮୦୦- ସିଦ୍ଧାନ୍ତ ବେଶ୍ରା

୮୮୧- ରଶ୍ମି ପାଇକରାୟ

୯୮୨- ସୌରଭ ଦାସ

୧୦୦୧- ଅନୁପ ନାୟକ

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.