ଏଣିକି ଆଧାର କାର୍ଡରେ ବି କରିହେବ ୟୁପିଆଇ ଭେରିଫିକେସନ, ଦରକାର ପଡ଼ିବନି ଏଟିଏମ କାର୍ଡ
19/01/2023 at 10:51 PM

ନୂଆଦିଲ୍ଳୀ, ୧୯/୦୧: ୟୁପିଆଇ ରେଜିଷ୍ଟେ୍ରସନ ପାଇଁ ଡେବିଟ୍ କାର୍ଡ ଜରୁରୀ ହୋଇଥାଏ। ଡେବିଟ୍ କାର୍ଡ ଦ୍ବାରା ଓଟିପି ଭେରିଫିକେସନ ପରେ ହିଁ ୟୁପିଆଇ ସେବାର ଲାଭ ଉଠାଇପାରିଥାନ୍ତି। କିନ୍ତୁ ଏବେ ଆପଣ ଡେବିଟ୍ କାର୍ଡ ବିନା ମଧ୍ୟ ୟୁପିଆଇର ବ୍ୟବହାର କରିପାରିବେ। ଅନଲାଇନ୍ ପେମେଣ୍ଟ ଆପ୍ ଫୋନ୍-ପେ ଆଧାର କାର୍ଡ ଦ୍ବାରା ୟୁପିଆଇ ରେଜିଷ୍ଟେ୍ରସନ ସୁବିଧା ଦେବାକୁ ଯାଉଛି।
ଏବେ ଫୋନ୍ ପେ ରେ ନୂଆ ୟୁଜର୍ସ ଆଧାର କାର୍ଡ ଏବଂ ଓଟିପି ଭେରିଫିକେସନ ଦ୍ବାରା ୟୁପିଆଇ ଆକ୍ଟିଭ କରିପାରିବେ। କାରଣ ଆଧାର କାର୍ଡ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ଥାଏ। ତେଣୁ ଆଧାରକାର୍ଡ ଦ୍ବାରା ମଧ୍ୟ ସହଜରେ ୟୁପିଆାଇ ସେବାର ଲାଭ ଉଠାଇ ହେବ। ୟୁପିଆଇ ଦ୍ବାରା ଦୁଇ ବ୍ୟାଙ୍କ୍ ଆକାଉଣ୍ଟ ମଧ୍ୟରେ ତତ୍କ୍ଷଣାତ ଟଙ୍କା ଟ୍ରାନ୍ସଫର ହୋଇପାରେ। ଏକ ମୋବାଇଲ୍ ଆପ୍ଲିକେସନ ଦ୍ବାରା ଅନେକ ବ୍ୟାଙ୍କ୍ ଆକାଉଣ୍ଟକୁ ଆକ୍ସେସ କରିପାରିବେ।
ଫୋନ୍ ପେ ଆପ୍ରେ ଆଧାର କାର୍ଡ ଦ୍ବାରା ଭେରିଫିକେସନ କରିବା ପାଇଁ ନିଜ ଆଧାର ନମ୍ବରର ଶେ ୬ ଅଙ୍କ ଦେବାକୁ ହେବ। ଏହାପରେ ଆପଣଙ୍କୁ ୟୁଆଇଡିଆଇ ଏବଂ ବ୍ୟାଙ୍କ୍ରୁ ଓଟିପି ଆସିବ। ଏହିଭଳି ଭାବରେ ଆପଣଙ୍କ ୟୁପିଆଇ ଆକ୍ଟିଭେଟ ହେବ। ଏହାପରେ ଆପଣ ଫୋନ୍ ପେ ସାହାଯ୍ୟରେ କୌଣସି ବି ୟୁପିଆଇକୁ ଟଙ୍କା ଟ୍ରାନ୍ସଫର କରିପାରିବେ।