ଶୀତ ଅଧିବେଶନରେ ଉଷ୍ଣ ଗୃହ; ଖଗଡେଙ୍କ ଟପ୍ପଣୀ ପରେ ହଙ୍ଗାମା, ବିଜେପି କହିଲା କ୍ଷମା ମାଗନ୍ତୁ କଂଗ୍ରେସ ଅଧ୍ୟକ୍ଷ
20/12/2022 at 2:42 PM

ନୂଆଦିଲ୍ଲୀ: ବିରୋଧୀଙ୍କ ସ୍ବାଧୀନତା ଟିପ୍ପଣୀ ଉପରେ ରାଜ୍ୟସଭାରେ ହଲ୍ଲାବୋଲ୍ । ଦେଶ ସ୍ବାଧୀନତାରେ ବିଜେପିର ଯୋଗଦାନ ନେଇ କଂଗ୍ରେସ ଅଧ୍ୟକ୍ଷଙ୍କ ବୟନ ପରେ ଜୋରଦାର ହଙ୍ଗାମା କରିଛି ଭାରତୀୟ ଜନତା ପାର୍ଟି । ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକା ଅର୍ଜୁନ ଖଡଗେ ସାଧ୍ବୀନତା ସଂଗ୍ରାମରେ ବିଜେପିର ଭୂମିକାକୁ ନେଇ ରାଜସ୍ଥାନରେ ଏକ ଟିପ୍ପଣୀ ଦେଇଥିଲେ । ଏହାକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ୍ କରିବା ସହିତ ସଂସଦରେ କ୍ଷମା ମାଗିକୁ କହିଛନ୍ତି । ସେପଟେ ନିଜ ବୟାନ ଉପରେ ଅଟଳ ରହିଛନ୍ତି ବିରୋଧୀ ଦଳ ନେତା ।
ମଙ୍ଗଳବାର ଗୃହ ଆରମ୍ଭରୁ ରାଜ୍ୟସଭାରେ ହଙ୍ଗାମା ହୋଇଛି । ବିରୋଧୀ ଦଳ ନେତାଙ୍କୁ ଜୋରଦାର ହମାଲା କରିଛନ୍ତି ବିଜେପି ସାଂସଦ । ମଲ୍ଲିକା ଅର୍ଜୁନ ଖଡଗେଙ୍କୁ କ୍ଷମା ପ୍ରାର୍ଥନା କରିବାକୁ କହିଥିଲେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ୍ । ବିରୋଧୀ ଦଳ ନେତାଙ୍କ ଏଭଳି ବୟାନ ଅଭଦ୍ରାମୀ ଦର୍ଶାଉଛି ବୋଲି ଗୋଏଲ କହିଥିଲେ । ସୋମବାର ରାଜ୍ୟସଭା ବାହାରରେ ବିଜେପିକୁ ଟାର୍ଗେଟ୍ କରିଥିଲେ ମଲ୍ଲିକା ଅର୍ଜୁନ ଖଗଡେ । ‘କ’ଣ ଆପଣଙ୍କ ଘରର କୁକୁର ସ୍ବାଧୀନତା ସଂଗ୍ରାମରେ ବଳିଦାନ ଦେଇଛନ୍ତି କି’ । ‘ଆପଣଙ୍କ ଘରର କୁକୁର ବି ଦେଶ ପାଇଁ ଜୀବନ ଦେଇନାହାନ୍ତି’ ବୋଲି କହି ତଓ୍ବାଙ୍ଗ ସଂଘର୍ଷକୁ ନେଇ ରାଜସ୍ଥାନରେ ଭାରତ ଯୋଡୋ ଯାତ୍ରାରେ ବିଜେପିକୁ ଟାର୍ଗେଟ୍ କରିଥିଲେ ।
ମଲ୍ଲିକା ଅର୍ଜୁନ ଖଡଗେଙ୍କ ଟିପ୍ପଣୀକୁ ନେଇ ରାଜ୍ୟସଭାର ଶୀତକାଳୀନ ଅଧିବେଶନ ଉଷ୍ଣ ହୋଇଛି । ରାଜ୍ୟରେ ବିଜେପି କଂଗ୍ରେସକୁ ଟାର୍ଗେଟ୍ କରିଛି । ବିରୋଧୀ ଦଳ ନେତାଙ୍କ ଏଭଳି ବୟାନକୁ ଅଭଦ୍ରାମୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ । ରାଜସ୍ଥାନରେ ଅଲଓ୍ବାରରେ ଖଡଗେ ଆପତ୍ତିଜନକ ଭାଷା ବ୍ୟବହାର କରିଥିଲେ ତେଣୁ ସେ ଦେଶବାସୀଙ୍କ ସାମ୍ନାରେ କ୍ଷମା ମାଗିବା ଦରକାର ବୋଲି କହିଥିଲେ । ଯେଉଁମାନେ ଦେଶ ପାଇଁ ବଳିଦାନ ଦେଇଛନ୍ତି, ସେମାନଙ୍କୁ ଆପଣ କ୍ଷମା ପ୍ରାର୍ଥନା କରନ୍ତୁ । ସେପଟେ ନିଜ ବୟାନରେ ଅଟଳ ରହିଛନ୍ତି ବିରୋଧୀ ଦଳ ନେତା ମଲ୍ଲିକା ଅର୍ଜୁନ ଖଡଗେ ।
ଗୋଟିଏ ପଟେ ଯେଉଁଠି ବିଜେପି ଖଡଗେଙ୍କ ବୟନାକୁ ହଙ୍ଗାମା କରିଛି ଅନ୍ୟପଟେ ସଂସଦରେ ଚୀନ- ଭାରତୀୟ ସେନା ମଧ୍ୟରେ ସଂଘର୍ଷକୁ ନେଇ କେନ୍ଦ୍ର ସରକାରଙ୍କୁ ବିପକ୍ଷ ଦଳମାନେ ଘେରିଛନ୍ତି।