ଜରିମାନା ଆଦାୟକୁ ନେଇ ବସଷ୍ଟାଣ୍ଡରେ ଉତ୍ତେଜନା, ପୋଲିସ ଓ ସ୍ଥାନୀୟ ବ୍ୟବସାୟୀ ମୁହାଁମୁହିଁ
7/02/2023 at 4:50 PM

ଖୋର୍ଦ୍ଧା ୦୭/୦୨: ଖୋର୍ଦ୍ଧା ନୂଆ ବସ୍ଷ୍ଟାଣ୍ଡ ନିକଟ ରାସ୍ତା ଉପରେ ବାଇକ ପାର୍କିଂ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏନେଇ ପୋଲିସ ଜଣେ ମହିଳା ଏସଆଇ ନୂଆ ବସଷ୍ଟାଣ୍ଡରୁ ରାସ୍ତା ଉପରେ ବେଆଇନ ପାର୍କିଂ ଜରିମାନା ଆଦାୟ କରୁଥିଲେ ।
ଏହି ସମୟରେ ନିକଟସ୍ଥ ଦୋକାନରେ ପାର୍କିଂ କରିଥିଲେ ଯୁବ ଆଇନଜୀବୀ ଶିଳାଦିତ୍ୟ ପଟ୍ଟନାୟକ । ତାଙ୍କ ବାଇକ ଠାରୁ ଜରିମାନା ଆଦାୟ ବେଳେ ଉଭୟ ସଂପୃକ୍ତ ଏସଆଇ ଓ ଆଇନଜୀବଙ୍କ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ପୋଲିସ ଅଧିକାରୀ ତାଙ୍କ ଉପରକୁ ହାତ ଉଠାଇଥିଲେ । ଯାହାକୁ ସେ ତୀବ୍ର ବିରୋଧ କରିଥିଲେ ।
ଏହାର ପ୍ରତିବାଦରେ ସ୍ଥାନୀୟ ବ୍ୟବସାୟୀ ନୂଆ ବସଷ୍ଟାଣ୍ଡ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଖବରପାଇ ଟାଉନ ଅଧିକାରୀ ତାରିକ ଅହମ୍ମଦ, ଓ ଅନ୍ୟଅଧିକାରୀ ମାନେ ପହଞ୍ଚି ବୁଝାସୁଝା ପରେ ଧାରଣାରୁ ଓହରିଥିଲେ ।