ମାଓନେତା ସବ୍ୟାସାଚୀ ପଣ୍ଡାଙ୍କ ଆବେଦନ ଶୁଣାଣିକୁ ଖାରଜ କଲେ ସୁପ୍ରିମ୍‌ କୋର୍ଟ, ବିଭିନ୍ନ କୋର୍ଟରେ ରହିଛି ୬୪ ମାମଲା

Published By : Prameya-News7 Bureau | November 02, 2022 IST

ନୂଆଦିଲ୍ଲୀ, ୦୨/୧୧: ମାଓନେତା ସବ୍ୟାସାଚୀ ପଣ୍ଡାଙ୍କ ଆବେଦନ ଶୁଣାଣିକୁ ଖାରଜ କଲେ ସୁପ୍ରମକୋର୍ଟ। ଆବେଦନକାରୀଙ୍କ ବିରୋଧରେ ଓଡ଼ିଶାର ବିଭିନ୍ନ କୋର୍ଟରେ ଥିବା ୬୪ଟି ମାମଲା ରହିଛି । ଏହି ସମସ୍ତ ମାମଲାକୁ ଖାରଜ କରିବାକୁ ସବ୍ୟାସାଚୀ ଆବେଦନ କରିଥିଲେ। ଯାହାର ଶୁଣାଣିକୁ ସୁପ୍ରିକୋର୍ଟର ୨ ଜଣିଆ ଖଣ୍ଡପୀଠ ଖାରଜ କରିଦେଇଛନ୍ତି । ଜଷ୍ଟିସ ହୃଷୀକେଶ ରାୟ ଏବଂ ଜଷ୍ଟିସ କେଏମ୍‌ ଜୋସେଫ ମାମଲାର ଶୁଣାଣି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.