ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

UPSC 2022: ପ୍ରଫେସର ଓ ଡ୍ରଗ୍ସ ଇନ୍ସପେକ୍ଟର ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ଆହ୍ୱାନ, ଆବେଦନର ଶେଷ ତାରିଖ ଅକ୍ଟୋବର ୨୭

8/10/2022 at 10:18 PM

ନୂଆଦିଲ୍ଲୀ: ୟୁନିୟନ ପବ୍ଲିକ ସର୍ଭିସ କମିଶନ(UPCS)ରେ  ଚାକିରି ଆଶାୟୀଙ୍କ ପାଇଁ ଭଲ ଖବର। ୫୦ରୁ ଅଧିକ ପଦବୀ ପାଇଁ ଆବେଦନ ଆହ୍ୱାନ କଲା ୟୁପିଏସ୍‌ସି। ସିନିୟର ଡିଜାଇନ ଅଫିସର ଗ୍ରେଡ୍-୧, ସାଇଣ୍ଟିଷ୍ଟ ‘ବି’, ଜୁନିୟର ସାଇଣ୍ଟିଷ୍ଟ ଅଫିସର, ଆସିଷ୍ଟାଣ୍ଟ ଆର୍କିଟେକ୍, ଆସିଷ୍ଟାଣ୍ଟ ପ୍ରେଫେସର ଓ ଡ୍ରଗ ଇନ୍ସପେକ୍ଟର ପଦରେ ନିଯୁକ୍ତି ଆହ୍ୱାନ କରାଯାଇଛି।

ଉଚ୍ଛୁକ ଆବେଦକମାନେ ୟୁପିଏସ୍‌ସିର ସରକାରୀ ୱେବ୍‌ସାଇଟ୍‌ https://upsconline.nic.inକୁ ଯାଇ ଆବେପଦନ କରିପାରିବେ। ୨୭ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଆପଣ ଅନ୍‌ଲାଇନ୍‌ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା-
ସିନିୟର ଡିଜାଇନ ଅଫିସର ଗ୍ରେଡ୍ ୧- ମାନ୍ୟତା ପ୍ରାପ୍ତ ବିଶ୍ୱା ବିଦ୍ୟାଳୟ କିମ୍ବା ଅନୁଦାନ ପ୍ରାପ୍ତ କଲେଜ୍‌ରୁ ମେକାନିକାଲ, ମେରାଇନ ଇଞ୍ଜିନୟରିଂରେ ଡିଗ୍ରୀ କରିଥିବେ।

ସାଇଣ୍ଟିଷ୍ଟି ବି – ପ୍ରାର୍ଥୀ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ ତଥା ଅନୁଦାନ ପ୍ରାପ୍ତ ସଂସ୍ଥାନରୁ ୩ ବର୍ଷି ବିଜ୍ଞାନ ସ୍ନାତକ ସମୟରେ ରସାୟନ ବିଜ୍ଞାନ, ଭୌତିକ ବିଜ୍ଞାନ କିମ୍ବା ଫରେନ୍ସିକ ବିଜ୍ଞାନରେ ରସାୟନ ବିଜ୍ଞାନରେ ଡିଗ୍ରୀ ଶେଷ କରିଥିବା ଦରକାର।

ଜୁନିୟର ସାଇଣ୍ଟିଷ୍ଟର ଅଫିସର- ପ୍ରାର୍ଥୀ ଭୌତିକ କିମ୍ବା ଗଣିତ, ଆପ୍ଲାଏଡ୍ ମେଥମେଟିକ୍ସ କିମ୍ବା ଫରେନ୍ସିକ ବିଜ୍ଞାନରେ ଭୌତିକ କିମ୍ବା ଗଣିତ ସହିତ ମାଷ୍ଟର ଡିଗ୍ରୀ କରିଥିବା ଦରକାର।

ଆସିଷ୍ଟାଣ୍ଟ ଆର୍କିଟେକ- ପ୍ରାର୍ଥୀ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାନରୁ ଆର୍କିଟେକ୍ଚରେ ଡୁଗ୍ରୀ ପୂରା କରିଥିବା ଦରକାର। ତା ସହିତ ଆର୍କିଟେକ୍ଚର ଭାବରେ କାଉନସେଲିଂ ଅପ୍‌ ଆର୍କିଟେକ୍ଚର ସହିତ ପଞ୍ଜିକୃତ ହୋଇଥିବା ଦରକାର। ସେହିପରି ଅନ୍ୟ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ୟୁପିଏସ୍‌ସି ସାଇଟରେ ଦିଆଯାଇଛି। ସେଠାରେ ଯୋଗ୍ୟତା ପଢ଼ିବା ସହ ଆବେଦନ  କରିପାରିବେ।

   Related Posts