UPSCରେ କେଉଁ ପ୍ରଶ୍ନ ପଚରାଯାଇଥିଲା ଶେୟାର୍ କଲେ ଷଷ୍ଠ ସ୍ଥାନ ହାସଲ କରିଥିବା ଯକ୍ଷ ଚୌଧୁରୀ, ଆପଣ ପ୍ରସ୍ତୁତି କରୁଥିଲେ ଜାଣିରଖନ୍ତୁ

Published By : Prameya-News7 Bureau | June 03, 2022 IST

ନୂଆଦିଲ୍ଲୀ: ମେ ୩୦ ତାରିଖରେ ୟୁପିଏସ୍‌ସି ସିଭିଲ ସର୍ଭିସ ପରୀକ୍ଷା ଫଳ ଘୋଷଣା ହୋଇଥିଲା। ଏଥିରେ ୬୮୫ ଜଣଙ୍କୁ ସେମାନଙ୍କର ମେନ୍‌ ଓ ବ୍ୟକ୍ତିତ୍ୱ ପରୀକ୍ଷା ପ୍ରଦର୍ଶନ ଅନୁସାରେ ନିଯୁକ୍ତି ମିଳିଛି। ଏମାନଙ୍କ ଭିତରେ ରହିଛନ୍ତି ୟୁପିଏସ୍‌ରେ ଷଷ୍ଠସ୍ଥାନ ହାସଲ କରିଥିବା ଉତ୍ତର ପ୍ରଦେଶ ଅମରୋହାର ଯକ୍ଷ ଚୌଧୁରୀ। ତିନି ଥର ପ୍ରୟାଶ କରି ସଫଳତା ପାଇଛନ୍ତି ଯକ୍ଷ। ତାଙ୍କ ପରି ଅନ୍ୟମାନେ ବି ସଫଳତା ପାଆନ୍ତୁ ଓ ପ୍ରଶ୍ନ ବିଷୟରେ ଜାଣନ୍ତୁ ଏଥିପାଇଁ ସେ ପରୀକ୍ଷା ପଚରାଯାଇଥିବା ପ୍ରଶ୍ନକୁ ସମସ୍ତଙ୍କ ସହ ଶେୟାର କରିଛନ୍ତି।

ଯକ୍ଷ ଶେୟାର କରିଥିବା ପ୍ରଶ୍ନୋତ୍ତର ଗୁଡ଼ିକ ହେଲା-  

ପ୍ରଶ୍ନ- ଆପଣଙ୍କ ସଫଳତାର ଯାତ୍ରା ବିଷୟରେ ଆମକୁ କହିବେ କି ?
ଉତ୍ତର-
ମୁଁ କଲେଜରେ ପଢ଼ୁଥିବା ବେଳେ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲି। ଆଉ କଲେଜ ପଢ଼ା ସରିବା ପରେ ମୁଁ ସମ୍ପୂର୍ଣ୍ଣ ପ୍ରସ୍ତୁତିରେ ଲାଗିପଡ଼ିଲି। ସିଭିଲ ସର୍ଭିସରେ ଏହା ମୋର ତୃତୀୟ ପ୍ରୟାସ। ପ୍ରଥମ ପ୍ରୟାସରେ ମୁଁ ପ୍ରିଲିମ୍ସ କ୍ଲିୟର କରିପାରି ନଥିଲି। ଦ୍ୱିତୀୟରେ ମୁଁ ଇଣ୍ଟରଭ୍ୟୁ ସାମ୍ନା କରିଥିଲି କିନ୍ତୁ ପାସ୍ କରିପାରି ନଥିଲି। ହେଲେ ଏଥର ମୁଁ ଷଷ୍ଠ ସ୍ଥାନ ହାସଲ କରିଛି। ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ମୁଁ ସମ୍ପୂର୍ଣ୍ଣ ମନଯୋଗ ସହ ବିଶ୍ୱାସର ସହ ପ୍ରସ୍ତୁତି କରିଥିଲି। ତେବେ ଏଥର ମୁଁ ଭଲ ରାଙ୍କ ପାଇଛି ବୋଲି ନିଜକୁ ଭାଗ୍ୟବାନ ମନେ କରୁଛି।

ପ୍ରଶ୍ନ - ଏହି ସମ୍ପୂର୍ଣ୍ଣ ପ୍ରସ୍ତୁତି ପ୍ରକ୍ରିୟାରେ ଆପଣଙ୍କର ତିନୋଟି ମୁଖ୍ୟ ପ୍ରେରଣା କଣ ଥିଲା ?
ଉତ୍ତର- ସମାଜ ପାଇଁ କିଛି କରିବାର ଇଚ୍ଛା ମୋତେ ଅନୁପ୍ରାଣିତ କରିଥିଲା। ମୁଁ ମୋ ଚତୁଃପାର୍ଶ୍ୱରେ ଅନେକ ସମସ୍ୟା ଦେଖୁଥିଲି। ସେଗୁଡ଼ିକୁ ସୁଧାରିବା ପାଇଁ ମୁଁ ପ୍ରଶାସନରେ ଯୋଗ ଦେବାକୁ ଚାହୁଁଥିଲି। କଲେଜ ସମୟରେ ମୁଁ ଅନେକ ସାମାଜିକ କର୍ମରେ ଯୋଗ ଦେଇଛି। କ୍ୟାମ୍ପସ ପାଖରେ ରହୁଥିବା ଲୋକମାନଙ୍କ ସହ କଥା ହୋଇ ସେମାନଙ୍କ ସମସ୍ୟା ବୁଝି ସହଯୋଗ କରିଛି। ଲୋକମାନଙ୍କ ସହ ଏଭଳି ସମ୍ପର୍କ ମୋ ଭିତରେ ଏକ ସହଯୋଗର ଚିନ୍ତାଧାରା ସୃଷ୍ଟି କରିଥିଲା। ଆଉ ସିଭିଲ୍ ସର୍ଭିସ୍‌ ହିଁ ମୋତେ ଏ ଦିଗରେ କାମ କରିବାକୁ ଭଲ ସୁଯୋଗ ଆଣିଦେବ ବୋଲି ଭାବିଥିଲି।

