ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଆଧାର ଦ୍ବାରା ଚାଲିପାରିବ ୟୁପିଆଇ, ଜାଣନ୍ତୁ କିପରି କରିବେ ଏହାର ବ୍ୟବହାର

13/11/2022 at 10:31 PM

ନୂଆଦିଲ୍ଲୀ, ୧୩,୧୧:  ଏଣିକି ଆଧାର ଦ୍ବାରା କରିହେବ ୟୁପିଆଇ ଟ୍ରାଞ୍ଜାକ୍ସନ। ଅନଲାଇନ ପେମେଣ୍ଟ ଆପ୍ ଫୋନ୍‌ ପେ ଏବେ ଆଧାର ଦ୍ବାରା ୟୁପିଆଇ ସେବା ଆରମ୍ଭ କରିଛି। ଏହି ନୂଆ ସର୍ଭିସ ଦ୍ବାରା ଆଧାରକୁ ୟୁପିଆଇ ସହ ସଂଯୋଗ କରି ଟ୍ରାଞ୍ଜାକ୍ସନ କରିହେବ। ଏହି ନୂଆ ସୁବିଧା ଦ୍ବାରା ଆଧାର ସାହାଯ୍ୟରେ ଓଟିପି ଭେରିଫାଇ ହେବ ଏବଂ ଟ୍ରାଞ୍ଜାକ୍ସନ ହୋଇପାରିବ। ଏହି ସର୍ଭିସ୍ ସେହିଭଳି କାମ କରିଥାଏ, ଯେମିତି ୟୁପିଆଇ ପାଇଁ ଆପ୍‌ରେ ଡେବିଟ୍ କାର୍ଡ ଦେବାକୁ ହୋଇଥାଏ।

ବର୍ତ୍ତମାନ ୟୁପିଆଇ ସର୍ଭିସ ପାଇଁ ୟୁଜରଙ୍କୁ ବାଧ୍ୟତାମୂଳକ ଭାବରେ ଏକ ବୈଧ ଡେବିଟ୍ କାର୍ଡ ନମ୍ବର ଦେବାକୁ ପଡ଼ିଥାଏ। ଓଟିପି ଭେରିଫାଇ ପାଇଁ ଡେବିଟ୍ କାର୍ଡ ଆବଶ୍ୟକ ହୋଇଥାଏ। ପୁଣି ଏହାଦ୍ବାରା ୟୁପିଆଇ ଆପ୍ଲିକେସନ ଆରମ୍ଭ ହୋଇଥାଏ। କିନ୍ତୁ ଫୋନ୍ ପେ ଆଧାର ଦ୍ବାରା ୟୁପିଆଇ ଆରମ୍ଭ କରିବାର ସୁବିଧା ଦେଉଛି। କାରଣ ଗୋଟିଏ ଆଧାରରେ ଅନେକ ବ୍ୟାଙ୍କ୍ ଯୋଡ଼ି ହୋଇଥାଏ ଯାହାର ଫାଇଦା ୟୁପିଆଇରେ ମିଳିଥାଏ।

ଫୋନ୍ ପେ କହିଛି ଯେ ଆଧାର କାର୍ଡ ଅଥଣ୍ଟିକେସନ ଦ୍ବାରା ଡେବିଟ୍ କାର୍ଡର ବାଧ୍ୟତା ଶେଷ ହୋଇଥାଏ। ବାସ୍ କେବଳ ୟୁପିଆଇ ସହ ଆଧାର ନମ୍ବର ଯୋଡ଼ିବାକୁ ପଡ଼ିଥାଏ। ଏହାର ଫାଇଦା ସେହି ଲୋକଙ୍କୁ ଅଧିକ ହେବ ଯେଉଁମାନେ ଉପାନ୍ତ ଅଞ୍ଚଳରେ ରହିଥାନ୍ତି। ଯେଉଁଠାରେ ବ୍ୟାଙ୍କ୍ ଶାଖା କମ୍ ରହିଥାଏ ବା ଦୂରରେ ରହିଥାଏ। ଏଭଳି ଲୋକ ଆଧାର ସହ ଡିଜିଟାଲ ଟ୍ରାଞ୍ଜାକ୍ସନର ଲାଭ ଉଠାଇପାରିବେ।

ଏହି ପ୍ରୋସେସ୍ ଆରମ୍ଭ କରିବା ପାଇଁ ୟୁଜରଙ୍କୁ ୟୁପିଆଇ ଆପ୍ ରେ ନିଜର ଆଧାର ନମ୍ବର ଦେବାକୁ ହେବ। ଏହାପରେ ୟୁପିଆଇ ତରଫରୁ ଫୋନରେ ଏକ ଓଟିପି ମିଳିବ। ଆଧାର ସହ ଲିଙ୍କ୍ ଥିବା ବ୍ୟାଙ୍କ୍‌ରୁ ମଧ୍ୟ ଓଟିପି ଆସିବ ଯାହାକୁ ଭେରିଫିକେସନ ଦେବାକୁ ହେବ। ଭେରିଫିକେସନ ହେବା ପରେ ଫୋନ ପେ ରେ ପେମେଣ୍ଟ ସେବା ଆରମ୍ଭ ହୋଇଯିବ।

ତେବେ ଏକଥାର ଧ୍ୟାନ ରଖିବାକୁ ହେବ ଯେ ଆଧାର ସହ ୟୁପିଆଇ ଚଳାଇବା ପାଇଁ ୟୁଜରଙ୍କ ମୋବାଇଲ ନମ୍ବର ତାଙ୍କ ଆଧାର ସହ ଲିଙ୍କ୍ ହୋଇଥିବା ଦରକାର। ଏହ ସହ ବ୍ୟାଙ୍କ ଖାତା ସହ ମଧ୍ୟ ଆଧାର ଲିଙ୍କ୍ ହୋଇଥିବା ଦରକାର।

ଅଧିକରୁ ଅଧିକ ଲୋକଙ୍କୁ ୟୁପିଆଇର ଲାଭ ମିଳିପାରୁ, ଏଥିପାଇଁ ଆରବିଆଇ, ଏନପିସିଆଇ ଏବଂ ୟୁଆଇଡିଏଆଇ ଏହି ପଦକ୍ଷେପ ନେଇଛି। ଅଧିକାଂଶ ଲୋକଙ୍କ ପାଖରେ ଆଧାର ନମ୍ବର ରହିଛି ଯାହାକୁ ଫୋନ୍ ପେ ଦ୍ବାରା ସଂଯୋଗ କରି ଟ୍ରାଞ୍ଜାକ୍ସନ କରିପାରିବେ।

   Related Posts