oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ବାପାଙ୍କ ଇଚ୍ଛା ବିରୁଦ୍ଧରେ ଯାଇ IPS ହୋଇଥିଲେ ନେହା ଯାଦବ : ଜାଣନ୍ତୁ ସଫଳତାର ନିଆରା କାହାଣୀ

10/09/2021 at 1:59 PM

ନୂଆଦିଲ୍ଲୀ ୧୦/୦୯ : ସାଧାରଣତଃ କୁହାଯାଏ ଯେ ବେଳେବେଳେ ସଫଳ ହେବା ପରେ ମଧ୍ୟ ଏପରି କିଛି ଘଟଣା ଘଟେ ଯେ ବ୍ୟକ୍ତିର ଗନ୍ତବ୍ୟ ସ୍ଥଳ ମଧ୍ୟ ବଦଳିଯାଏ | ଆଇପିଏସ୍ ହେବା ପାଇଁ ତ ସମସ୍ତଙ୍କ ଲକ୍ଷ୍ୟ ଥାଏ । ଏଥିପାଇଁ ସଭିଏଁ କଠିନ ପରିଶ୍ରମ କରିଥାନ୍ତି । ସେହିପରି ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସମସ୍ତେ କଠିନ ପରିଶ୍ରମ କରିବାକୁ ପଡିଥାଏ ।  ହେଲେ କିଏ ସଫଳତା ହାସଲ କରନ୍ତି ତ ଆଉ କିଏ ବହୁ ବିଫଳତା ପରେ ସଫଳତାର ସିଢି ଚଢି ଥାନ୍ତି । ଏଥିପାଇଁ UPSC କୁ କ୍ଲିଅର କରିବା ପ୍ରତ୍ୟେକ ଶିକ୍ଷିତ ଯୁବକଙ୍କର ସ୍ବପ୍ନ, କିନ୍ତୁ ଏଥିରେ ସମସ୍ତେ ସଫଳତା ପାଇ ପାରନ୍ତି ନାହିଁ । ହେଲେ ଏହି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ  ସମାନ କାହାଣୀ ହେଉଛି ଆଇପିଏସ୍ ନେହା ଯାଦବ ।

ପଶ୍ଚିମ ଦିଲ୍ଲୀରେ ଜନ୍ମ ହୋଇଥିବା ନେହାଙ୍କ ପିତା ଜଣେ ସରକାରୀ ଶିକ୍ଷକ ଥିଲେ। ଏବଂ ତାଙ୍କ ମାଆ ଜଣେ ଗୃହିଣୀ ।  ସେଠାରେ ସେ ତାଙ୍କର ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ଝିଅଟି ତାଙ୍କ ପିତାଙ୍କ ଶିକ୍ଷକ ବୃତ୍ତିକୁ ଏତେ ଭଲ ପାଉଥିଲା, ଯେ ସେ ଏହାକୁ ନିଜ ଗନ୍ତବ୍ୟସ୍ଥଳ କରିବାକୁ ଚାହୁଁଥିଲେ । ଏଥି ପାଇଁ ପାଠପଢା ଶେଷ କରିବା ପରେ ନେହା ଦିଲ୍ଲୀର ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ, ଜେଏନୟୁରେ  ପଢିବାକୁ ଯାଇଥିଲେ। ଯେଉଁଠାରେ ସେ ତାଙ୍କର ପରବର୍ତ୍ତୀ ପାଠ ପଢା ଆରମ୍ଭ କରିଥିଲେ ।ତାଙ୍କ ପାଠପଢା ସମାପ୍ତ କରିବା ପରେ ନେହା ଅର୍ଥନୀତିରେ ଡ୍ରିଗ୍ରୀ କରିବା ପାଇଁ ଜେନୟୁକୁ ଯାଇଥିଲେ । ଯେତେବେଳେ ନେହା ଏଠାରୁ ଡିଗ୍ରୀ ନେଇ ବାହାରକୁ ଆସିଲେ, ସେତେବେଳେ ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ପ୍ରଫେସର ଚାକିରି ପାଇଲେ ।

ପ୍ରଫେସରଙ୍କ ଚାକିରିରେ ନେହା ବହୁତ ଖୁସି ଥିଲେ, ନେହାଙ୍କ ଅଗ୍ରଗତିରେ ପରିବାର ସଦସ୍ୟ ମଧ୍ୟ ଖୁବ୍ ଖୁସି ହୋଇଥିଲେ। ନେହା ସେଠାରେ ପ୍ରାୟ ଦୁଇ ବର୍ଷ ଧରି କାମ କରିଥିଲେ, କିନ୍ତୁ ଦିନେ ନେହା ଦୁର୍ନୀତି ତଥା ଭଷ୍ଟ୍ରାଚାର ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତା’ପରେ ଶିକ୍ଷକଙ୍କ ଏହି ପ୍ରଫେସର ଝିଅର କଣ ହେଲା ଯେ ସେ ଭାବି ନେଇଥିଲେ ଯେ ପୋଲିସ୍ ଅଧିକାରୀ ହେବେ। ଏଥିପାଇଁ  ନେହା UPSC ପାଇଁ ପ୍ରସ୍ତୁତି ଆରମ୍ଭ କଲେ ।

ଯେତେବେଳେ ନେହାଙ୍କ ପିତା ଜାଣିବାକୁ ପାଇଲେ ଯେ ତାଙ୍କ ଝିଅ ପୋଲିସ୍ ହେବାକୁ ଚାହୁଁଛି, ନେହା ତାଙ୍କ UPSC ପାଇଁ ପ୍ରସ୍ତୁତି ଆରମ୍ଭ କଲେ । ସେତେବେଳେ ନେହାଙ୍କ ବାପା ରାଗି ଯାଇଥିଲେ, କିନ୍ତୁ ଝିଅର ଏହି  ନିଷ୍ପତ୍ତିରେ ମାଆ ତା ସହିତ ଥିଲେ। ଯେତେବେଳେ ୟୁପିଏସିର ଫଳାଫଳ ଆସିଲା, ପିତା ମଧ୍ୟ ଖୁସି ହୋଇଥିଲେ । ତା’ପରେ ନେହା ଅପେକ୍ଷା କରିଥିବା ଦିନ  ତାଙ୍କ ନିକଟରେ ଆସି ପହଞ୍ଚିଥିଲା ।୨୦୧୫ରେ, ନେହା UPSC କ୍ଲିଅର କରି AGMUT କ୍ୟାଡର ପାଇଁ (ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ ୟୁନିଅନ୍ ଟେରିଟୋରୀ କ୍ୟାଡର) ପାଇଁ ମନୋନୀତ ହୋଇଥିଲେ | UPSC ରେ ନେହାଙ୍କୁ IPS ଚୟନ କରାଯାଇଥିଲା ।

   Related Posts