ନୂଆଦିଲ୍ଲୀ ୦୨।୦୮: UPI ପେମେଣ୍ଟର ବ୍ୟବହାର ଭାରତରେ ଖୁବଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯଦି ଆପଣ UPI ଟ୍ରାନଜାକ୍ସନ୍ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଖବର । ଅଗଷ୍ଟ ୪ରେ କାମ କରିବନି UPI । କିନ୍ତୁ ଏହା କେବଳ HDFC ବ୍ୟାଙ୍କ ଗ୍ରାହକଙ୍କ ପାଇଁ । ଏନେଇ ବ୍ୟାଙ୍କ ସିଡ୍ୟୁଲ୍ ଡାଉନଟାଇମ୍ ଆଲର୍ଟ ଜାରି କରିଛି । ତେବେ ଏଥିପାଇଁ ସମୟ ସ୍ଥିର କରାଯାଇଛି।
ବ୍ୟାଙ୍କ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ରାତି ୧୨ଟାରୁ ୩ଟା ପର୍ଯ୍ୟନ୍ତ ସିଷ୍ଟମ ମେଣ୍ଟେନାନ୍ସର କାମ କରାଯିବ । ଏହି ସମୟରେ ୧୮୦ ମିନିଟ୍ ପାଇଁ ଅନଲାଇନ୍ ପେମେଣ୍ଟ ବନ୍ଦ ରହିବ । ଅର୍ଥାତ୍ ପ୍ରାୟ ୩ ଘଣ୍ଟା ପାଇଁ UPI ପେମେଣ୍ଟ ସର୍ଭିସ୍ ଦେବାକୁ ସମର୍ଥ ହେବେନି । ଏହା ସମସ୍ତ ବ୍ୟାଙ୍କ ୟୁଜର୍ସଙ୍କୁ ପ୍ରଭାବିତ କରିବାକୁ ଯାଉଛି । ଏହି ଅବଧି ମଧ୍ୟରେ ଉଭୟ ସେଭିଙ୍ଗ୍ ଏବଂ କରେଣ୍ଟ ଆକାଉଣ୍ଟଧାରୀ କାରବାର କରିପାରିବେନି । ଏଥିରେ ମଧ୍ୟ ଅନେକ ଥାର୍ଡ ପାର୍ଟି ଆପ୍ସ ସାମିଲ ରହିଛନ୍ତି ।
ସର୍ଭିସ୍ ସମୟରେ ଏହାର ପ୍ରଭାବ ମଧ୍ୟ ଆପ୍ସରେ ପଡିପାରେ, ଯାହା ସାହାଯ୍ୟରେ ୟୁଜର୍ସ UPI ପେମେଣ୍ଟ କରନ୍ତି । ଏଥିରେ HDFC ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଆପ୍, ଜିପିଏ, ହ୍ବାଟସ୍ ଆପ୍ ପେ, ପେଟିଏମ୍, ଶ୍ରୀରାମ ଫାଇନାନ୍ସ ଏବଂ ମୋବିକୱିକ୍ ଅନ୍ତର୍ଭୁକ୍ତ । ତଥାପି POS ସାହାଯ୍ୟରେ କରାଯାଇଥିବା ଟ୍ରାନଜାକ୍ସନ୍ରେ ଏହାର କିଛି ପ୍ରଭାବ ପଡିବନି । ଆପଣ ଏହାକୁ ସହଜରେ ବ୍ୟବହାର କରିପାରିବେ ।
ଖବର ଅନୁଯାୟୀ, ବ୍ୟାଙ୍କ ସହ ଜଡିତ ଟେକନିକ୍ ଖରାପ ଏବଂ ଅପଡେଟ୍ କାରଣରୁ ସମୟ ସମୟରେ ସିଷ୍ଟମ ମେଣ୍ଟେନାନ୍ସର କାମ ହୋଇଥାଏ । ଏଥିପାଇଁ ୩ ରୁ ୫ଘଣ୍ଟା ଲାଗିଯାଏ । ଏଭଳି ପରିସ୍ଥିତିରେ ଗ୍ରାହକମାନେ ବ୍ୟାଙ୍କ ତରଫରୁ ଆଗରୁ ମେସେଜ୍ ପାଇଯାଇଥାନ୍ତି ।