ଜମ୍ମୁ-କାଶ୍ମୀର ବିଧାନସଭାରେ ଆର୍ଟିକଲ ୩୭୦ ହଟାଇବା ପ୍ରସ୍ତାବକୁ ନେଇ ହଙ୍ଗାମା, ଜାଣନ୍ତୁ କ’ଣ କହିଲେ ମୁଖ୍ୟମନ୍ତ୍ରୀ?

Published By : Prameya-News7 Bureau | November 04, 2024 IST

ଶ୍ରୀନଗର ୪।୧୧:  ଜମ୍ମୁ-କାଶ୍ମୀର ବିଧାନସଭାରେ ସୋମବାର ପିଡିପି ବିଧାୟକ ୱହିଦ ପାରାଙ୍କ ପ୍ରସ୍ତାବକୁ ନେଇ ହଟ୍ଟଗୋଳ ହୋଇଛି। ପାରା ପୂର୍ବବର୍ତ୍ତି ଜମ୍ମୁ-କାଶ୍ମୀର ରାଜ୍ୟକୁ ବିଶେଷ ମାନ୍ୟତା ଦେଉଥିବା ଅନୁଚ୍ଛେଦ ୩୭୦ ହଟାଯିବାକୁ ବିରୋଧ କରି ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ ଓ ଏହା ସହିତ ଜମ୍ମୁ-କାଶ୍ମୀର ଲାଗି ସ୍ୱତନ୍ତ୍ର ମାନ୍ୟତା ଦାବି କରିଥିଲେ। ତେବେ ବିଜେପି ବିଧାୟକମାନେ ପ୍ରସ୍ତାବକୁ ନେଇ କଡ଼ା ଆପତ୍ତି କରିଥିଲେ। ଫଳରେ ଗୃହରେ ହଟ୍ଟଗୋଳ ହୋଇଥିଲା। 

ଏହା ପରେ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ତାଙ୍କ ବୟାନ ରଖିଥିଲେ। କହିଥିଲେ ଏହି ପ୍ରସ୍ତାବର ଆଜି ଆଉ କୌଣସି ଗୁରୁତ୍ୱ ନାହିଁ। କେବଳ ପ୍ରଚାର ପାଇବା ଉଦ୍ଦେଶ୍ୟରେ ଏଭଳି ପ୍ରସ୍ତାବ ଅଣାଯାଇଛି । ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା କହିଛନ୍ତି ଯେ ଫାଷ୍ଟ ଡେ ଫାଷ୍ଟ ସୋ ମୋତେ ଜଣାଥିଲା ସଦସ୍ୟମାନେ କିପରି ପ୍ରସ୍ତୁତି କରି ଆସିଛନ୍ତି। ମୁଁ ଭାବିଥିଲି ଆଜି ବାଚସ୍ପତି ନିର୍ବାଚନ ଓ ଶୋକ ପ୍ରସ୍ତାବ ଗୃହୀତ ହେବ। ତେବେ ବଧେଇ ବାର୍ତ୍ତା ଦେବା ବଦଳେ ଗୃହ ଏହି ଆଡକୁ ବଢିଛି। ସେ କହିଛନ୍ତି ଯେ ଜମ୍ମୁ-କାଶ୍ମୀର ବିଧାନସଭା ଲୋକଙ୍କ ଭାବନାକୁ ଦର୍ଶାଉଛି। 


ଉମର ଅବଦୁଲ୍ଲା କହିଛନ୍ତି ବାସ୍ତବତା ହେଉଛି ଜମ୍ମୁ-କାଶ୍ମୀରର ଲୋକେ ୫ ଅଗଷ୍ଟ ୨୦୧୯ର ନିଷ୍ପତ୍ତି ଉପରେ ସେମାନଙ୍କ ମୋହର ଲଗାଇ ନାହାନ୍ତି। ଯଦି ଲୋକେ ନିଷ୍ପତ୍ତିକୁ ସମର୍ଥନ କରିଥାନ୍ତେ ତେବେ ଆଜି ଯାହା ଦେଖୁଛେ ତାର ଫଳାଫଳ ଓଲଟା ହୋଇଥାନ୍ତା। ତେବେ ହାଉସ୍ ରେ କେଉଁ ପ୍ରକାର କଥା ହେବ, ଆଗକୁ ଯାଇ ପ୍ରାଇଭେଟ ମେମ୍ବର ବିଲରେ ଯାହା ଆଣିବା କଥା ଆଣନ୍ତୁ, କିନ୍ତୁ ଏହି ଅଧିବେଶନରେ କାହିଁ କି ହେବନି କାହିଁକି ହେବ ତାହା ବାଚସ୍ପତିଙ୍କ ଅନୁମୋଦନରେ ସରକାର ନିର୍ଦ୍ଧାରଣ କରିବେ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.