ନୂଆଦିଲ୍ଲୀ: ଅଗଷ୍ଟରେ UPI (ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍) ମାଧ୍ୟମରେ ୧,୪୯୬ କୋଟି ଥର ଟ୍ରାଞ୍ଜାକ୍ସନ ହୋଇଛି। ଏଥିରେ ମୋଟ ୨୦.୬୧ ଲକ୍ଷ କୋଟି ଟଙ୍କା ଟ୍ରାଞ୍ଜାକ୍ସନ କରାଯାଇଛି। ଗତ ବର୍ଷ ଅଗଷ୍ଟ ତୁଳନାରେ ଏହା ୪୧% ଅଧିକ। ଅଗଷ୍ଟ ୨୦୨୩ରେ, ୟୁପିଆଇ ମାଧ୍ୟମରେ ୧,୦୫୯ କୋଟି ଥର ଟ୍ରାଞ୍ଜାକ୍ସନ ହୋଇଥିଲା। ଏଥିରେ ୧୫.୭୭ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା ବର୍ଷରେ ଏହି ପରିମାଣ ପ୍ରାୟ ୪୧ % ବୃଦ୍ଧି ପାଇଛି।
ଅଗଷ୍ଟ ୨୦୨୪ରେ ଡେଲି ଏଭେରେଜ ଟ୍ରାଞ୍ଜାକ୍ସନ ଦେଖିଲେ ୪୮ କୋଟି ୩୦ ଲକ୍ଷ ଟ୍ରାଞ୍ଜାକ୍ସନ ହୋଇଥିଲା। ଏବଂ ଦୈନିକ ହାରାହାରି ୬୬,୪୭୫ କୋଟି ଟଙ୍କା ଟ୍ରାନ୍ସଫର ହୋଇଥିଲା।
ଜୁଲାଇ ତୁଳନାରେ ୟୁପିଆ ଟ୍ରାଞ୍ଜାକ୍ସନ ୪% ବୃଦ୍ଧି
ଏଥିସହିତ, ପୂର୍ବମାସ (ଜୁଲାଇ ୨୦୨୪) ତୁଳନାରେ ଟ୍ରାଞ୍ଜାକ୍ସନ ସଂଖ୍ୟାରେ ୩.୬୦% ବୃଦ୍ଧି ପାଇଛି। ହେଲେ, ଏହି ଟ୍ରାଞ୍ଜାକ୍ସନରେ ଟଙ୍କା ପରିମାଣ ୦.୧୫% ହ୍ରାସ ପାଇଛି। ଜୁଲାଇ ୨୦୨୪ରେ, ୟୁପିଆଇ ମାଧ୍ୟମରେ ୧,୪୪୪ କୋଟି କାରବାର ହୋଇଥିଲା ଏବଂ ଏହା ମାଧ୍ୟମରେ ୨୦.୬୪ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ୟୁପିଆଇକୁ ନିୟନ୍ତ୍ରଣ କରୁଥିବା ସଂସ୍ଥା ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଆଜି (ସେପ୍ଟେମ୍ବର ୧) ଟ୍ରାଞ୍ଜାକ୍ସନ ରିପୋର୍ଟ ଜାରି କରିଛି।
NCPI ଦ୍ୱାରା ପରିଚାଳିତ ହୁଏ UPI
ଭାରତରେ RTGS ଏବଂ NEFT ପେମେଣ୍ଟ ସିଷ୍ଟମର କାରବାର ଆରବିଆଇ ଦ୍ୱାରା ପରିଚାଳିତ ହୋଇଥାଏ। ତେବେ IMPS, RuPay, UPI ପରି ସିଷ୍ଟମଗୁଡିକ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଦ୍ୱାରା ପରିଚାଳିତ ହୁଅନ୍ତି। ଜାନୁଆରୀ ୧, ୨୦୨୦ରୁ UPI କାରବାର ପାଇଁ ସରକାର ଏକ ଜିରୋ ଛାର୍ଜ ଫ୍ରେମୱାର୍କ ବାଧ୍ୟତାମୂଳକ କରିଥିଲେ।
କେମିତି କାମ କରିଥାଏ। ୟୁପିଆଇ?
UPI ସେବା ପାଇଁ ଆପଣଙ୍କୁ ଏକ ଭର୍ଚୁଆଲ୍ ପେମେଣ୍ଟ ଆଡ୍ରେସ ତିଆରି କରିବାକୁ ପଡ଼ିଥାଏ। ଏହାପରେ ଏହାକୁ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ କରିବାକୁ ପଡ଼େ। ଏଥିରେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବର, ବ୍ୟାଙ୍କ ନାମ କିମ୍ବା IFSC କୋଡ୍ ଇତ୍ୟାଦି ମନେ ରଖିବାର ଆବଶ୍ୟକତା ନାହିଁ। ପେମେଣ୍ଟକାରୀ ଆପଣଙ୍କ ମୋବାଇଲ୍ ନମ୍ବରରେ ପେମେଣ୍ଟ କରିପାରିବେ।
ଯଦି ଆପଣଙ୍କର UPI ID (ଇ-ମେଲ୍ ID, ମୋବାଇଲ୍ ନମ୍ବର କିମ୍ବା ଆଧାର ନମ୍ବର) ଅଛି ତେବେ ଆପଣ ନିଜ ସ୍ମାର୍ଟଫୋନ୍ ମାଧ୍ୟମରେ ସହଜରେ ଟଙ୍କା ପଠାଇ ପାରିବେ। କେବଳ ଟଙ୍କା ପଠାଇବା କାହିଁକି ୟୁଟିଲିଟି ବିଲ୍ ପେମେଣ୍ଟ, ଅନ୍ଲାଇନ୍ ସପିଂ, ସପିଂଓ ଅନ୍ୟ କିଣାକିଣି ଇତ୍ୟାଦି ପାଇଁ ଆପଣଙ୍କୁ ନେଟ୍ ବ୍ୟାଙ୍କିଙ୍ଗ୍, କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ମଧ୍ୟ ଆବଶ୍ୟକ ହେବ ନାହିଁ। ଏହି ସମସ୍ତ କାମ ଆପଣ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ସିଷ୍ଟମ ମାଧ୍ୟମରେ କରିପାରିବେ।