LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଜାରି ହେଲା UPSC Prelims ଆଡମିଟ୍‌ କାର୍ଡ, ​‌ମେ ୨୮ରେ ପରୀକ୍ଷା

8/05/2023 at 7:35 PM

ନୂଆଦିଲ୍ଲୀ, ୦୮/୦୫: ସଂଘ ଲୋକ ସେବା ଆୟୋଗ (UPSC) ସିଭିଲ୍‌ ସର୍ଭିସ୍‌ ପ୍ରିଲିମ୍ସ ପରୀକ୍ଷା ଆଡମିଟ୍ କାର୍ଡ ଜାରି କରିଛି । ଚଳିତ ବର୍ଷ UPSE CSE ୨୦୨୩ ପରୀକ୍ଷା ପାଇଁ ଆଶାୟୀ ହଲ୍‌ ଟିକେଟ୍‌ ଅଫିସିଆଲ ଓ୍ବେବସାଇଟ୍‌ upsc.gov.inରୁ ଡାଉନଲୋଡ୍‌ କରିପାରିବେ। ଚଳିତ ବର୍ଷ ୟୁପିଏସସି ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ୨୮ ମେ ୨୦୨୩ରେ ଆୟୋଜିତ ହେବ।

ଚଳିତ ବର୍ଷ ୟୁପିଏସସି ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ମାଧ୍ୟମରେ ସମୁଦାୟ ୧୨୫୫ ପଦରେ ନିଯୁକ୍ତ କରାଯିବ। ୟୁପିଏସସି ତରଫରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଆଶାୟୀ ଆପ୍ଲିକେଶନ ଆଇଡି ଏବଂ ରୋଲ୍‌ ନମ୍ବର ସାହାଯ୍ୟରେ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିପାରିବେ।

ଆଇଏଏସ, ଆଇପିଏସ ସେବାରେ ୧୧୦୫ ଆଶାୟୀଙ୍କୁ ନିଯୁକ୍ତ କରାଯିବ। ଆଇଏଫଏସ୍‌ ସେବାରେ ୧୫୦ ପଦ ନିଯୁକ୍ତି କରାଯିବ। ଏହି ପଦ ପାଇଁ ରେଜିଷ୍ଟେ୍ରସନ ପ୍ରକ୍ରିୟା ୧ ଫେବ୍ରୁଆରୀ ୨୦୨୩ରେ ଆରମ୍ଭ ହୋଇଥିଲା।

   Related Posts