ଜାନୁଆରୀ ୧ ତାରିଖରୁ ମହଙ୍ଗା ହେବ ୟୁପିଆଇ ଟ୍ରାଞ୍ଜାକ୍ସନ୍ : ଜାଣନ୍ତୁ ସତ କ'ଣ

Published By : Prameya-News7 Bureau | December 09, 2020 IST

ନୂଆଦିଲ୍ଲୀ ୦୯/୧୨ : ଗତ କିଛି ଦିନ ହେଲା କିଛି ମିଡ଼ିଆ ସଂସ୍ଥା ଦ୍ୱାରା ଏକ ଖବର ପ୍ରସାରଣ ହେଉଛି। ଖବରରେ ଦାବି ହୋଇଛି ଯେ ଜାନୁଆରୀ ୧ ତାରିଖରୁ ୟୁପିଆଇ ଟ୍ରାଞ୍ଜାକ୍ସନ ମହଙ୍ଗା ହୋଇଯିବ। ଏହାସହ ଥାର୍ଡ଼ ପାର୍ଟି ଆପରୁ ତାଙ୍କ କାରବାର କଲେ ଅତିରିକ୍ତ ଚାର୍ଜ ଦେବାକୁ ହେବ। ଏହି ଖବର ସୋସିଆଲ ମିଡ଼ିଆରେ ନିଆଁ ଭଳି ଭାଇରାଲ ହୋଇଛି। ବିଶେଷକରି ଯେଉଁମାନେ ୟୁପିଆଇ ଜରିଆରେ କାରବାର କରୁଛନ୍ତି ସେମାନେ ଚିନ୍ତିତ ହୋଇପଡିଲେ। ଜାଣନ୍ତୁ ଏହି ଖବରର ସତ୍ୟତା :

ଭାରତ ସରକାରଙ୍କ ଅଧିକାରିକ ଟ୍ୱିଟର୍ ହ୍ୟାଣ୍ଡଲ୍ PIB Fact Check ଖବର ସମ୍ପର୍କରେ ଯାଞ୍ଚ କରିଥିଲା। ଯାଞ୍ଚ ପରେ ଖବର ମିଛ ବୋଲି ଜଣାପଡିଥିଲା। ପିଆଇବି ଫ୍ୟାକ୍ଟ ଚେକ୍ NPCI ଟ୍ୱିଟକୁ ରିଟ୍ୱିଟ କରି କହିଛି ଯେ ଏହି ଖବର ସମ୍ପୂର୍ଣ୍ଣ ମିଛ।

ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ NPCI ଟ୍ୱିଟ୍ କରି କହିଛି ଯେ ତାଙ୍କ ତରଫରୁ ୟୁପିଆଇ ଟ୍ରାଞ୍ଜାକ୍ସନ ମହଙ୍ଗା କରାଯାଇନାହିଁ। ତାଛଡା ଥାର୍ଡ଼ ପାର୍ଟି ଆପ୍ ଜରିଆରେ କରାଯାଉଥିବା କାରବାର ଉପରେ କୌଣସି ଅତିରିକ୍ତ ଶୁଳ୍କ ଲଗାଯାଇନାହିଁ। NPCI କହିଛି ଯେ ସୋସିଆଲ୍ ମିଡ଼ିଆରେ ଶୁଳ୍କ ବଢାଇବା ନେଇ ଯେଉଁ ଖବର ପ୍ରସାରିତ ହୋଇଛି ତାହା ମିଛ।

ଯଦି ଆପଣଙ୍କୁ ମଧ୍ୟ କୌଣସି ସରକାରୀ ଯୋଜନା ବା ନୀତିର ସତ୍ୟତାକୁ ନେଇ କିଛି ସନ୍ଦେହ ଅଛି ତାହେଲେ ଆପଣ ତାକୁ ପିଆଇବି ଫ୍ୟାକ୍ଟ ଚେକ ପାଇଁ ପଠାଇ ପାରିବେ। ବିଭିନ୍ନ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ ଏବଂ ଇ-ମେଲ୍ ଜରିଆରେ ପିଆଇବି ଫ୍ୟାକ୍ଟ ଚେକ୍ ସହ ସମ୍ପର୍କ କରିପାରିବେ। ହ୍ୱାଟ୍ସଆପ୍ପ ଜରିଆରେ 8799711259 ଏହି ନମ୍ବରରେ ସମ୍ପର୍କ କରିପାରିବେ। ଟ୍ୱିଟରରେ @PIBFactCheck ଏବଂ ଫେସବୁକରେ /PIBFactCheck ଏବଂ ଇ-ମେଲ [email protected] ରେ ମଧ୍ୟ ସମ୍ପର୍କ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.