ପ୍ରଶ୍ନ - ୟୁପିଏସ୍‌ସି ପରୀକ୍ଷାରେ କଣ ପ୍ରଶ୍ନ କରାଯାଇଥିଲା, ଏହା ମୂଳ ବିଷୟ ଉପରେ ଆଧାରିତ ଥିଲା ନା କରେଣ୍ଟ ଏଫ୍‌ୟାର୍‌ ସମ୍ବନ୍ଧିତ ଥିଲା ?
ଉତ୍ତର - ଇଣ୍ଟର୍‌ଭ୍ୟୁ ରାଉଣ୍ଡରେ ମୋତେ ମୋ ଗ୍ରାଜୁଏସନ୍ ବିଷୟକୁ ନେଇ ପ୍ରଶ୍ନ କରାଯାଇଥିଲା। ମୋ ଅପ୍‌ସନାଲ ବିଷୟକୁ ନେଇ ମଧ୍ୟ ପ୍ରଶ୍ନ କରାଯାଇଥିଲା। କଲେଜ ସମୟରେ ମୁଁ ସମ୍ପୃକ୍ତ ଥିବା ଆଥଲେଟ୍ ବିଷୟରେ ମଧ୍ୟ ପ୍ରଶ୍ନ କରାଯାଇଥିଲା। ତା ସହ କ୍ଲାଇମେଟ ଜଷ୍ଟିସ୍, ନେଟ-ଜିରୋ ଭଳି କରେଣ୍ଟ ଇଭେଣ୍ଟ ଉପରେ ମଧ୍ୟ କିଛିଟା ପ୍ରଶ୍ନ କରାଯାଇଥିଲ।

ପ୍ରଶ୍ନ ୪- ଜଣେ ଛାତ୍ରଙ୍କୁ ସିଲାବସ କେମିତି କଭର କରିବା ଦରକାର?
ଉତ୍ତର - ସିଲାବସର ସମସ୍ତ ଟପିକ ଓ ସବ୍‌ଟପିକ ଭଲଭାବରେ କଭର କରିବା ଦରକାର। ବଷୟଗୁଡ଼ିକୁ ଭଲବାବରେ ବୁଝିବା ଓ ସ୍ପଷ୍ଟ ହେବା ଦରକାର। ଥିଓରିପାର୍ଟଗୁଡ଼ିକ ପ୍ରାକ୍ଟିକାଲ୍‌ କରିବା ଦରକାର। ଫଳରେ ଏହା ବହୁଦିନ ପର୍ଯ୍ୟନ୍ତ ମନେ ରହିବ ଓ ସିଷ୍ଟମ କିଭଳି କାମ କରେ ଆମ ପାଖକୁ ଲୋକଙ୍କୁ ଜାଗ୍ରତ କରିବ।

ପ୍ରଶ୍ନ ୫-ୟୁପିଏସ୍‌ସି ଆଶାୟୀଙ୍କ ପାଇଁ ଆପଣ କଣ ମେସେଜ୍ ଦେବାକୁ ଚାହିଁବେ ?
ଉତ୍ତର -
ମୋର ମେସେଜ୍ ଏହା ରହିବ କି ଆଶାୟୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ରହିବା ଦରକାର ଓ ସିଭିଲ ସର୍ଭିସ୍ ପାଇଁ ସେମାନଙ୍କ ଭିତରେ ପ୍ରେରଣା ରହିବା ଦରକାର। ସଠିକ ଭାବରେ କଠିନ ପ୍ରସ୍ତୁତି କରିବା ଦରକାର। ପ୍ରସ୍ତୁତି ଉପରେ ବିଶ୍ୱାସ ଓ ପାଠପଢ଼ା ଉପରେ ଆଗ୍ରହ ରହିବା ଦରକାର। ବିଷୟକୁ ବୁଝିବା ଓ ସ୍ପଷ୍ଟତା ପ୍ରସ୍ତୁତିର ମୁଖ୍ୟ ଚାବି।  

ପ୍ରଶ୍ନ ୬- ଆପଣଙ୍କର ସଫଳତା ପାଇଁ ଆପଣ କାହାକୁ ଶ୍ରେୟ ଦେବେ ?
ଉତ୍ତର- ମୋର ସବୁ ଶ୍ରେୟ ଓ ମୋ ପରିବାର ଲୋକଙ୍କୁ ଯିବ। ବିଶେଷ କରି ମୋ ଭାଇ ଅମିତକୁ ମୁଁ ଶ୍ରେୟ ଦେବି। ମୋ ୟୁପିଏସ୍‌ସି ଯାତ୍ରା ସମୟରେ ମୋ ସାଙ୍ଗମାନେ ବି ମୋତେ ବହୁତ ସହଯୋଗ କରିଛନ୍ତି। ତୃତୀୟରେ ମୁଁ। ମୁଁ ପରୀକ୍ଷା ପାଇଁ କଠନି ପରିଶ୍ରମ କରିଛି। ତେଣୁ ସାମାନ୍ୟ ଶ୍ରେୟ ମୁଁ ମୋ ନିଜକୁ ଦେବି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.