ଚାଷୀ ଆନ୍ଦୋଳନ: ସରକାରଙ୍କୁ ଆଉ ଜଣେ ଫେରାଇଲେ ‘ପଦ୍ମଭୂଷଣ’ ପୁରସ୍କାର, ଜାଣନ୍ତୁ କିଏ?

Published By : Prameya-News7 Bureau | December 03, 2020 IST

ନୂଆଦିଲ୍ଲୀ ୩।୧୨:  ନୂଆ କୃଷି ନୀତି ୨୦୨୦କୁ ବିରୋଧ କରି ସାରା ଦେଶରେ ଚାଷୀ ଆନ୍ଦୋଳନ ଏବ ଉଗ୍ର ରୂପ ନେଇଛି। ଦାବି ପୂରଣ ଲାଗି ଦିଲ୍ଲୀ ରାଜରସ୍ତାରେ ଚାଷୀ ଶୀତ କାକରରେ ପଡିଥିବା ବେଳେ କେନ୍ଦ୍ର ସରକାର ଚିରାଚରିତ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଏଣୁ ଶିରୋମଣୀ ଅକାଳିଦଳ (ଡେମୋକ୍ରାଟିକ) ରାଜ୍ୟସଭା ସାଂସଦ ସୁଖଦେବ ସିଂହ ଢିଂଢସା ସରକାରଙ୍କୁ ତାଙ୍କ ପଦ୍ମଭୂଷଣ ସମ୍ମାନ ଫେରାଇ ଦେଇଛନ୍ତି।

ପଦ୍ମ ଭୂଷଣ ଦେଶର ଶୀର୍ଷ ନାଗରିକ ସମ୍ମାନ ମଧ୍ୟରେ ଅନ୍ୟତମ। ତେବେ ସରକାରଙ୍କ ନୀତି ଲାଗି ଢିଂଢସା ତାଙ୍କୁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ସମ୍ମାନ ଫେରାଇ ଦେଇଥିବା ତାଙ୍କ ପୁତ୍ର ପରମିନ୍ଦର ଢିଂଢସା ଗୁରୁବାର କହିଛନ୍ତି।   ଚାଷୀଙ୍କ ସମର୍ଥନରେ ସେ ଏହି ପୁରସ୍କାର କେନ୍ଦ୍ର ସରକାରଙ୍କୁ ଫେରାଇ ଦେଇଥିବା ପରମିନ୍ଦର କହିଛନ୍ତି। ଗତ ୨୦୧୯ ମସିହାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନ୍ୟମାନଙ୍କ ମଧ୍ୟରେ ଢିଂଢସାଙ୍କୁ ମଧ୍ୟ ପଦ୍ମ ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ। ହେଲେ ସରକାରଙ୍କ ନୀତି ଲାଗି ସେ ସମ୍ମାନକୁ ଫେରାଇଛନ୍ତି।

{"id":372025,"sizeSlug":"large"}

ତେବେ ଏଭଳି ସମ୍ମାନ ଫେରାଇବାରେ ଢିଂଢସା ପ୍ରଥମ ସାଂସଦ ନୁହନ୍ତି। ତାଙ୍କ ପୂର୍ବରୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ମଧ୍ୟ ତାଙ୍କର ପଦ୍ମ ସମ୍ମାନ ଫେରାଇଦେଇଛନ୍ତି। ପଦ୍ମଭିଭୂଷଣ ଫେରାଇବା ନେଇ ଢିଂଢସା ଗଣମାଧ୍ୟମ ସହ ଆଲୋଚନାରେ ଗତ ଦୁଇମାସ ହେଲା ଚାଷୀ ସେମାନଙ୍କ ଦାବି ନେଇ ଆନ୍ଦୋଳନ କରିଆସୁଥିଲେ ହେଁ ସରକାର ସେମାନଙ୍କ ପ୍ରତି କର୍ଣ୍ଣପାତ କରୁନଥିବା କହିଛନ୍ତି। ଏଣୁ ଏଭଳି ସରକାରଙ୍କ ସମ୍ମାନ ତାଙ୍କର ଆବଶ୍ୟକତା ନାହିଁ ବୋଲି କହିଛନ୍ତି।

ସୁଖଦେବ ସିଂ ଢିଂଢସା ଅକାଳି ଦଳ ଅଧ୍ୟକ୍ଷ ହୋଇଥିବା ବେଳେ ଗତ ଅଟଳବିହାରୀ ବାଜପାୟୀଙ୍କ ସରକାରରେ କେନ୍ଦ୍ରକ୍ୟାବିନେଟ୍‌ରେ ମନ୍ତ୍ରୀ ମଧ୍ୟ ଥିଲେ। ଏଣୁ  କେନ୍ଦ୍ରରେ ଏନଡିଏ ସରକାରଙ୍କୁ ଏଥର ମଧ୍ୟ ଢିଂଢସାଙ୍କ ଦଳ ସମର୍ଥନ ଦେଇଥିଲା। ହେଲେ ସରକାରଙ୍କ ଚାଷୀ ବିରୋଧୀ ନୀତି ଓ ମାନସିକତା ଲାଗି ସେ ସମ୍ମାନ ଫେରସ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.